ଲଗାଣ ବର୍ଷାରେ ଫୁଲୁଛି ବାଲେଶ୍ୱରର ବିଭିନ୍ନ ନଦୀ; ସତର୍କ ସଙ୍କେତ ଅତିକ୍ରମ କଲା ଜଳକା

ଜିଲ୍ଲାର ୧୨ଟି ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଏପରି ଲଗାଣ ବର୍ଷା ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଲଗାଣ ବର୍ଷାରେ ଫୁଲୁଛି ବାଲେଶ୍ୱରର ବିଭିନ୍ନ ନଦୀ; ସତର୍କ ସଙ୍କେତ ଅତିକ୍ରମ କଲା ଜଳକା

ଲଗାଣ ବର୍ଷାରେ ଫୁଲୁଛି ବାଲେଶ୍ୱରର ବିଭିନ୍ନ ନଦୀ; ସତର୍କ ସଙ୍କେତ ଅତିକ୍ରମ କଲା ଜଳକା

  • Share this:
News 18 Odia Digital

ବାଲେଶ୍ୱର; ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱରର ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ବର୍ଷା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା, ବଢ଼ାବଳଙ୍ଗ ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଜିଲ୍ଲାର ୧୨ଟି ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଏପରି ଲଗାଣ ବର୍ଷା ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହେବାର ସମ୍ଭାବନା ରହିଛି । ଜିଲ୍ଲା ଜରୁରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତ ୭ତାରିଖରେ ଜିଲ୍ଲାରେ ସର୍ବାଧିକ ୫୨୦.୫ ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଥିବା ବେଳେ ୮ତାରିଖରେ ୩୨୮ ମିମି ଏବଂ ୯ ତାରିଖରେ ୪୨୬ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଛି । ୭ତାରିଖରେ ସିମୁଳିଆ ବ୍ଲକରେ ସର୍ବାଧିକ ୯୪ ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ସୋର ବ୍ଲକରେ ସର୍ବାଧିକ ୮୧ ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅନ୍ୟପଟେ ଜିଲ୍ଲାରେ ସ୍ଵାଭାବିକ ବୃଷ୍ଟିପାତ ୩୩୨.୧ ରହିଥିବା ବେଳେ ଆଜିକୁ ମିଶାଇ ତିନି ଦିନ ହେବ ତାର ରେକର୍ଡ ଅତିକ୍ରମ କରିଛି । ବିଶେଷ କରି ଆଜି ଜିଲ୍ଲାର ଭୋଗରାଇରେ ୧୫ ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଥିବା ବେଳେ ବସ୍ତାରେ ୨୪ ମିମି, ଜଳେଶ୍ବରରେ ୧୨ମିମି, ବାଲିଆପାଳରେ ୨୫ ମିମି, ବାଲେଶ୍ବରରେ ୪୮ ମିମି, ରେମୁଣାରେ ୩୯ ମିମି, ନୀଳଗିରିରେ ୬୨ମିମି, ସୋରରେ ୮୧ ମିମ. ବାହାନଗାରେ ୩୫ ମିମି, ସିମୁଳିଆରାରେରେ ୮ମିମି, ଖଇରା ୩୫ ମିମି ଏବଂ ଔପଦାରେ ୪୨ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଯାହାକି ୩୫.୫୦ଆଭେରେଜରେ ସମୁଦାୟ ୪୨୬ମିମି ବର୍ଷାର ପରିମାଣ ରେକର୍ଡ କରାଯାଇଛି ।

ସେହିପରି ଏହି ଲଘୁଚାପ ଜନିତ ବର୍ଷା ଆସନ୍ତା ଦୁଇ ଦିନ ଲାଗି ରହିଲେ ୩୫.୫୦ଆଭେରେଜରେ ସମୁଦାୟ ୪୨୬ମିମି ବୁଢ଼ାବଳଙ୍ଗ ଏବଂ ବସ୍ତା ସ୍ଥିତ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷ କରି ଅପରାହ୍ଣ ୩ଟା ସୁଦ୍ଧା ମିଳିଥିବା ଜଳସ୍ତରର ସୂଚନା ଅନୁସାରେ, ସୁବଣ୍ଣରେଖା ନଦୀର ଜଳସ୍ତର ୪.୧୮ମିମି ଥିବା ବେଳେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୫.୧୬ମିମି ରହିଛି । ସେହିପରି ଜଳକା ନଦୀର ଜଳସ୍ତର ୪.୧୩ମିମି ରହିଛି ।

ତେବେ ଦେଖିବାକୁ ଗଲେ ସୁବର୍ଣ୍ଣରେଖାର ସତର୍କ ସଙ୍କେତ ୯.୪୫ ମିମି ଥିବା ବେଳେ ବିପଦ ସଙ୍କେତ ୧୦.୩୬ରହିଛି । ସେହିପରି, ବୁଢ଼ାବଳଙ୍ଗ ନଦୀର ସତର୍କ ସଙ୍କେତ ୭.୨୦ଥିବା ବେଳେ ବିପଦ ସଙ୍କେତ ୮.୧୩ ।  ଜଳକା ନଦୀର ସତର୍କ ସଙ୍କେତ ୩.୫୦ଥିବା ବେଳେ ବିପଦସଙ୍କେତ ୫.୫୦ ରହିଛି । ଅନ୍ୟପଟେ ଦିନ ୧୨ଟାରେ ବୁଢ଼ାବଳଙ୍ଗ ଜଳସ୍ତର ୫.୧୦ ମିମି ଥିବା ବେଳେ ଅପରାହଣ ୩ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ତାହା ୫.୧୬ରେ ପହଁଚିଛି । ସେହିପରି ଜଳକା ନଦୀର ଜଳସ୍ତର ଏବେ ସତର୍କ ସଙ୍କେତ ପାର କରି ସାରିଥିବା ବେଳେ ଏହି ବର୍ଷା ଲାଗି ରହିଲେ ବନ୍ୟା ଆଶଙ୍କା ସୃଷ୍ଟି ହେବାର ସମ୍ଭାବନା ରହିଛି ।
Published by:Soubhagya Mishra
First published: