ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ଦଳ; କହିଲେ ଗୃହମନ୍ତ୍ରୀଙ୍କୁ ବହିଷ୍କାର କର

ମମିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ଦଳ; କହିଲେ ଗୃହମନ୍ତ୍ରୀଙ୍କୁ ବହିଷ୍କାର କର

ମମିତାଙ୍କୁ ନ୍ୟାୟ ଦାବିରେ କୋକେଇ ଶୋଭା ଯାତ୍ରା କରିଛି ବିଜେପି ମହିଳା ମୋର୍ଚ୍ଚା। ବିଭିନ୍ନ ସ୍ଥାନରେ ପ୍ରେସମିଟ କରି ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଅନ୍ୟପଟେ ଏହି ଘଟଣାର SIT ତଦନ୍ତ ଦାବି କରିଛି ବାମପନ୍ଥୀ।

ମମିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ଦଳ; କହିଲେ ଗୃହମନ୍ତ୍ରୀଙ୍କୁ ବହିଷ୍କାର କର
ବିଜେପି କୋକେଇ ଶୋଭାଯାତ୍ରା କରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 24, 2021, 1:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମମିତା ମେହରଙ୍କ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ବିଜେପି ଗୄହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ ରାସ୍ତା କୋକେଇ ଶୋଭା ଯାତ୍ରା କରିଥିଲେ। ସେପଟେ କଂଗ୍ରେସ ପ୍ରେସ ମିଟ କରି ଇସ୍ତଫା ଦାବି କରିଛି। ବାମପନ୍ଥୀ ଦଳ ତରଫରୁ ବି ସାରା ରାଜ୍ୟରେ ପ୍ରତିବାଦ ହୋଇଥିଲା। କିନ୍ତୁ ଶାସକ ଦଳ ବିଜେଡି ଏହାକୁ ହୀନ ରାଜନୀତି ବୋଲି କହିଛି।

ମୃତ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ମୁଖ୍ୟାଳୟଠାରୁ ନବୀନ ନବୀନ ନିବାସ ଯାଏଁ କୋକେଇ ଶୋଭାଯାତ୍ରା କରିଥିଲେ। ମୄତ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚା କୋକେଇ ଶୋଭାଯାତ୍ରା ମଧ୍ୟ କରିଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆହୁତ ଏହି ପ୍ରତିବାଦରେ ଯୁବ, ମହିଳା ସାମିଲ ହୋଇ ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସ ମୁହାଁ ହୋଇଥିଲେ। କୋକେଇ କାନ୍ଧେଇ, ଖଇ କଉଡ଼ି ବିଞ୍ଚି, କୁଲା ଧରି ରାଜ ମହଲରୁ ଶିଶୁ ଭବନ ଯାଇଥିଲା ପଦ ଯାତ୍ରା। ସେଠାରେ ପ୍ରଥମେ ପୋଲିସ କଡନ ଭାଙ୍ଗି ପରେ ବ୍ୟାରିକେଡ଼କୁ ହଟାଇ ଦେଇଥିଲେ। ମୁଖ୍ୟ ବ୍ୟାରିକେଡ଼ ଭାବିବାକୁ ବିଜେପି କର୍ମୀ ଉଦ୍ୟମ କରିବା ବେଳେ ପୋଲିସ ସହ ମୁଁହାମୁହିଁ ହୋଇଥିଲେ । କିଛି ସମୟ ଧରି ପରିସ୍ଥିତି ଟିକେ ଅଶାନ୍ତ ହୋଇପଡ଼ିଥିଲା। ହେଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ନିଜ ସମର୍ଥକଙ୍କଙ୍କୁ ଧରି ଧାରଣା ଦେଇଥିଲେ ।

କଂଗ୍ରେସ ବିଭିନ୍ନ ସ୍ଥାନରେ ପ୍ରେସମିଟ କରିଛି (ପ୍ରତୀକାତ୍ମକ ଛବି)


ଅନ୍ୟପଟେ ରାଜ୍ୟର ଆଉ ଏକ ପ୍ରମୁଖ ଦଳ କଂଗ୍ରେସ ପକ୍ଷରୁ ପୄଥକ ପୄଥକ ପ୍ରେସ ମିଟ କରି କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷ ସତ୍ୟ ପ୍ରକାଶ ନାଏକ ମହାଲିଙ୍ଗ କଲେଜରେ ଅତୀତରେ ହୋଇ ଥିବା ଦୁର୍ନୀତି ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗୋବିନ୍ଦ ସାହୁଙ୍କ ସହ ସମ୍ପର୍କର ଖୁଲାସା କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ। ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ ଆସନ୍ତା ୨୬ ତାରିଖରେ କଟକ ପୋଲିସ ଡିଜି ଅଫିସ ଘେରାଉ କରିବ ଯୁବ କଂଗ୍ରେସ। ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କଲେନି। ପୋଲିସ ପ୍ରଶାସନ ସରକାରଙ୍କ ହାତ ବାରିସୀ ସାଜିଛି ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା।

ବିଜେପି ଶସ୍ତା ରାଜନୀତି କରୁଛି ବୋଲି ବିଜେଡ଼ି କହିଛି (ପ୍ରତାକାତ୍ମକ ଛବି)


ଅନ୍ୟ ପକ୍ଷରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛି। ବିଜେଡି କହିଛି ବିଜେପି ନିମ୍ନ ରୁଚିର ରାଜନୀତି କରୁଛି। ମମିତା ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପରେଖ ଦିଆଯାଉଛି । ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ । ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । କାହା ଫେସ ମିଡିଆରେ କିଏ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଗତକାଲି ସେମାନେ ଥାନାରେ ଠେଲାପେଲା ହେଉଥିଲେ । ସେମାନେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ପ୍ରମାଣ ନାହିଁ । ଖାଲି ଟ୍ୱିଟ କରିଦେଲେ ଅଭିଯୋଗ ସତ ହୋଇଯିବନି । ହେଲେ ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି । ଅଭିଯୁକ୍ତ ଧରା ପଡିଛି । ପୀଡ଼ିତାକୁ ନ୍ୟାୟ ମିଳୁ । ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି ।

ବାମ ଦଳ ତରଫରୁ ମମିତା ମେହେର ହତ୍ୟାକାଣ୍ଡର ମଧ୍ୟ ପ୍ରତିବାଦ କରିଛି। ଓଡିଶାର ଚାରୋଟି ପ୍ରମୁଖ ବାମପନ୍ଥୀ ଦଳ ସି ପି ଆଇ, ସି ପି ଆଇ (ଏମ ), ସି ପି ଆଇ (ଏମ ଏଲ) ଲିବେରେସନ ଓ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜ୍ୟବ୍ୟାପି ଆନ୍ଦୋଳନ ହୋଇଛି। ଚାରି ଦଳ ତରଫରୁ ଭୁବନେଶ୍ୱର ପିଏମଜିରେ ପ୍ରତିବାଦ କରାଯାଇଛି।

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବାମଦଳ (ପ୍ରତୀକାତ୍ମକ ଛବି)


ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କର l ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଦ୍ୱାରା ମମିତା ହତ୍ୟାକାଣ୍ଡର ତଦନ୍ତ କର l ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏସ ଆଇ ଟି ତଦନ୍ତ ପରିସରଭୁକ୍ତ କରାଯାଉ l ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଶାସ୍ତି ଦିଅ l ମମିତାଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଉ lଏ ଭଳି ଚାରିଦଫା ଦାବି ନେଇ ପ୍ରତିବାଦ କରିଛନ୍ତି ବାମ ଦଳ।
Published by: Soumya Das
First published: October 24, 2021, 1:54 PM IST