ପୁରୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ; ୨୦ ଫୁଟର ଘାଇ... ଭାଷିଗଲେ ଷଣ୍ଢ

ପାହିଲୁଣ୍ଡିରେ ଦୟା ନଦୀର ଶାଖା ମକରା ନଦୀରେ ୨୦ ଫୁଟର ଘାଇ ହେବା ଫଳରେ ୫ଟି ପଂଚାୟତର ୨୫ଟି ଗାଁ ପ୍ରଭାବିତ ହୋଇଛି । ଘାଇ ମୁହଁରେ ପଡ଼ି ଷଣ୍ଢ ଭାଷି ଯାଇଥିବା ସୂଚନା ମିଳିଛି ।

ପୁରୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ; ୨୦ ଫୁଟର ଘାଇ... ଭାଷିଗଲେ ଷଣ୍ଢ

ପୁରୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ; ୨୦ ଫୁଟର ଘାଇ... ଭାଷିଗଲେ ଷଣ୍ଢ

  • Share this:
News 18 Odia Digital

ପୁରୀ; ପ୍ରବଳ ବର୍ଷା ଓ ନଦୀ ବଢି କାରଣରୁ କାଉଡି଼ଆପୁର ପାହିଲୁଣ୍ଡି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଚୁପୁରିଙ୍ଗ ପଂଚାୟତରେ  ବନ୍ୟା ଜନିତ ସମସ୍ୟା ଦେଖାଦେଇଛି । ପାହିଲୁଣ୍ଡିରେ ଦୟା ନଦୀର ଶାଖା ମକରା ନଦୀରେ ୨୦ ଫୁଟର ଘାଇ ହେବା ଫଳରେ ୫ଟି ପଂଚାୟତର ୨୫ଟି ଗାଁ ପ୍ରଭାବିତ ହୋଇଛି । ଘାଇ ମୁହଁରେ ପଡ଼ି ଷଣ୍ଢ ଭାଷି ଯାଇଥିବା ସୂଚନା ମିଳିଛି । ବିଶେଷ କରି ସୁନାଖଳା, ଅଂଜିରା, ବାଲିପଡା, ଅଣ୍ଡାଲ, ଜଗନାଥପୁର, ଓସ୍ତାପରି, ବଳଭଦ୍ରପୁର ଗାଁ ଅଧିକ ପ୍ରଭାବିତ ହୋଇଥିବା ଜଣା ପଡ଼ିଛି ।



ଆଜି ପୁରୀ ଜିଲ୍ଲାରେ ସାମ୍ଭାବ୍ୟ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ମହାନଦୀର ବନ୍ୟାଜଳ ପୁରୀ ଜିଲ୍ଲାର ଦୟା , ଭାର୍ଗବୀ , ରତ୍ନଚିରା , ଲୁଣା ଏବଂ ମକରା ନଦୀ ପଟେ ଚିଲିକା ଦେଇ ସମୁଦ୍ରକୁ ନିଷ୍କାସିତ ହେବ । ଫଳରେ ପୁରୀ ଜିଲ୍ଲାର ଏଗାରଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷକରି ଦୟାନଦୀ ଅବବାହିକା କଣାସର ଚୁପୁରିଙ୍ଗି, ବଡପୁଟ, ଢୋଲପାଟଣା ଅଞ୍ଚଳ ପ୍ରଭାବିତ ହେବ ।

ସେପଟେ ପିପିଲି ଓ ବ୍ରହ୍ମଗିରି ସହିତ ରତ୍ନଚିରା ନଦୀ ଯୋଗୁଁ ଗୋପ , ବଳଙ୍ଗା ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଲୁଣାନଦୀ ଯୋଗୁଁ ବ୍ରହ୍ମଗିରି ଓ ଚନ୍ଦନପୁରର କିଛି ଅଞ୍ଚଳଜଳମଗ୍ନ ହେବାର ସମ୍ଭାବନା ରହିଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କଣାସ ଅଞ୍ଚଳରେ ୮୦ହଜାର ବାଲିବସ୍ତା ମହଜୁଦ କରି ରଖାଯାଇଛି । ଜିଲ୍ଲାପାଳ ସମ୍ପୃକ୍ତ ଡିଭିଜନ ଯନ୍ତ୍ରୀଙ୍କ ସହ ନଦୀବନ୍ଧର ସମୀକ୍ଷା କରିଛନ୍ତି । ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବା ସହ ରିଲିଫ, ଶୁଖିଲା ଖାଦ୍ୟ, ଔଷଧ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜରୀ ପାଲ ଆଦି ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ପାଇଁ ବିଡିଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Published by:Soubhagya Mishra
First published: