ଅଶାନ୍ତ ବାଣୀ ବିହାର: ଏଣିକି ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ କଟକଣା; CCTV ନଜର ରଖିବ
ଏକ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଇଥିବା ଅଭିଯୋଗରୁ ଛାତ୍ର ଅଶାନ୍ତି ଆରମ୍ଭ ହୋଇଥିବାରୁ କୁଳପତି ସବିତା ଆଚାର୍ଯ୍ୟ ନିଜେ ହଷ୍ଟେଲ ଯାଇ ଖାଦ୍ୟ ଖାଇବେ ଓ ଆବଶ୍ୟକତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ବାଣୀ ବିହାରରେ ଧାରଣାରେ ବସିଥିବା କିଛି ଛାତ୍ର
- News18 Odia
- Last Updated: January 19, 2021, 11:22 PM IST
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ଜନିତ ଲକଡାଉନ୍ ଯୋଗୁଁ ଦୀର୍ଘ ନଅ ମାସ ବନ୍ଦ ରହିବା ପରେ ବାଣୀ ବିହାର କ୍ୟାମ୍ପସ୍ ଖୋଲିବାର ଦିନ କେଇଟା ପରେ ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ ହୋଇଥିବାରୁ ଶୈକ୍ଷିକ ପରିବେଶ ପ୍ରଭାବିତ ହୋଇଛି । ହଷ୍ଟେଲ ଗଣ୍ଡଗୋଳର ପ୍ରଭାବରେ କ୍ୟାମ୍ପସ୍ ଅଶାନ୍ତ ହୋଇଯାଇଛି ଓ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନର ଚିନ୍ତା ବଢ଼ିଛି ।
ସୋମବାର ରାତିରେ ଏକ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଇଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ କିଛି ଛାତ୍ର । ପାଟି ତୁଣ୍ଡ ହେବାରୁ ଗୋପବନ୍ଧୁ ହଷ୍ଟେଲ ପାଖରେ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି.) ଓ ବିଜୁ ଛାତ୍ର ଜନତା ଦଳ (ବି.ଏସ୍.ଜେ.ଡି.) ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା । ଏହାକୁ ନେଇ ଧାରଣାରେ ବସିଥିଲା ଏ.ବି.ଭି.ପି. । ପ୍ରଶାସନିକ ବ୍ଲକ ଆଗରେ ପ୍ରତିବାଦ କରିବା ସହ ଭିସି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଅଧକ୍ଷଙ୍କୁ ଘେରିଥିଲେ ଏ.ବି.ଭି.ପି. ସଦସ୍ୟମାନେ । ରି- ଆଡ଼ମିଶନ ଫି ଛାଡ଼ କରିବା, ଉତ୍ତମ ଖାଦ୍ୟ ଯୋଗାଇବା ଓ ଅଣଛାତ୍ରଙ୍କୁ ଗିରଫ କରିବା ଦାବି କରି ଆନ୍ଦୋଳନ ଆରମ୍ଭ କରିଥିଲା ଏ.ବି.ଭି.ପି. ।
ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ
ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଭିସି, ପିଜି କାଉନସିଲ ଅଧ୍ୟକ୍ଷ ଓ ରେଜିଷ୍ଟାରଙ୍କ ସହ ଆଲୋଚନା କରିଥିଲେ ଆନ୍ଦୋଳନରତ ଛାତ୍ରମାନେ । ସେମାନଙ୍କ ପକ୍ଷରୁ ଆସିଥିବା ଦାବିକୁ ଧୈର୍ଯ୍ୟ ସହକାରେ ଶୁଣିବା ପରେ କୁଳପତି ସବିତା ଆଚାର୍ଯ୍ୟ କହିଥିଲେ, ‘‘ଅଣଛାତ୍ର ପ୍ରବେଶ ଉପରେ ଏଣିକି ରୋକ ଲାଗିବ । ସି.ସି.ଟି.ଭି. ଚାରି ଆଡ଼େ ଲାଗିବା ସହ ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟନୁଷ୍ଠାନ ।’’
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା
‘‘ରି-ଆଡ଼ମିଶନ ଫି ଛାଡ଼ କରିବା ଦାବିକୁ ନେଇ ଆଲୋଚନା ଚାଲିଛି ଓ ଖୁବ ଜଲଦି ନିଷ୍ପତ୍ତି ନିଆଯିବ । ନିମ୍ନ ମାନର ଖାଦ୍ୟ ବିଷୟରେ ଅଭିଯୋଗ ମିଳିଛି । ମୁଁ ନିଜେ ଖାଦ୍ୟ ଖାଇବି । ତା’ ପରେ ଦୃଷ୍ଟି ଦେବି,’’ କକହିଥିଲେ ଆଚାର୍ଯ୍ୟ ।
ଏହା ବି ପଢ଼ନ୍ତୁ | ଇଏ ତ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା
ପିଜି କାଉନସିଲ ଅଧକ୍ଷ ବସନ୍ତ ମଲିକ କହିଛନ୍ତି, ‘‘ଛାତ୍ରଛାତ୍ରୀମାନେ ଅନେକ ସମୟରେ ନିଜ ନିଜ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି । ବାଣୀ ବିହାର କର୍ତ୍ତୃପକ୍ଷ ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉଛନ୍ତି । କରୋନା କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲୁଥିବାରୁ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିବା ଉଚିତ ।’’
ବାସ୍ତବରେ ଛାତ୍ର ଅଶାନ୍ତି ବାଣୀ ବିହାରର ଏକ ପୁରୁଣା ରୋଗ । ଯିଏ ଭିସି ଆସନ୍ତୁ ନା କାହିଁକି ଏ ରୋଗର ନିରାକାରଣ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ହେଲେ ବର୍ତ୍ତମାନର ଭିସିଙ୍କ ଆଶ୍ୱାସନାକୁ ଛାତ୍ରମାନେ ଗ୍ରହଣ କରିଥିବାରୁ ଛାତ୍ର ଅଶାନ୍ତି ଶୀଘ୍ର ଦୂର ହୋଇ ଶୈକ୍ଷିକ ପରିବେଶ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।