Vande Bharat Express: ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ; ଆସନ୍ତାକାଲି ଶୁଭରାମ୍ଭ କରିବେ ପ୍ରଧାନମନ୍ତ୍ରୀ

ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ । ଆସନ୍ତାକାଲି ଭର୍ଚୁଆଲ୍ ମୋଡ୍‌ରେ ଦିନ ୧୨ଟା ୨୫ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Vande Bharat Express: ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

Vande Bharat Express: ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Vande Bharat Express Train: ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ । ଆସନ୍ତାକାଲି ଭର୍ଚୁଆଲ୍ ମୋଡ୍‌ରେ ଦିନ ୧୨ଟା ୨୫ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ ।

ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଛି । ସପ୍ତାହକୁ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାଓଡ଼ା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ୧ଟା ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାଓଡ଼ା ପହଞ୍ଚିବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ।

ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି । ୨୪ ତାରିଖ ପରଠାରୁ ସମୟ ସାରଣୀ ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀଙ୍କ ପାଇଁ ଚାଲିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ପଢନ୍ତୁ ଏହି ଖବର;  HDFC Scheme: ଏଚ୍‌ଡିଏଫ୍‌ସିର ବମ୍ପର ସ୍କିମ୍ ...୫ ବର୍ଷରେ ଆପଣଙ୍କ ହାତକୁ ଆସିବ ୩୦ ଲକ୍ଷ ଟଙ୍କା !



ପଢନ୍ତୁ ଏହି ଖବର :  Black holeରେ ଘଟିପାରେ ଭୟଙ୍କର ବିସ୍ଫୋରଣ...ଧ୍ବଂସ ହୋଇଯିବ ପୃଥିବୀ, ମାଡ଼ି ଆସୁଛି ବଡ଼ ବିପଦ !
Published by:Sujit Swain
First published: