News18 Odia Digital
Vande bharat Express: ଓଡ଼ିଶାରେ (Odisha) ଦୌଡ଼ିବ ହାଇସ୍ପିଡ ଟ୍ରେନ। ବନ୍ଦେ ଭାରତ ଏକ୍ସପ୍ରେସର (Vande bharat Express) ଶୁଭାରମ୍ଭ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ପୁରୀରୁ ହାୱଡ଼ା (Puri Howrah) ଚାଲିବ ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ (Vande bharat Express)।
ଆସନ୍ତା ମାସରୁ ବନ୍ଦେ ଭାରତ ଏକ୍ସପ୍ରେସ (Vande bharat Express) ପୁରୀରୁ ଦୌଡ଼ିବ। ଚେନ୍ନାଇର ଇଣ୍ଟିଗ୍ରେଟେଡ କୋଚ୍ ଫ୍ୟାକ୍ଟରିରୁ ଗତ କାଲି ହାୱଡ଼ା ଯାଇଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ (Vande bharat Express)।
ଓଡ଼ିଶା ଦେଇ ହାୱଡ଼ା ଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ବନ୍ଦେ ଭାରତର ଏକ୍ସପ୍ରେସର ଶୁଭାରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରୁ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଚାଲିବା ନେଇ ସଙ୍କେତ ଦେଇଥିଲେ ରେଳ ମନ୍ତ୍ରୀ ଆଶ୍ବିନ ବୈଷ୍ଣବ।
ହେଲେ କେବେ ଚାଲିବ ସେନେଇ ଧାର୍ଯ୍ୟ ତାରିଖ କହିନଥିଲେ। ତେବେ ଯାହା ପ୍ରସ୍ତୁତି ଚାଲିଛି ସେଥିରୁ ଲାଗୁଛି ଆସନ୍ତା ମାସରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଦେଶରେ ବିଶେଷ ସ୍ଥାନ ଗୁଡିକୁ ଯୋଡ଼ି ହେଉଛି ଏହି ହାଇସ୍ପିଡ ଟ୍ରେନ।
ତୀର୍ଥ ସ୍ଥାନ ଦୃଷ୍ଟିରୁ ପୁରୀ ସ୍ବତନ୍ତ୍ର। ସେହିପରି ହାୱଡ଼ା-ପୁରୀ ମଧ୍ୟରେ ଯାତ୍ରୀଙ୍କ ଗମନାଗମନ ବି ଅଧିକ। ତେଣୁ ଦୁଇ ସହର ମଧ୍ୟରେ ହାଇସ୍ପିଡ ଟ୍ରେନ ଯୋଡ଼ିବାକୁ ପ୍ରସ୍ତୁତି ଚାଲିଛି।
ପଢ଼ନ୍ତୁ ପୂରା ଖବର: ମାଓବାଦୀ ଆକ୍ରମଣ; ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ!ଟ୍ରେନର କୋଚ, ଯେଉଁଥିରେ ଜିପିଏସ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା ରହିଛି, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଏଗଜିକ୍ୟୁଟିଭ୍ କ୍ଲାସର ରୋଟେଶନାଲ୍ ସିଟ୍ ଆଦି ଅତ୍ୟାଧୁନିକ ସେବା ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୦୦ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ୧୮୦ କି.ମି ପ୍ରତି ଘଣ୍ଟା ବେଗରେ ଦୌଡୁଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତରେ ରେଳ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଓଡ଼ିଶାରେ ଏହାର ପ୍ରଚଳନ ରାଜ୍ୟ ତଥା ସମଗ୍ର ଦେଶ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହେବା ନିଶ୍ଚିତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।