ଗଛରେ ପିଟି ହେଲା ଭ୍ୟାନ; ୩ ମୃତ; ୩୦ରୁ ଅଧିକ ଲୋକ ଗୁରୁତର

କନ୍ଧମାଳ ଜିଲ୍ଲା କୋଟଗଡ଼ କୁଟିବାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ଭ୍ୟାନ୍ ପିଟି ହେବା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଗଛରେ ଭ୍ଯାନ ପିଟି ହେବା ଯୋଗୁଁ ୩ ଜଣଙ୍କର ମୃତ ହୋଇଛି (ପ୍ରତୀକାତ୍ମକ ଛବି)

ଗଛରେ ଭ୍ଯାନ ପିଟି ହେବା ଯୋଗୁଁ ୩ ଜଣଙ୍କର ମୃତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ଭ୍ୟାନ୍‌ ପିଟି ହେବା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ଆହତମାନଙ୍କୁ କୋଟଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ କେତେକଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ଓ ଆଉ କେତେକଙ୍କୁ ବିଷମକଟକ ଓ ମୁନିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

କୋଟଗଡ଼ରୁ ଟିଆମାହା ଯିବା ବେଳେ କୁଟିବାଲି ନିକଟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଏହା ପରେ ଓଲଟି ପଡ଼ିଥିଲା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାହାଘର ଭୋଜି ଖାଇବାକୁ ସମସ୍ତେ ସାଲକି ଗାଁରୁ ମଦାଙ୍ଗି ଯାଉଥିଲେ ।
Published by:Soumya Das
First published: