ପ୍ରେମ ଦିବସକୁ ନେଇ ଭୁବନେଶ୍ୱରରେ ସବୁଠି ଉତ୍ସାହ; ଭିନ୍ନ ଭିନ୍ନ ଉପାୟରେ ପାଳିତ ହେଉଛି ଏ ଦିବସ

ଯୁବ ପିଢ଼ିଙ୍କ ମତରେ ବଦଳିବାରେ ଲାଗିଛି ଭାଲେଣ୍ଟାଇନସ ଡେ’ର ସଜ୍ଞା । ଏହି ଦିନ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ନୁହେଁ, ବର୍ଂ ସଭିଙ୍କୁ ଭଲପାଇବା ପ୍ରଦର୍ଶନ କରିବାର ଦିନ ବୋଲି ଅନେକ ମାନୁଛନ୍ତି ।

ପ୍ରେମ ଦିବସକୁ ନେଇ ଭୁବନେଶ୍ୱରରେ ସବୁଠି ଉତ୍ସାହ; ଭିନ୍ନ ଭିନ୍ନ ଉପାୟରେ ପାଳିତ ହେଉଛି ଏ ଦିବସ
ଭାଲେଣ୍ଟାଇନସ୍‌ ଡେ ପାଇଁ ଦୋକାନରେ ମିଶୁଥିବା ସୋ’ ପିସ
  • News18 Odia
  • Last Updated: February 14, 2020, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀରେ ପିଲା ଠାରୁ ବୁଢ଼ା ସମସ୍ତେ ଭାଲେଣ୍ଟାଇନ୍ସ ଡେ ସେଲିବ୍ରେଟ୍ କରିବାରେ ବ୍ୟସ୍ତ । ନିଜ ମନର ମଣିଷକୁ ବା ଭଲ ପାଉଥିବା ମଣିଷକୁ ଉପହାର ଦେଇ ପ୍ରେମ ଅଭିବ୍ୟକ୍ତ କରିବାର ଉତ୍ସାହକୁ ନେଇ ଦୋକାନ ବଜାରରେ ଚ଼ମକୁଛି ଭଳିକି ଭଳି ଭାଲେଣ୍ଟାଇନ୍ସ ଡେ ଗିଫ୍ଟ ଓ ଗ୍ରୀଟିଙ୍ଗ୍ସ କାର୍ଡ଼ । ମାନବୀୟ ସମ୍ପର୍କର ଏକ ବଡ଼ ଅଂଶ ଅନଲାଇନରେ ଚ଼ାଲୁଥିବା ସମୟରେ କିଣାବିକାକୁ ଦେଖିଲେ ଲାଗୁଛି ଆଜି ବି ସେହି ପୁରୁଣା ସମୟ ପୂରା ସରି ନାହିଁ ।

ପ୍ରେମର ଏହି ଖାସ୍ ଦିନ ପାଇଁ ବଜାରକୁ ଆସିଛି ଖାସ୍ ଉପହାରର ଭଣ୍ଡାର । ଲଭର୍ ବା କପଲସଙ୍କୁ ଆଖିରେ ରଖି ଗ୍ରୀଟିଙ୍ଗ୍ସ କାର୍ଡ ଠାରୁ ଆରମ୍ଭ କରି ନାନା ପ୍ରକାରର ଉପହାର ରହିଛି । ଭଳିକି ଭଳି ଟେଡି, କପଲ୍ ସୋ’ପିସ୍, ଫୁଲ ଓ ଚୋକୋଲେଟ୍ ବି ରହିଛି । ଜିନିଷର କ୍ୱାଲିଟି ଅନୁସାରେ ରଖାଯାଇଛି ଦାମ୍ ।

‘‘ଅନଲାଇନ୍ ଯୁଗରେ ଏବେବି ମନ ପସନ୍ଦ ଉପହାର କି କାର୍ଡ଼ କିଣିବାକୁ ଲୋକେ ଆସୁଛନ୍ତି ଦୋକାନକୁ, ଆଉ କିଣି ନେଉଛନ୍ତି ମନଲାଖି ଉପହାର । ସେ ସବୁ ଭିତରେ କାର୍ଡ ଓ କପଲ୍ ଶୋ’ ପିସ୍ ର ଚ଼ାହିଦା ଅଧିକ ରହିଛି । ବ୍ୟବସାୟ ବି ବେଶ୍ ଭଲ ଜମୁଛି,’’ କହିଛନ୍ତି ବ୍ୟବସାୟୀ ମୀନାକ୍ଷୀ ପଟ୍ଟନାୟକ ।

ବଦଳୁଥିବା ସମୟ ସହିତ ପ୍ରେମ ଦିବସର ସଜ୍ଞା ବି ବଦଳିଛି । ପ୍ରେମ ଦିବସ ବା ଭାଲେଣ୍ଟାଇନସ ଡେ କେବଳ ପ୍ରେମିକ ପ୍ରେମିକାଙ୍କ ଉଦ୍ଦେଶ୍ୟରେ ନୁହେଁ, ବରଂ ସଭିଁଙ୍କ ସହ ପ୍ରେମ ବାଣ୍ଟିବାରେ ବିଶ୍ବାସ କରୁଛି ଆଜିର ଯୁବପିଢ଼ି । କିଏ ବାପା ମା ଓ ପରିବାର ସହ ଦିନଟିକୁ ସେଲିବ୍ରେଟ କରୁଛି ତ କିଏ ସାଙ୍ଗସାଥୀଙ୍କ ସହ ପାଳୁଛି ପ୍ରେମ ଦିବସ । ପୁଲୱାମା ଆଟାକକୁ ବର୍ଷେ ପୁରୁଥିବାବେଳେ ଶହିଦ ଯୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାରତ ମା’କୁ ସମ୍ମାନ ଜଣାଇ ଦିନଟି ପାଳନ କରିବାକୁ ସ୍ଥିର କରିଛନ୍ତି ବୋଲି ରମାଦେବୀ ମହାବିଦ୍ୟାଳୟର ଛାତ୍ରୀମାନେ ।

ସୁନ୍ଦର କ୍ୟୋଟେସନ୍‌ ଥିବା ଗ୍ରୀଟିଂ କାର୍ଡ଼ କିଣିବାକୁ ମିଳୁଛି ।


‘‘ଆମକୁ ରକ୍ଷା କରିବାକୁ ଯାଇ ଦେଶ ମା’ ପାଇଁ ଜୀବନ ଦେଇଥିବା ସେହି ଶହିଦଙ୍କୁ ଆମେ ସବୁଠୁ ଅଧିକ ଭଲ ପାଉ । ତେଣୁ ଭଲ ପାଉଥିବା ସେହି ଶହିଦଙ୍କ ପାଇଁ ପ୍ରେମ ଦିବସ ଉତ୍ସର୍ଗୀକୃତ,’’ କହିଛନ୍ତି ଛାତ୍ରୀ ଲିନା ମହାନ୍ତି ।

କେହି କେହି ଫେବୃଆରୀ ୧୪ ତାରିଖକୁ ପିତୃମାତୃ ଦିବସ ଭାବେ ପାଳନ କରୁଥିବା ବେଳେ ମା’ ବାପାଙ୍କ ସହ ସେଲିବ୍ରେଟ୍ କରୁଛନ୍ତି ଏହି ଖୁସିର ଦିନଟିକୁ । ସେପଟେ ଏଭଳି ଏକ ପାଶ୍ଚାତ୍ୟ ସଂସ୍କୃତିକୁ ବିରୋଧ କରୁଥିବା କିଛି ସଙ୍ଗଠନ ବିଭିନ୍ନ ସାର୍ବଜନୀକ ସ୍ଥାନରେ ପ୍ରେମୀ ଯୁଗଳ ଉପସ୍ଥିତିଙ୍କୁ ବିରୋଧ ବି କରିଛନ୍ତି ।

ତେବେ ଫେବୃଆରୀ ମାସକୁ ପ୍ରେମର ମାସ ବୋଲି କୁହାଯାଉଥିବା ବେଳେ ଏହି ମାସର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇଯାଏ ପ୍ରେମ ଋତୁ । ଫେବୃଆରୀ ୭ ତାରିଖକୁ ପ୍ରଥମ ଦିନ ଅର୍ଥାତ୍ ରୋଜ୍ ଡେ ବା ଗୋଲାପ ଦିବସ ଭାବେ ପାଳନ କରାଯାଏ । ସେହିଭଳି ୮ ତାରିଖକୁ ପ୍ରପୋଜ୍ ଡେ, ୯ ତାରିଖକୁ ଚୋକୋଲେଟ୍ ଡେ, ୧୦ ତାରିଖକୁ ଟେଡି ଡେ, ୧୧କୁ ପ୍ରମିସ୍ ଡେ, ୧୨କୁ କିସ୍ ଡେ, ୧୩ କୁ ହଗ୍ ଡେ ଓ ୧୪ତାରିଖକୁ ଭାଲେଣ୍ଟାଇନସ୍ ଡେ ବୋଲି କୁହାଯାଇଥାଏ ।
First published: February 14, 2020, 6:50 PM IST