News 18 Odia Digital
ଭୁବନେଶ୍ୱର; OMC ତଥା ଓଡିଶା ଖଣି ନିଗମରେ ଚାକିରି ( Job ) କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ନିଯୁକ୍ତି ତଥା ପଦବୀ ପୂରଣ ପାଇଁ ଓଏମସି ତରଫରୁ ବିଜ୍ଞପ୍ତି ( Advertisement ) ପ୍ରକାଶ ପାଇଛି । ବିଭିନ୍ନ ପଦବୀ ପାଇଁ ନିଯୁକ୍ତିର ସୁଯୋଗ ରହିଥିବାବେଳେ ମାଇନିଂ ସର୍ଭେରେ ଡିପ୍ଲୋମା, ମାଇନିଂ ଇଞ୍ଜିନିୟର୍, ମାଇନିଂ ଫୋର୍ମ୍ୟାନ୍ରେ ଡିପ୍ଲୋମାରେ କରିଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ସାକ୍ଷାତକାର ପରୀକ୍ଷାରେ କୃତ୍ତକାର୍ଯ୍ୟ ହେବା ସହ ସହ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ମିଳିବ ବୋଲି ସୂଚନା ମିଳିଛି ।
ଓଏମସିର ୱେବସାଇଟ୍ orissamining.com ସାଇଟରେ ଅନଲାଇନରେ ଆବେଦନ କରିବା ପାଇଁ ଓଏମସି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାର୍ଥୀ ବଛାଯିବା ପରେ ଓଡ଼ିଶାର ଖଣି ଅଞ୍ଚଳ ତଥା କେନ୍ଦୁଝରରେ ନିଯୁକ୍ତି ପ୍ରକ୍ରିୟା କରାଯିବ ।
ତେବେ ଏନେଇ ଆବେଦନ ପ୍ରକ୍ରିୟା ୨୩ ଜାନୁଆରୀରୁ ଆରମ୍ଭ ହୋଇଥିବାବେଳେ ଶେଷ ତାରିଖ ରହିଛି ଫେବୃଆରୀ ୮ତାରିଖ । ସମୁଦାୟ ୮୧ଟି ପଦବୀ ଖାଲି ଥିବାବେଳେ ଦରମା ସର୍ବନିମ୍ନ ୨୧ହଜାର ୭ଶହ ଟଙ୍କାରୁ ଆରମ୍ଭ ହୋଇ ୧ଲକ୍ଷ ୧୨ହଜାର ୪ଶହ ଟଙ୍କା ରହିଛି । ସେହିପରି ଆବେଦନ ପାଇଁ ବୟସ ସୀମା ୨୦୨୩ ଜାନୁଆରୀ ୧ ତାରିଖକୁ ହିସାବକୁ ନିଆଯାଇ ରହିଛି ୧୮ରୁ ୩୮ ବର୍ଷ ।
ପ୍ରଥମେ ଲିଖିତ ପରୀକ୍ଷା, ସାକ୍ଷାତକାର ଏବଂ ପରେ ମେଡିକାଲ ଟେଷ୍ଟ ସୋପାନରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଏହାର ସମ୍ପୂର୍ଣ୍ଣ ବିବରଣୀ ଓଏମସିର ଅଫିସିଆଲ ୱେବସାଇଡ୍ orissamining.com ରେ ଉପଲବ୍ଧ ରହିଛି । ତେଣୁ ଚାକିରି ଆଶାୟୀମାନେ ବିଳମ୍ୱ ନକରି ଶେଷ ତାରିଖ ସୁଦ୍ଧା ଆବେଦନ କରିପାରିବେ ।
ଅଧିକ ଖବର ପଢ଼ନ୍ତୁ -
http://Republic Day 2023; ଗଣତନ୍ତ୍ର ଦିବସ ପାଳନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।