ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପ୍ରେମ ଆଗରେ ହାରିଗଲା ବାପାଙ୍କ ଜିଦ୍; ଉତ୍ତର ପ୍ରଦେଶ ପୋଲିସ ଭୁବନେଶ୍ୱରରୁ ଖାଲି ହାତରେ ଫେରିଲା

ପ୍ରେମ ଆଗରେ ହାରିଗଲା ବାପାଙ୍କ ଜିଦ୍; ଉତ୍ତର ପ୍ରଦେଶ ପୋଲିସ ଭୁବନେଶ୍ୱରରୁ ଖାଲି ହାତରେ ଫେରିଲା

ଭୁବନେଶ୍ୱରର ଜଣେ ଯୁବକଙ୍କ ସହ ପ୍ରେମ ହେବା ପରେ ଉତ୍ତର ପ୍ରଦେଶର ଯୁବତୀ ଘରୁ ପଳାଇ ଆସି ଭୁବନେଶ୍ୱରରେ ତାଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ବାପା ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ।

ପ୍ରେମ ଆଗରେ ହାରିଗଲା ବାପାଙ୍କ ଜିଦ୍; ଉତ୍ତର ପ୍ରଦେଶ ପୋଲିସ ଭୁବନେଶ୍ୱରରୁ ଖାଲି ହାତରେ ଫେରିଲା
ଆକାଙ୍କ୍ଷା ଓ ପୃଥ୍ୱୀରାଜଙ୍କ ବିବାହ ସମୟର ଏକ ଫଟୋ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଜଣେ ଯୁବତୀଙ୍କୁ ନେଇ ଭୁବନେଶ୍ୱର କମିସନରେଟ ପୋଲିସ ଓ ଗୋରଖପୁର ପୋଲିସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା, ହେଲେ ଶେଷରେ ଯୁବତୀଙ୍କ ବାପାଙ୍କ ଜିଦ୍‌ ସାମନାରେ ତାଙ୍କ ପ୍ରେମ ଜିତିଲା । ଘରୁ ପଳେଇ ଆସି ଭୁବନେଶ୍ୱରରେ ଥିବା ନିଜ ପ୍ରେମିକଙ୍କୁ ବିବାହ କରିବା ପରେ ଏହି ଯବତୀଙ୍କୁ ଖୋଜି ଖୋଜି ଗୋରଖପୁର ପୋଲିସ ଭୁବନେଶ୍ୱରରେ ପହଞ୍ଚିଥିଲା ଓ ତାଙ୍କୁ ଘରକୁ ଫେରାଇ ନେବାକୁ ଚାହୁଁଥିଲା । ଏହାକୁ ନେଇ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଚାଲିଥିବା ଛକାପଞ୍ଝା ଦେଖିବାକୁ ମିଳିଥିଲା ।

ଉତ୍ତର ପ୍ରଦେଶ ଗୋରଖପୁର ଅଞ୍ଚଳର ବାସିନ୍ଦା ଆକାଙ୍କ୍ଷା ସିଂ । ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ପୃଥ୍ୱୀରାଜ ପଣ୍ଡାଙ୍କୁ ଭଲ ପାଉଥିଲେ । ପୃଥ୍ବୀରାଜ୍ ଜଣେ ଇଲେକ୍ଟ୍ରିକକାଲ୍‌ ଇଞ୍ଜିନିୟର୍‌ । ଗୋରଖପୁରରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପ୍ରେମକୁ ଆକାଙ୍କ୍ଷାଙ୍କ ପରିବାର ଲୋକେ ଗ୍ରହଣ ନ କରିବାରୁ ଗତ ୧୫ ତାରିଖରେ ସେ ଘରୁ ପଳେଇ ଆସିଥିଲା । ପ୍ରଥମେ ଦିଲ୍ଲୀ ଓ ତା’ ପରେ ୧୬ ତାରିଖରେ ଭୁବନେଶ୍ୱର ଆସି ପୃଥ୍ୱୀରାଜଙ୍କ ଘରେ ରହୁଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

ଆକାଙ୍କ୍ଷାଙ୍କ ବୟସ ୧୮ ବର୍ଷ ୩ ମାସ । ଭୁବନେଶ୍ୱର କୋର୍ଟରେ ୧୭ ତାରିଖରେ ସେ ଓ ପୃଥ୍ୱୀରାଜ ପଣ୍ଡା ବିବାହ କରିଥିଲେ । ହେଲେ ଏ କଥାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଆକାଙ୍କ୍ଷାଙ୍କ ପରିବାର । ତାଙ୍କ ଝିଅ ଅପହରଣ ହୋଇଯାଇଥିବା କହି ଗୋରଖପୁର ଥାନାରେ ଅଭିଯୋଗ ଆଣିଥିଲେ ସେମାନେ । ଝିଅକୁ ଘରକୁ ଫେରାଇ ଆଣିବାକୁ ପୋଲିସକୁ ଅନୁରୋଧ କରିଥିଲେ । ତା’ପରେ ଗୋରଖପୁର ପୋଲିସ ଆକାଙ୍କ୍ଷାଙ୍କୁ ଖୋଜି ଖୋଜି ଭୁବନେଶ୍ୱରରେ ପହଞ୍ଚିଥିଲା ।

ପୋଲିସ ଆକାଙ୍କ୍ଷାଙ୍କୁ ନେଇ କୋର୍ଟରେ ପହଞ୍ଚିଥିଲା ।


‘‘ମୋତେ ଅପହରଣ କରାଯାଇ ନାହିଁ । ମୁଁ ମୋ ନିଜ ଇଚ୍ଛାରେ ଘର ଛାଡ଼ି ଆସିଛି । ମୁଁ ଯୋଉଠି ଅଛି ଭଲ ରେ ଅଛି । ମୋ’ ପରିବାର ଲୋକେ ମିଛ ଅଭିଯୋଗ ଆଣିଛନ୍ତି । ମୁଁ ନାବାଳିକା ନୁହେଁ, ସାବାଳିକା । ତେଣୁ ମୁଁ ନିଜ ଇଚ୍ଛାରେ କୋର୍ଟରେ ବିବାହ କରିଛି,’’ ନିଜ ପରିବାର ଲୋକଙ୍କ ମିଛ ଅଭିଯୋଗର ଉତ୍ତରରେ ଏକ ଭିଡ଼ିଓରେ କହିଥିଲେ ଆକାଙ୍କ୍ଷା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ଗୋରଖପୁର ପୋଲିସ ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରଫିଲଡ୍‌ ଥାନା ସହ ଯୋଗାଯୋଗ କରି ଆକାଙ୍କ୍ଷା ରହୁଥିବା ତାଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲା । ସେଠାରେ ଏୟାରଫିଲଡ୍‌ ଥାନା ପୋଲିସ ଆକାଙ୍କ୍ଷାଙ୍କ ସବୁ ସାର୍ଟିଫିକେଟ୍‌ ଯାଞ୍ଚ କରିବା ପରେ ତାଙ୍କୁ ଗୋରଖପୁର ପୋଲିସ ହାତରେ ହସ୍ତାନ୍ତର କରିବାକୁ ମନା କରିଦେଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗୋଲାପୀ ଡ୍ରେସ୍ ପିନ୍ଧି ସୂର୍ଯ୍ୟୋଦୟ ଉପଭୋଗ କଲେ ମୌନି ରାୟ; ଫ୍ୟାନମାନେ ନଜର ହଟାଇ ପାରୁନାହାନ୍ତି

‘‘ପ୍ରଥମେ ଆମକୁ ସହଯୋଗ ମାଗିଥିଲା ଗୋରଖପୁର ପୋଲିସ । ଆମେ ଯୁବତୀଙ୍କ ସବୁ କାଗଜପତ୍ର ଯାଞ୍ଚ କରିବା ପରେ ସେ ସାବାଳିକା ବୋଲି ସ୍ପଷ୍ଟ ହୋଇଥିଲା । ତେଣୁ ଆଇନ ଅନୁସାରେ ଆମେ ଯୁବତୀଙ୍କୁ ଗୋରଖପୁର ପୋଲିସକୁ ହସ୍ତାନ୍ତର କରି ନ ଥିଲୁ । ତା’ ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । କୋର୍ଟ ମଧ୍ୟ ଯୁବତୀଙ୍କ ସି.ଆର୍‌.ପି.ସି. ୧୪୬ ଅଧାରରେ ବୟାନ ରେକର୍ଡ଼ କରିଥିଲା,’’ କହିଛନ୍ତି ଏୟାରଫିଲଡ଼ ଥାନା ଅଧିକାରୀ ରାଧାକାନ୍ତ ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ଭୁବନେଶ୍ୱର ବ୍ୟବହାର ନ୍ୟାୟାଳୟ ସବୁ ପକ୍ଷର ଯୁକ୍ତି ଶୁଣିଥିଲେ । ‘‘ଯେହେତୁ ଯୁବତୀଙ୍କ ବୟସ ୧୮ ବର୍ଷରୁ ଅଧିକ, ସେ ସାବାଳିକା ଓ ନିଜ ବିଷୟରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି । ତେଣୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସେ ଯେଉଁଠି ଚାହିଁବେ ରହି ପାରିବେ । ତା’ ପରେ ଆକାଙ୍କ୍ଷା ନିଜ ସ୍ୱାମୀଙ୍କ ପାଖରେ ଭୁବନେଶ୍ୱରରେ ରହିବେ ବୋଲି କହିଲେ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ରାଜ କିଶୋର ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଭିନେତ୍ରୀ ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ସେ ନର୍ଭସ୍ହେଲେ!

ଗୋରଖପୁର ପୋଲିସ ଟିମର ଜଣେ ଅଧିକାରୀ କହିଛନ୍ତି ଯେ ଆକାଙ୍କ୍ଷାଙ୍କ ପରିବାର ଲୋକେ ତାଙ୍କୁ ଅପହରଣ କରାଯାଇଛି ବୋଲି ଅଭିଯୋଗ କରିବା ପରେ ତାଙ୍କୁ ଉଦ୍ଧାର କରିବାକୁ ସେମାନେ ଭୁବନେଶ୍ୱର ଆସିଥିଲେ । ‘‘ଯେହେତୁ ଜଜଙ୍କ ଆଗରେ ଆକାଙ୍କ୍ଷା ନିଜକୁ ସାବାଳିକା ବୋଲି ପ୍ରମାଣ କରିଛନ୍ତି, ତେଣୁ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ଆମେ ଫେରିଯାଉଛୁ,’’ ସେ କହିଛନ୍ତି ।



ଏହି ଘଟଣାକୁ ନେଇ ଆକାଙ୍କ୍ଷାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ । ଆକାଙ୍କ୍ଷାଙ୍କୁ ପୋଲିସ ତାଙ୍କ ସ୍ୱାମୀ ପୃଥ୍ୱୀରାଜ ପଣ୍ଡାଙ୍କ ଘରେ ଛାଡି଼ ଦେଇଛି ।
Published by: Anand ST Das
First published: June 21, 2021, 7:34 PM IST