ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ୍ ସିଇଓ; ଓଡ଼ିଆ ବିରୋଧୀ ବିଜ୍ଞାପନକୁ ନେଇ କାର୍ଯ୍ୟାନୁଷ୍ଠାନ

ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ୍ ସିଇଓ

ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ୍ ସିଇଓ

  • Share this:
News 18 Odia Digital

ଭୁବନେଶ୍ୱର; ଉତ୍କଳ ହସ୍ପିଟାଲର ସିଇଓ ଆଲୋକ ଲୋଧ ନିଲମ୍ବିତ । ଉତ୍କଳ ହସ୍ପିଟାଲ ଓପିଡି ମ୍ୟାନେଜର ପଦବୀରେ ଅଣ ଓଡ଼ିଆ ନିଯୁକ୍ତି ନେଇ ଟୁଇଟରରେ ବିଜ୍ଞାପନ ଦେଇଥିଲେ । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ବିରୋଧ କରାଯାଇଥିଲା । ବିଭିନ୍ନ ମହଲରୁ ନିନ୍ଦା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ରବିବାର ଅନେକ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ପରେ ଅନେକ ବୁଦ୍ଧିଜୀବୀ ଏହି ବିଜ୍ଞାପନକୁ ନିନ୍ଦା କରିଛନ୍ତି । ଓଡ଼ିଶାରେ କାହିଁକି ଚାକିରି କରିପାରିବେନି ଓଡ଼ିଆ ଏନେଇ ସମସ୍ତେ ପ୍ରଶ୍ନ ପଚାରିଥିଲେ । ପରେ ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।





ଆଲୋକ ଲୋଧ ଟ୍ୱିଟରରେ କରିଥିବା ପୋଷ୍ଟରେ ଲେଖିଥିଲେ ଯେ ଉତ୍କଳ ହସ୍ପିଟାଲ ପାଇଁ ଜଣେ ଓପିଡି ମ୍ୟାଜେନରଙ୍କ ଆବଶ୍ୟକତା ରହିଛି । କୌଣସି କର୍ପୋରେଟ ହସ୍ପିଟାଲରେ ୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ଏହା ସହ ଏଥିରେ ସ୍ପଷ୍ଟ କରିଥିଲେ ଯେ ଆବେଦନକାରୀ ଅଣ ଓଡ଼ିଆ ଅର୍ଥାତ ଓଡ଼ିଶା ବାହାରର ହୋଇଥିବା ଦରକାର । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଅନେକ ଓଡ଼ିଆ ଏବଂ ବିଜ୍ଞାପନକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କ ଉପରେ ଖୁବ୍ ବର୍ଷିଥିଲେ । ଓଡ଼ିଶାରେ ଚାକିରୀ କରି ଓଡ଼ିଆଙ୍କ ପ୍ରତି ଏଭଳି ମନୋଭାବକୁ ନେଇ ଦୃଢ଼ ନିନ୍ଦା କରାଯାଇଥିଲା । ଯାହା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା ଏବଂ ତୁରନ୍ତ ବିଜ୍ଞାପନ ସଂଶୋଧନ କରିଥିଲେ । ଆଉ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି ।
Published by:Soubhagya Mishra
First published: