ଦେଶର ଟପ୍ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା ଉତ୍କଳ ବିଶ୍ଵବିଦ୍ୟାଳୟ
ଆଇ.ଆଇ.ଏସ୍.ସି. ବେଙ୍ଗାଲୁରୁ ସର୍ବ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ବିବେଚିତ ହୋଇଥିବା ବେଳେ ୯୬ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ଵବିଦ୍ୟାଳୟ । ପୂର୍ବରୁ କେବେ ଉତ୍କଳ ବିଶ୍ଵବିଦ୍ୟାଳୟ ଟପ ୧୦୦ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନ ଥିଲା ।

ଉତ୍କଳ ବିଶ୍ଵବିଦ୍ୟାଳୟ ନାକ A ମାନ୍ୟତା ପାଇବା ପରେ କିଭଳି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସୁଧାର ଆଣିବା ଦିଗରେ ଅନେକ ପଦକ୍ଷେପ ନେଇଛି ।
- News18 Odia
- Last Updated: June 13, 2020, 7:06 PM IST
ଭୁବନେଶ୍ୱର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ରାଙ୍କିଂ ଫ୍ରେମୱାର୍କ ୨୦୨୦ (National Institutional Ranking Framework, NIRF) ତାଲିକାରେ ଓଡିଶାରୁ କିଛି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାଅନୁଷ୍ଠାନ ବିଭିନ୍ନ କାଟେଗୋରୀରେ ରହିଥିବା ବେଳେ ଚଳିତ ବର୍ଷ ଶ୍ରେଷ୍ଠ ୧୦୦ ଭିତରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାନ ପାଇଛି। ସାରା ଦେଶରେ ୯୬ତମ ସ୍ଥାନ ହାସଲ କରି ଉତ୍କଳ ବିଶ୍ଵବିଦ୍ୟାଳୟ ଓଡ଼ିଶା ପାଇଁ ଗୌରବ ଆଣିଛି।
ଆଇ.ଆଇ.ଏସ.ସି. ବେଙ୍ଗାଲୁରୁ ସର୍ବ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ବିବେଚିତ ହୋଇଥିବା ବେଳେ ୯୬ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ଵବିଦ୍ୟାଳୟ। ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଟପ ୧୦୦ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ବେଳେ ଗତ କିଛି ବର୍ଷ ହେବ ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଉଦ୍ୟମ ଜାରି ରଖିଥିଲା । ଉତ୍କଳ ବିଶ୍ଵବିଦ୍ୟାଳୟ ନାକ A ମାନ୍ୟତା ପାଇବା ପରେ କିଭଳି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସୁଧାର ଆଣିବା ସହ ସେମାନଙ୍କୁ ଅଧିକ ମେଧାବୀ ଗଢ଼ି ତୋଳିବା ଉପରେ ଧ୍ୟାନ ଦେଇଥିଲା । ଗବେଷଣା ବା ରିସର୍ଚ୍ଚ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ସାଙ୍ଗକୁ ନୂଆ ଜ୍ଞାନକୌଶଳର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଇଥିଲା । ୨୦୧୯ ଏନ.ଆଇ.ଆର.ଏଫ. ଅନୁଯାୟୀ ଉତ୍କଳ ବିଶ୍ଵବିଦ୍ୟାଳୟ ୧୦୧ରୁ ୧୫୦ନମ୍ବର ସ୍ଥାନରେ ରହିଥିବା ବେଳେ ଟପ ୧୦୦ ତାଲିକା ରେ ପ୍ରଥମ ଥର ପାଇଁ ପ୍ରବେଶ କରିଛି ।
‘‘ଓଡ଼ିଶାର ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ତାଲିକାରେ ରହିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର କଥା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ କିଛି ବର୍ଷ ଧରି ଏହି ପ୍ରଚେଷ୍ଟା ଜାରି ରହିଥିଲା। ରାଷ୍ଟ୍ରୀୟ ଉଚ୍ଚୋତର ଶିକ୍ଷା ଅଭିଯାନ (ରୁଷା) ପକ୍ଷରୁ ଅନେକ ସାହାଯ୍ୟ ମିଳିଥିବା ବେଳେ ବିଶ୍ୱବିଦ୍ୟାଳୟକୁ ନୂଆ ଟେକ୍ନୋଲୋଜି ଆଧାରରେ ପରିବର୍ତ୍ତନ କରାଯାଇଛି,’’ କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ।

କିଟ୍ ବିଶ୍ୱବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ଗବେଷଣା କେନ୍ଦ୍ର ସହ ଭରଚୁଆଲ ଟିଉଟୋରିଆଲ ଖୋଲାଯାଇଛି । ଏହା କେବଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ, ଏହା ସହ ଅନୁବନ୍ଧିତ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ । ଶ୍ରେଷ୍ଠ ୨୦ତମ ବିଶ୍ୱବିଦ୍ୟାଳୟ ଭିତରେ ସୋଆ ବିଶ୍ୱବିଦ୍ୟାଳୟ ଓ ୨୪ତମ ସ୍ଥାନରେ କିଟ୍ ରହିଛି ।
ଶ୍ରେଷ୍ଠ ୧୦୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ୩୨ ନମ୍ବର ସ୍ଥାନରେ ଏନ.ଆଇ.ଟି. ରାଉରକେଲା, ୩୮ତମରେ ସୋଆ, ଚତୁର୍ଥରେ କିଟ ଓ ୫୬ତମରେ ଆଇ.ଆଇ.ଟି. ଭୁବନେଶ୍ୱର ରହିଛି । ଶ୍ରେଷ୍ଠ ୧୦୦ଟି ବୈଷୟିକ ଶିକ୍ଷାଅନୁଷ୍ଠାନ ମଧ୍ୟରେ ଆଇ.ଆଇ.ଟି. ମାଡ୍ରାସ ଟପରେ ଥିବା ବେଳେ ଓଡ଼ିଶାରୁ ସାତଟି ଶିକ୍ଷାନୁଷ୍ଠାନ ରହିଛି । ୧୬ତମ ସ୍ଥାନରେ ଏନ.ଆଇ.ଟି. ରାଉରକେଲା, ୨୨ତମରେ ଆଇ.ଆଇ.ଟି. ଭୁବନେଶ୍ବର, 3୪ତମରେ ସୋଆ, ୪୨ତମରେ କିଟ, ୯୩ତମରେ ସି.ଭି. ରମଣ, ୧୧୯ତମରେ ଭି. ସୁଟ, ୧୭୯ତମରେ ବସ ଆଇ ଟି ଭୁବନେଶ୍ୱର ରହିଛି ।
ମେଡିକାଲ କଲେଜମାନଙ୍କ ମଧ୍ୟରେ ଗତ ତିନି ବର୍ଷ ହେବ ଏମ୍ସ ମେଡିକାଲ କଲେଜ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ସୋଆ ମେଡିକାଲ କଲେଜ ୨୩ ନମ୍ବରରେ ଅଛି ଓ କିଟ ମେଡିକାଲ କଲେଜ ୩୨ ନମ୍ବରରେ ରହିଛି ।
ଶ୍ରେଷ୍ଠ ୨୦ ଆଇନ ମହାବିଦ୍ୟାଳୟ ମଧ୍ୟରେ ୧୨ ନମ୍ବର ସ୍ଥାନରେ ରହିଛି କିଟ ଆଇନ ମହାବିଦ୍ୟାଳୟ ଓ ୧୪ତମ ସ୍ଥାନରେ ରହିଛି ଜାତୀୟ ଆଇନ ମହାବିଦ୍ୟାଳୟ । ପୂର୍ବରୁ ସୋଆ ଓ କିଟ ବିଶ୍ୱବିଦ୍ୟାଳୟ ନିଜ ପାରଦର୍ଶିତା ସାରା ଦେଶରେ ପ୍ରମାଣ କରିଥିବା ବେଳେ ଏଥର ସରକାରୀ ବିଶ୍ୱବିଦ୍ୟାଳୟ ନିଜର ଦକ୍ଷତା ପ୍ରକାଶ କରିଛି ।
ଏହା ବି ପଢ଼ନ୍ତୁ:
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା