ଗାଡି଼ ଚ଼ଳାଇବା ବେଳେ ମୋବାଇଲ୍ ବ୍ୟବହାର କଲେ ଖାଲି ଜରିମାନା ନୁହେଁ, ଲାଇସେନ୍ସ ରଦ୍ଧ ହେବ

ଦୁର୍ଘଟଣାପ୍ରବଣ ରାଜ୍ୟ ହିସାବରେ ଦେଶରେ ଓଡିଶା ୫ ନମ୍ବର ସ୍ଥାନରେ ରହିଛି । ଦୁର୍ଘଟଣାର ବର୍ତ୍ତମାନ ହାରକୁ ୨୦ ପ୍ରତିଶତ କମାଇବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଗାଡି଼ ଚ଼ଳାଇବା ବେଳେ ମୋବାଇଲ୍ ବ୍ୟବହାର କଲେ ଖାଲି ଜରିମାନା ନୁହେଁ, ଲାଇସେନ୍ସ ରଦ୍ଧ ହେବ
ସାରା ଓଡ଼ିଶାରେ ଗାଡି଼ ଚ଼ଳାଇବା ବେଳେ ଲୋକେ ଟ୍ରାଫିକ୍ ନିୟମସବୁକୁ ଉଲଙ୍ଘନ କରୁଛନ୍ତି ।
  • News18 Odia
  • Last Updated: January 2, 2020, 12:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଣିକି ମୋବାଇଲ ଫୋନ୍‌ ବ୍ୟବହାର କଲେ କେବଳ ଯେ ଜରିମାନା ହେବ ତାହା ନୁହେଁ, ତା’ ସହିତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍‌ସ୍‌ (ଡିଏଲ୍‌) । କେବଳ ଗାଡି ଚାଳଇବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ନୁହେଁ, ଦ୍ରୁତ ଗତିରେ ଗାଡି ଚାଳଇଲେ, ମଦ୍ୟପାନ କରି ଗାଡି ଚଳାଇଲେ ଓ ଗୁଡ୍‌ସ୍‌ ଗାଡି଼ରେ ଓଭରଲୋଡିଂ ଓ ପାସେଞ୍ଜର ନେବା ଭଳି ଚ଼ାରିଟି କ୍ଷେତ୍ରରେ ବି ଲାଗୁ ହେବ ଏହି ନିୟମ ।

ରାଜ୍ୟ ପରିବହନ କିମିଶନର୍‌ ଏ ନେଇ ସବୁ ଆର୍‌ଟିଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସଡ଼କ ସୁରକ୍ଷା ନିମନ୍ତେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଗଠିତ କମିଟିର ନିର୍ଦ୍ଦେଶକୁ କଡ଼ାକଡି଼ ଭାବରେ କାର୍ଯ୍ୟକାରୀ କରାଇବାକୁ ଏଭଳି ନିଷ୍ପତ୍ତି ହୋଇଛି ।

ଦୁର୍ଘଟଣାପ୍ରବଣ ରାଜ୍ୟ ହିସାବରେ ଦେଶରେ ଓଡିଶା ୫ ନମ୍ବର ସ୍ଥାନରେ ରହିଛି । ଦୁର୍ଘଟଣାର ବର୍ତ୍ତମାନ ହାରକୁ ୨୦ ପ୍ରତିଶତ କମାଇବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

‘‘ମଦ୍ୟପାନ ହେଉ କି ମୋବଇଲ୍‌ ଫୋନ୍‌ ବ୍ୟବହାର ହେଉ, ଆଉ ଖାଲି ଫାଇନ୍‌ ନୁହେଁ, ସିଧାସଳଖ କୋର୍ଟ ଚ଼ାଲାଣ ହେବା ସହ ଲାଇସେନ୍ସ୍‌ ବି ରଦ୍ଧ ହେବ। ଏହା ପୁରେ ପୁଣି ଅଭିଯୁକ୍ତମାନେ ନୂଆ କରି ଲାଇସେନ୍ସ୍‌ ପାଇଁ ଆବେଦନ କରିପାରିବେ,’’ କହିଛନ୍ତି ପରିବହନ ବିଭାଗ ସଚିବ ଜି ଶ୍ରୀନିବାସ ।

ସାରା ଓଡ଼ିଶାରେ ଗାଡି଼ ଚ଼ଳାଇବା ବେଳେ ଲୋକେ ଟ୍ରାଫିକ୍‌ ନିୟମସବୁକୁ ଉଲଙ୍ଘନ କରୁଛନ୍ତି । ବିନା ହେଲ୍‌ମେଟ୍‌ରେ କାନ୍ଧ ଓ କାନ ମଝିରେ ମୋବାଇଲ୍‌ ଫୋନ୍‌ ଲଗେଇ କଥା ହେଉଁ ହେଉଁ ଗାଡ଼ି ଚ଼ଳାଉଛନ୍ତି ।

ଏମିତି ବି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଟ୍ରାଫିକ୍‌ ଛକରେ ଗାଡି଼ ରଖି ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି, ଆଉ ଟ୍ରାଫିକ୍‌ ସିଗନାଲ ଆସିବା ବେଳକୁ ହେଲମେଟ୍‌ ଭିତରେ ମୋବାଇଲ ପୂରେଇ ଦେଇ ଗାଡି଼ ଚଳେଇ ଯାଉଛନ୍ତି ।

News18 Odia Digital ଏମିତି କିଛି ଲୋକଙ୍କୁ ପଚ଼ାରିବା ବେଳକୁ ସେମାନେ ନିଜ ଭୁଲ୍‌କୁ ସ୍ବୀକାର କରିବା ସହ ଆଗକୁ ସଚ଼େତନ ହେବେ ବୋଲି କହିଛନ୍ତି । ଆଉ କେତେକ କହିଛନ୍ତି ଯେ ସେମାନେ ଏ ସବୁ ନିୟମ ବିଷୟରେ ଜାଣିନାହାନ୍ତି ।

‘‘ଏ ପର୍ଯ୍ୟନ୍ତ ବହୁ ନିୟମ ଓ ଆଇନ୍‌ ପ୍ରଣୟନ କରାଯାଇଛି । ତେବେ ସେ ସବୁ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହେବା ଉଚିତ । ତାହେଲେ ଯାଇ ସଡ଼କ ସୁରକ୍ଷା ବାସ୍ତବ ରୂପ ନେବ,’’ କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ସୟଦ ମକବୁଲ ଅଲ୍ଲୀ ।

ଦୁର୍ଘଟଣା କମାଇବା ପାଇଁ ଏନଏଚ୍‌ରେ ସିସିଟିଭି କ୍ୟାମେରା ଲଗେଇବାର କାର୍ଯ୍ୟକ୍ରମ ବି ରହିଛି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଗିରିସୁଲା ଠାରୁ ପୁଇଁତୁଲା ଯାଏ ୫୨ କିମି ଯାଏ ଲାଗିବ ସିସିଟିଭି କ୍ୟାମେରା, କହିଛନ୍ତି ପରିବହନ ବିଭାଗର ଜଣେ ଅଧିକାରୀ ।
Published by: Anand Shankar Thankur Das
First published: January 2, 2020, 12:19 PM IST
corona virus btn
corona virus btn
Loading