ଜଳବନ୍ଦୀରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ବିଏମସିର ଅଗୁଆ ପ୍ରସ୍ତୁତି; କଲା ବୈଠକ

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ମୋଟ ୩୫ଟି ସମ୍ବେଦନଶୀଳ ଓ ୭୨ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଖାଲୁଆ ଅଞ୍ଚଳରେ ଅଗ୍ନିଶମ ଓ ବିଏମସି ପକ୍ଷରୁ ମୋଟର ପମ୍ପ ଜରିଆରେ ବର୍ଷା ଜଳ ନିଷ୍କାସନ ପାଇଁ ସଜାଗ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି।

ଜଳବନ୍ଦୀରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ବିଏମସିର ଅଗୁଆ ପ୍ରସ୍ତୁତି

ଜଳବନ୍ଦୀରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ବିଏମସିର ଅଗୁଆ ପ୍ରସ୍ତୁତି

  • Share this:
News18 Odia Digital

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଭୁବନେଶ୍ୱରରେ ସମ୍ଭାବ୍ୟ ଜଳବନ୍ଦୀରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ବିଏମସିର ଅଗୁଆ ପ୍ରସ୍ତୁତି। ମେୟରଙ୍କ ଅଧ୍ୟକ୍ଷତାରେ ଡକାଗଲା ଜରୁରୀ ସମନ୍ୱୟ ବୈଠକ।

ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଜଳମଗ୍ନ ଅଞ୍ଚଳରୁ କିଭଳି ଜଳ ନିଷ୍କାସନ କରାଯିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦ୍ଦେଶ।

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ମୋଟ ୩୫ଟି ସମ୍ବେଦନଶୀଳ ଓ ୭୨ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଖାଲୁଆ ଅଞ୍ଚଳରେ ଅଗ୍ନିଶମ ଓ ବିଏମସି ପକ୍ଷରୁ ମୋଟର ପମ୍ପ ଜରିଆରେ ବର୍ଷା ଜଳ ନିଷ୍କାସନ ପାଇଁ ସଜାଗ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି।

ସେହିଭଳି ଭାବେ ୨୪ ଘଣ୍ଟିଆ ୧୯୨୯ ଟୋଲ ଫ୍ରି ନମ୍ବରରେ ଜଳବନ୍ଦୀ ସମ୍ପର୍କିତ ତୁରନ୍ତ ସୂଚନା ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।
Published by:Lipina Das
First published: