ରାଗିଂ ମୁକ୍ତ କ୍ୟାମ୍ପସ ପାଇଁ ସ୍କ୍ବାଡ ଗଠନ
- News18 Odia
- Last Updated :
- Odisha (Orissa)
News 18 Odia Digital
ଭୁବନେଶ୍ଵର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକେଇବା ପରେ ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା ଦେଖେଇଛି । ସବୁ ବିଶ୍ଵବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି କରିଛନ୍ତି । ଆଡମିଶନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ। ଲିଫଲେଟରେ କିମ୍ବା କଲେଜ କାନ୍ଥରେ ହେଲ୍ପଲାଇନ ନମ୍ୱର ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରିବା ସହ। ଆଣ୍ଟି ରାଗିଂ ସ୍କ୍ବାଡ ହଷ୍ଟେଲ ଓ କ୍ଲାସ ରୁମ୍ ବୁଲି ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଗିଂ ପ୍ରମାଣିତ ହେଲେ କିମ୍ବା ଉସକାଇଥିଲେ ଏଫ୍ଆଇର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଏପରିକି ଏଫ୍ଆଇର ପଦକ୍ଷେପକୁ ଅପେକ୍ଷା ନକରି କଲେଜ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଚିଠିରେ କୁହାଯାଇଛି।
ଅନୁଷ୍ଠାନ ଗୁଡିକ ରାଗିଂ ଓ ଆଣ୍ଟି ରାଗିଂ ପଦକ୍ଷେପ ଉପରେ ସଚେତନତା କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜନ କରିବାକୁ କୁହାଯାଇଛି । ଛାତ୍ରମାନଙ୍କ ମଧ୍ୟରେ ଚେତନା କରାଇବା ପାଇଁ ଡ୍ରାମା, ଅଡିଓ ଭିଜୁଆଲ୍ ଇଭେଣ୍ଟ, ଇତ୍ୟାଦି ଦ୍ୱାରା ପ୍ରସାରିତ ହେବା । ଏକ ସକ୍ରିୟ ଓ ପ୍ରଭାବଶାଳୀ ଆଣ୍ଟି-ରାଗିଂ ସ୍କ୍ୱାର୍ଡ ଗଠନ କରାଯିବ । ଏହି ସ୍କୁଆଡ ସଚେତନତା, ତଦାରଖ ଓ ପାଟ୍ରୋଲିଂ କାର୍ଯ୍ୟ ପରିଚାଳନା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଦ୍ଵାରା ଗଠିତ ହେବ। ସ୍କୁଆଡ ଶିକ୍ଷାବର୍ଷର ପ୍ରଥମ ତିନିମାସ ମଧ୍ୟରେ ପ୍ରତି ଚତୁର୍ଥାଂଶରେ ନୂତନ ଛାତ୍ରମାନଙ୍କ ମଧ୍ୟରେ ସର୍ଭେ କରିବା ସହ ଯାଞ୍ଚ କରିବେ ଏହି ଅନୁଷ୍ଠାନ ପ୍ରକୃତରେ ରାଗିଂ ମୁକ୍ତ କି ନୁହେଁ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।