UPSC ସିଭିଲ ସର୍ଭିସେଜ୍ ଟପ୍ପର୍‌ ଶୁଭମ୍‌ କୁମାର କହିଲେ: ‘ମୋତେ ଲାଗୁଥିଲା ମୁଁ ଭୁଲ୍ ଲିଷ୍ଟ ଦେଖୁଛି!’

UPSC Civil Services 2020 Results Published; Topper is Shubham Kumar | ଦେଶର ସବୁ ଯୁବକଯୁବତୀଙ୍କୁ ଶୁଭମ୍ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ସମସ୍ତଙ୍କୁ UPSC ପରୀକ୍ଷାରେ ଏକ ଭଲ ସୁଯୋଗ ମିଳେ । ‘‘ଏହି ପରୀକ୍ଷା ପାଇଁ ଯେଉଁମାନେ ପ୍ରସ୍ତୁତି କରୁଛନ୍ତି ସେମାନେ ନିଜ ଉପରେ ବିଶ୍ୱାସ ରଖି ଭଲ ଭାବରେ ପ୍ରସ୍ତୁତି କରିବା ଉଚିତ ।’’

ଟପ୍ପର୍ ଶୁଭମ୍ କୁମାର

ଟପ୍ପର୍ ଶୁଭମ୍ କୁମାର

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: UPSC Civil Services 2020 Results: UPSC ସିଭିଲ୍‌ ସର୍ଭିସେଜ୍‌ ପରୀକ୍ଷାରେ ଏ ଥର ଟପ୍ପର ହୋଇଛନ୍ତି ବିହାରର କଟିହାର୍‌ ଜିଲ୍ଲାର ଶୁଭମ୍ କୁମାର । ସେପ୍ଟେମ୍ବର୍‌ ୨୪ ତାରିଖରେ କେନ୍ଦ୍ର ଲୋକ ସେବା ଆୟୋଗ (UPSC) ସିଭିଲ ସର୍ଭିସେଜ୍‌ ୨୦୨୦ ପରୀକ୍ଷାର ଫଳ ଘୋଷଣା କରିଛି । ନ୍ୟୁଜ୍୧୮ ସହିତ କଥାବାର୍ତ୍ତା କରି ଟପ୍ପର୍‌ ଶୁଭମ୍ କୁମାର କହିଛନ୍ତି ଯେ ସେ ଆଶା କରି ନ ଥିଲେ ଯେ ତାଙ୍କ ନାମ ଶେଷ ତାଲିକାରେ ଥିବ ବୋଲି ।

‘‘ପ୍ରଥମେ ମୁଁ ଭାବିଲି ବୋଧହୁଏ ମୁଁ ଭୁଲ୍‌ ତାଲିକାରେ ମୋ’ ନାଁ ଦେଖୁଛି ।ସଫଳ ପ୍ରାର୍ଥୀମାନଙ୍କ ତାଲିକାର ଶୀର୍ଷରେ ମୋ’ ନାଁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି,’’ କହିଛନ୍ତି ଶୁଭମ୍‌ କୁମାର (UPSC topper Shubham Kumar)। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା । ଏହା ପୂର୍ବରୁ ଶୁଭମ୍ ଦ୍ୱିତୀୟ ପ୍ରୟାସରେ ୨୯୦ ରାଙ୍କ୍‌ ପାଇଥିଲେ । ସେ କହିଛନ୍ତି ଯେ ସେ ଭାରତୀୟ ଡିଫେନ୍ସ ଆକାଉଣ୍ଟସ ସର୍ଭିସ୍‌ ଅର୍ଥାତ୍ IDASରେ କାର୍ଯ୍ୟରତ ଥିଲେ । ଏବେ ପୁଣେର ନ୍ୟାସନାଲ୍ ଏକାଡେମୀ ଅଫ୍ ଡିଫେନ୍ସ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ (NADFM) ତାଙ୍କର ପ୍ରଶିକ୍ଷଣ ଚାଲିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିଉଟି & ବ୍ରେନ୍: ଏହି ଯୁବତୀ ମଡେଲିଂ କରୁଥିଲେ; UPSC ପରୀକ୍ଷା ଦେଇ ସଫଳ ହେଲେ, IAS ହେଲେ

ଘରେ ସମସ୍ତେ ଖୁସି

ଶୁଭମ୍ କହିଛନ୍ତି ଯେ ବିହାରରେ ତାଙ୍କ ଘରେ ସମସ୍ତେ ତାଙ୍କ ଟପ୍ପର ହୋଇଥିବା ଜାଣି ବହୁତ ଖୁସି ଅଛନ୍ତି । କିନ୍ତୁ ସେ ନିଜେ ଘରେ ଉପସ୍ଥିତ ନାହାଁନ୍ତି, କାରଣ ସେ ବର୍ତ୍ତମାନ ପୁଣେରେ ଅଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତାମାତା, ମାମୁଁ ଓ ମାଉସୀମାନେ ସେ ଟପ୍ କରିଥିବା ଜାଣି ବହୁତ ଖୁସି ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ସାମ୍ବାଦିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା; ‘ହାତୀକୁ ଘଉଡ଼ାଇବା ଅନାବଶ୍ୟକ ଥିଲା

ବିହାର ସମେତ ଦେଶର ସବୁ ଯୁବକଙ୍କୁ, ବିଶେଷତଃ ଆଇ.ଏ.ଏସ୍. ପରୀକ୍ଷାରେ ସଫଳତା ପାଇବାକୁ ଆଶାୟୀ ଥିବା ଯୁବକମାନଙ୍କୁ ଶୁଭମ୍ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ସମସ୍ତଙ୍କୁ UPSC ପରୀକ୍ଷାରେ ଏକ ଭଲ ସୁଯୋଗ ମିଳେ । ‘‘UPSC ପରୀକ୍ଷା ପାଇଁ ଯେଉଁମାନେ ପ୍ରସ୍ତୁତି କରୁଛନ୍ତି ଓ ଆଶା ରଖିଛନ୍ତି ସେମାନେ ସମସ୍ତେ ନିଜ ଉପରେ ବିଶ୍ୱାସ ରଖିବା ଉଚିତ ଓ ଭଲ ଭାବରେ ପ୍ରସ୍ତୁତି କରିବା ଉଚିତ । ଆଶାୟୀ ପ୍ରାର୍ଥୀମାନେ ସାହସର ସହ ବିଶ୍ୱାସ କରିବା ଉଚିତ ଯେ ସେମାନେ ବି ଦିନେ ନା ଦିନେ ମନୋନୀତ ହେବେ,’’ କହିଛନ୍ତି ଶୁଭମ୍ କୁମାର ।

ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

‘‘ମୋତେ ଯେକୌଣସି ସୁଯୋଗ ମିଳିବ, ଯେଉଁଠି ବି କାମ କରିବାର ସୁଯୋଗ ମିଳିବ, ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରିବି,’’ କହିଛନ୍ତି ଶୁଭମ୍‌ । ୟୁ.ପି.ଏସ.ସି. ପରୀକ୍ଷାର ଫଳ ଅନୁଯାୟୀ ଭୋପାଳର ଜାଗୃତି ଅବସ୍ଥିଙ୍କୁ ଦ୍ୱିତୀୟ ସ୍ଥାନ ଓ ଅଙ୍କିତା ଜୈନଙ୍କୁ ତୃତୀୟ ସ୍ଥାନ ମିଳିଛି । । ଶୁଭମ କୁମାର ଆଇ.ଆଇ.ଟି. ବମ୍ବେରୁ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବା ବେଳେ ଜାଗୃତି ମଧ୍ୟ ଜଣେ ବି.ଟେକ୍‌ ଛାତ୍ରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

ନିଜ ପ୍ରସ୍ତୁତି ରଣନୀତି ବିଷୟରେ କହି ଶୁଭମ୍‌ କୁମାର କହିଛନ୍ତି ଯେ ସେ ୨୦୧୮ରେ ଆଇ.ଆଇ.ଟି. ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ତୁରନ୍ତ UPSCରେ ପ୍ରଥମ ପ୍ରୟାସ କରିଥିଲେ । ‘‘ମୁଁ UPSC ପ୍ରସ୍ତୁତି ସମୟରେ କାମ କରୁ ନ ଥିଲି । ମେନ୍‌ ପରୀକ୍ଷାରେ ମୋ’ର ଇଚ୍ଛାଧୀନ ବିଷୟ ଥିଲା ଆନ୍ଥ୍ରୋପୋଲୋଜି (ମାନବ ବିଜ୍ଞାନ) । ମୁଁ ମୋ’ର ସବୁ ଶକ୍ତି ଜନ ସେବାରେ ଲଗାଇବି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ସିଭିଲ ସର୍ଭିସେଜ୍‌ ମେନ୍ ୨୦୨୦ର ଅନ୍ତିମ ଫଳ ଅନୁସାରେ ମୋ’ଟ ୭୬୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଆୟୋଗ ସୁପାରିଶ କରିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଶ୍ରେଷ୍ଠ ପାଞ୍ଚ ଣଙ୍କ ମଧ୍ୟରେ ତିନି ଜଣ ଛାତ୍ରୀ ଅଛନ୍ତି । ମୋ’ଟ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୪୫ ଜଣ ପୁରୁଷ ଓ ୨୧୬ ଜଣ ମହିଳା ଅଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଚତୁର୍ଥ ସ୍ଥାନରେ ଅଛନ୍ତି ୟସ୍‌ ଜାଳୁକା। ୨୦୧୬ ସିଭିଲ ସର୍ଭିସ୍ ଟପ୍ପର୍‌ ଟିନା ଡାବିଙ୍କ ଭଉଣୀ ରିୟା ଡାବି ୧୫ ନମ୍ବର ସ୍ଥାନରେ ଅଛନ୍ତି । ଏଥର ସିଭିଲ୍‌ ସର୍ଭିସେଜ୍‌ ପରୀକ୍ଷାରେ ଟପ୍ ପାଞ୍ଚ ଜଣଙ୍କ ମଧ୍ୟରେ ତିନି ଜଣ ଝିଅ ଥିବା ବେଳେ ପ୍ରଥମ ତିନି ଜଣ ହେଉଛନ୍ତି ଇଞ୍ଜିନିୟରିଂ ପାସ୍‌ କରିଥିବା ପ୍ରାର୍ଥୀ । ଏ ଥର ୨୦୦ ଜଣ ଆଇ.ପି.ଏସ୍. ପାଇଥିବା ବେଳେ ୩୬ ଜଣ ପାଇଛନ୍ତି IFS ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ସମୁଦାୟ ୭୬୧ ଜଣ ଯୋଗ୍ୟ ମନୋନୀତ ହୋଇଥିବାପରୀକ୍ଷାର୍ଥୀଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବା ବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏସ୍‌.ସି. ବର୍ଗରୁ ୧୨୨ ଜଣ ଛାତ୍ରଛାତ୍ରୀ ଓ ଏସ୍‌.ଟି. ବର୍ଗରୁ ୬୧ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଆପଣ Static.pib.gov.in ଉପରେ କ୍ଲିକ୍ କରି ପରୀକ୍ଷଣର ଫଳାଫଳ ଦେଖି ପାରିବେ ।
Published by:Anand S.T. Das
First published: