News18 Odia Digital
IAS Result 2022: UPSC ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (IAS) ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି।
ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି। ପ୍ରଥମ ଚାରୋଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥୀ ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ରହିଛନ୍ତି।
UPSCରେ ବାଜି ମାରିଲେ ଓଡ଼ିଆ। ୪୨ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ପରିଣୀତା ଦାଶ। ୬୭ତମ ସ୍ଥାନରେ କସ୍ତୁରୀ ପଣ୍ଡା ଥିବାବେଳେ ୨୪୮ତମ ସ୍ଥାନରେ ରହିଛନ୍ତି ସୁଶ୍ରୀ ସୁଭାଙ୍ଗୀ ଖୁଣ୍ଟିଆ। ସେହିଭଳି ୫୧୬ତମ ସ୍ଥାନରେ ଅଛନ୍ତି ତେଜସ୍ବିନୀ ବେହେରା। ସୁଶ୍ରୀ ସୁଭାଙ୍ଗୀ ଖୁଣ୍ଟିଆ କୃତକାର୍ଯ୍ୟ ହେବା ପରେ ପରିବାରରେ ଏବେ ଖୁସିର ଲହରି। ମିଠା ଖାଇ ଖୁସି ଜାହିର୍ କରିଛନ୍ତି ପରିବାର ଲୋକେ। ସୁଭାଙ୍ଗୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଭଦ୍ରକ ବାଙ୍କସାହି ଗ୍ରାମର ସତ୍ୟ ନାରାୟଣ ଖୁଣ୍ଟିଆ ଓ ସବିତା ଖୁଣ୍ଟିଆଙ୍କ ଝିଅ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ। ସେ ଦିଲ୍ଲୀର ଜାମିଆ ମିଲିଆରେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରିଥିଲେ। ସୁଶ୍ରୀ ସୁଭାଙ୍ଗି ପିଲା ଦିନରୁ ମେଧାବୀ ଛାତ୍ର ଥିଲେ, ପୂର୍ବରୁ ହାଇଦ୍ରାବାଦର ଆଙ୍ଗରାଓ ବିଶ୍ଵ ବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇବା ପରେ ଆରମ୍ଭ କରିଥିଲେ ସଭିଲ ସର୍ଭିସ ପାଇଁ ପ୍ରସ୍ତୁତି।
ପଢ଼ନ୍ତୁ ଏହି ଖବର: IPL 2023: ଫାଇନାଲ ପାଇଁ ଫାଇଟ୍; ଚେନ୍ନାଇ ନା ଗୁଜରାଟ କାହାର ପଲା ଭାରୀ?ଏଥର ମୋଟ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଟପ୍ ଫୋରରେ ରହିଛନ୍ତି ୪ ମହିଳା । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ରାଙ୍କ୍ ଓ ତେଜସ୍ବିନୀ ବେହେରା ୫୧୬ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।
ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ- ମେ ମାସ ମଧ୍ୟରେ ସାକ୍ଷାତକାର ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜେନେରାଲ ବର୍ଗର ୩୪୫ ଜଣ, ଇଡବ୍ଲ୍ୟୁଏସ ବର୍ଗର ୯୯ ଜଣ, ଓବିସି ବର୍ଗର ୨୬୩ ଜଣ, ଏସସି ବର୍ଗର ୧୫୪ ଜଣ ଓ ଏସଟି ବର୍ଗର ୭୨ ଜଣ ପ୍ରାର୍ଥୀ ରହିଛନ୍ତି ।
ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବିଦେଶ ଦେବା (ଆଇଏଫଏସ), ଭାରତୀୟ ପୋଲିସ ସେବା (ଆଇପିଏସ), ଜାତୀୟ ସେବାର ଗ୍ରୁପ-ଏ ଓ ଗ୍ରୁପ-ବି ପଦରେ ନିଯୁକ୍ତି ଦିଆଯିବ । ଏହି ପରୀକ୍ଷାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା ୬୭ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।