News18 Odia Digital
UPSC Civil Service Final Result 2021: ୟୁପିଏସସି ପକ୍ଷରୁ ସଭିଲ୍ ସର୍ଭିସ୍ ପରୀକ୍ଷା ପଳ ପ୍ରକାଶିତ ହୋଇଛି। ଆପଣ ୟୁପିଏସସିର ଅଫିସିଆଲ୍ ସାଇଟ upsc.gov.inରେ ପରିଦର୍ଶନ କରି ସିଭିଲ୍ ସର୍ଭିସେସ୍ ଫାଇନାଲ୍ ରେଜଲ୍ଟ ଯାଞ୍ଚ କରିପାରିବ।
ଶ୍ରୁତି ଶର୍ମା ଅଲ ଇଣ୍ଡିଆ ରାଙ୍କ ଟପ୍ପର ସାଜିଛନ୍ତି। ଚଳିତ ବର୍ଷ ସମସ୍ତ ଶ୍ରେଷ୍ଠ ତିନୋଟି ପଦବୀ ମହିଳାଙ୍କ ଦ୍ୱାରା ଦଖଲ କରାଯାଇଛି। ଶ୍ରୁତି ସେଣ୍ଟ ଷ୍ଟିଫେନ୍ କଲେଜ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆଲୁମନାସ୍ ଓ ଜାମିଆ ମିଲିଆ ଇସଲାମିଆ ରେସିଡେନ୍ସିଆଲ୍ କୋଚିଂ ଏକାଡେମୀରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।
ଏହି ତାଲିକାରେ ଅଙ୍କିତା ଅଗ୍ରୱାଲ ଦ୍ବିତୀୟ ସ୍ଥାନରେ ଥିବାବେଳେ ଗାମିନୀ ସିଙ୍ଗଲା ତୃତୀୟ ସ୍ଥଆନ ଅଧିକାର କରିଛନ୍ତି।
ସମୁଦାୟ ୬୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ‘ଇଣ୍ଡିଆନ୍ ଆଡ୍ମିନିଷ୍ଟ୍ରଟିଭ୍ ସର୍ଭିସ୍’, ‘ଇଣ୍ଡିଆନ୍ ଫରେନ୍ ସର୍ଭିସ୍’ ଏବଂ ‘ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍’ ଏବଂ ‘ସେଣ୍ଟ୍ରାଲ୍ ସର୍ଭିସେସ୍ ‘ଗ୍ରୁପ୍- ଏ’ ଓ ‘ଗ୍ରୁପ୍ ବି’ରେ ନିଯୁକ୍ତି ଦିଆଯିବାକୁ ସୁପାରିସ କରାଯାଇଛି।
ସେହିପରି ଏହି ତାଲିକାରେ ଓଡ଼ିଶାର ଅଙ୍କୁର ଦାସ ୫୨, କାର୍ତ୍ତିକ ପାଣିଗ୍ରାହୀ ୬୩, ସୌରଭ ଅଗ୍ରୱାଲ୍ ୮୬, ବିଶ୍ବ ବିଶ୍ରୁତ ତ୍ରିପାଠୀ ୨୩୨, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬, ମାନସରଞ୍ଜନ ସାହୁ ୫୧୩ ସ୍ଥାନରେ ରହିଛନ୍ତି।
UPSC CSE ପ୍ରାଥମିକ ପରୀକ୍ଷା ୨୦୨୧ ଅକ୍ଟୋବର ୧୦ରେ କରାଯାଇଥିଲା ଓ ପରୀକ୍ଷାର ଫଳାଫଳ ଅକ୍ଟୋବର ୨୯ରେ ପ୍ରକାଶ ପାଇଥିଲା।
ମୁଖ୍ୟ ପରୀକ୍ଷା ଚଳିତ ବର୍ଷ ଜାନୁୟାରୀ ୭ ରୁ ୧୬ ପର୍ଯ୍ୟନ୍ତ କରାଯାଇଥିଲା ଓ ଫଳାଫଳ ମାର୍ଚ୍ଚ ୧୭ରେ ଘୋଷଣା କରାଯାଇଥିଲା। ସାକ୍ଷାତକାରଟି ୫ ଏପ୍ରିଲରୁ ଆରମ୍ଭ ହୋଇ ମେ ୨୬ରେ ଶେଷ ହୋଇଥିବା ପରୀକ୍ଷାର ଶେଷ ରାଉଣ୍ଡ ଥିଲା।
ଫଳାଫଳ କିପରି ଡାଉନଲୋଡ୍ କରିବେ ଜାଣନ୍ତୁUPSCର ଅଫିସିଆଲ୍ ୱେବସାଇଟ୍ - upsc.gov.in କୁ ଲଗ୍ ଇନ୍ କରନ୍ତୁ। ମୂଳପୃଷ୍ଠାରେ, 'UPSC ସିଭିଲ ସର୍ଭିସେସ୍ ରେଜଲ୍ଟ ୨୦୨୧ - ଫାଇନାଲ୍ ରେଜଲ୍ଟ' ଉପରେ କ୍ଲିକ୍ କରନ୍ତୁ।
ମନୋନୀତ ପ୍ରାର୍ଥୀଙ୍କ ବିବରଣୀ ସହିତ ଏକ PDF ଫାଇଲ୍ ପ୍ରଦର୍ଶିତ ହେବ। ଏହାକୁ ଡାଉନଲୋଡ୍ କରନ୍ତୁ ଓ ଏଥିରୁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।