News18 Odia Digital
ଭୁବନେଶ୍ୱର: ରାଜ୍ୟରେ ସରକାରୀ ଚାକିରି ପାଇଁ ଇଚ୍ଛା ପ୍ରକାଶ କରୁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ସରକାର ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିଛନ୍ତି । କରୋନା ମହାମାରୀ ଯୋଗୁଁ ରାଜ୍ୟରେ ନିଯୁକ୍ତି ପାଇଁ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ବିଳମ୍ବ ଘଟିଥିବାରୁ ଅନେକ ଯୋଗ୍ୟ ପ୍ରାର୍ଥୀ ସରକାରୀ ଚାକିରିରୁ ବଞ୍ଚିତ ହୋଇଥାନ୍ତେ । ତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ସରକାରୀ ଚାକିରିରେ ଯୋଗ ଦେବା ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ରହିଛି । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମହିଳା ଓ ଭିନ୍ନକ୍ଷମଙ୍କ ପାଇଁ ଏହି ବୟସ ସୀମାରେ କୋହଳତା ଧାର୍ଯ୍ୟ ହୋଇଛି। ହେଲେ ସୋମବାର ଦିନ କ୍ୟାବିନେଟ୍ ବୈଠକରେ ଏହି ସର୍ବୋଚ୍ଚ ବୟସ ସୀମାକୁ ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ।
ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ୨ ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞଅଚାନକ ଡକାଯାଇଥିବା ଏକ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ଲାଭ କରିଥିବା ୧୨ଟି ପ୍ରସ୍ତାବ ମଧ୍ୟରେ ଓଡ଼ିଶା ବେସାମରିକ ସେବା (ଉଚ୍ଚ ବୟସ ସୀମା) ନିୟମ, ୧୯୮୯ର ସଂଶୋଧନ ବି ଥିଲା । ମୁଖ୍ୟ ସଚିବଙ୍କ ସୂଚନା ଅନୁସାରେ ଚାକିରିକୁ ପ୍ରବେଶର ଏହି ସର୍ବୋଚ୍ଚ ବୟସ ସୀମା ତିନି ବର୍ଷ ପାଇଁ ଲାଗୁ ହେବ – ୨୦୨୧, ୨୦୨୨ ଓ ୨୦୨୩ । ଅର୍ଥାତ ଏହି ତିନି ବର୍ଷ ମଧ୍ୟରେ ହେବାକୁ ଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଏହି ନିୟମ ଉଦ୍ଦିଷ୍ଟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ସରକାରଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଉଛନ୍ତି ।
‘‘ଚାକିରିରେ ପ୍ରବେଶର ବୟସ ସୀମା ଉପରେ ପୂର୍ବରୁ ଯେଉଁ ନିୟମ ଥିଲା, ଫିକ୍ସେସନ୍ ଅଫ୍ ଅପର୍ ଏଜ୍ ଲିମିଟ୍ ରୁଲ୍ସ, ତାକୁ ରାଜ୍ୟ କ୍ୟାବିନେଟ୍ ତିନି ବର୍ଷ ପାଇଁ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଓଡ଼ିଶା ସରକାରଙ୍କ ଚାକିରୀରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ଥିଲା ୩୨ ବର୍ଷ । ତାକୁ ରାଜ୍ୟ କ୍ୟାବିନେଟ୍ ୩୮ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ଦେଇଛନ୍ତି । ଆସନ୍ତା ତିନି ବର୍ଷ ପାଇଁ – ୨୦୨୧, ୨୦୨୨ ଏବଂ ୨୦୨୩ରେ – ଯେଉଁ ନିଯୁକ୍ତି ସବୁ ହେବାର ଅଛି ସେଥି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ କୋହଳ କରାଯାଇଛି,’’ କହିଛନ୍ତି ସୁରେଶ କୁମାର ମହାପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ‘‘ଏସ୍.ସି.-ଏସ୍.ଟି. ଓ ଏସ୍.ସି.ବି.ସି.ମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ଆଉ ପାଞ୍ଚ ବର୍ଷ ବଢ଼ାଇ ୪୩ ବର୍ଷ କରାଯାଇଛି । ମହିଳା ବର୍ଗ ପାଇଁ ମଧ୍ୟ ଆଉ ପାଞ୍ଚ ବର୍ଷ ବଢ଼ାଇ ୪୩ ବର୍ଷ କରାଯାଇଛି,’’ କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ | ‘‘୨୦୨୪ରେ ମୋଦି ଓ ନବୀନ ଆଉ ସରକାରକୁ ଫେରିବେ ନାହିଁ,’’ କହିଲେ କଂଗ୍ରେସ ନେତା ଅନିଲ ଶର୍ମାସେ ଆହୁରି କହିଛନ୍ତି ଯେ ଏହି କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଅଧିକ ୧୦ ବର୍ଷ ଅର୍ଥାତ୍ ୪୮ବର୍ଷ ବୟସ ପର୍ଯ୍ୟନ୍ତ ସର୍ବୋଚ୍ଚ ବୟସ ସୀମାରେ କୋହଳତା ମିଳିବ । ପ୍ରାର୍ଥୀ ଯଦି ଅନସୁଚିତ ଜାତି, ଜନଜାତି, ପଛୁଆବର୍ଗ ବା ମହିଳା ବର୍ଗର ହୋଇଥିବା ସହ ଭିନ୍ନକ୍ଷମ ହୋଇଥାନ୍ତି ତା’ହେଲେ ସେ ସର୍ବୋଚ୍ଚ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚାକିରିରେ ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲାରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଏକ ଖୁସି ଖବର ହୋଇ ଆସିଛି । ହେଲେ ପୂର୍ବରୁ କ୍ୟାବିନେଟ୍ ବୈଠକ ହେବା ନେଇ କୌଣସି ସୂଚନା ନ ଥିବାରୁ ଏହି ବୈଠକକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।