ଆଚାର୍ଯ୍ୟବିହାର ଓଭରବ୍ରିଜରେ ବାଇକ୍ ସହ ଯୁବକ ଜଳିବା ଘଟଣା; ଯୁବକଙ୍କ ପରିଚୟ ଖୋଜି ପାଇଛି ପୋଲିସ

ଯୁବକ ହେଲେ ଜଗତସିଂହପୁର ଜିଲ୍ଲାର  ପୁରୋହିତପୁର ଗାଁର ଅମ୍ବିକା ପ୍ରସାଦ ପତି। ସେ ଭୁବନେଶ୍ୱରରେ ଏକ ମେଡ଼ିସିନ ରିପ୍ରେଜିଟିଭ ଭାବେ କାର୍ଯ୍ୟ କରନ୍ତି।  ବାଇକ ସହ ଯୁବକ ଜଳି ଯାଇଥିବା କଥାକୁ ପୋଲିସ ସ୍ୱୀକାର କରିଥିବା ବେଳେ ବାଇକକୁ କେମିତି ନିଆଁ ଆସିଲା ତାହା ଜଣା ପଡ଼ିନି।

ଭୁବନେଶ୍ୱରରେ ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱରରେ ବାଇକ ସହ ଜଳିଗଲେ ଯୁବକ

  • Share this:
ଭୁବନେଶ୍ୱର : ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଜଳି ଯାଇଥିବା ବେଳେ ବାଇକ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଗତକାଲି ରାତିରେ ପୋଲିସ୍‌ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତ ଚାଳକ ଜଣଙ୍କର ପତ୍ତା ଗତକାଲି ଜଣାପଡ଼ି ନ ଥିବା ବେଳେ ଆଜି ତାଙ୍କ ପରିଚୟ ମିଳିପାରିଛି ।

ଗାଡ଼ି ନମ୍ବର ସାଙ୍ଗକୁ ଘଟଣାସ୍ଥଳରୁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ପାଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ମୃତକ ଜଣକ ୨୮ ବର୍ଷୀୟ ଅମ୍ବିକା ପ୍ରସାଦ ପତି ବୋଲି ଜଣାପଡ଼ିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି। ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।

ଅମ୍ବିକା ଏକ କମ୍ପାନୀର ମାର୍କେଟିଂରେ କାମ କରୁଥିବା ବେଳେ କେସୁରାରେ ଘର ଭଡ଼ା ନେଇ ରହୁଥିଲେ। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସେ ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଯାଇଥିଲେ। ସେଠାରୁ ଫେରିବା ସମୟରେ କୌଣସି କାରଣ ବଶତଃ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଦୂରରୁ ଦେଖି ସ୍ଥାନୀୟ ଲୋକେ ଗାଡ଼ି ନିକଟକୁ ଗଲାବେଳକୁ ଜଣେ ଯୁବକ ଜଳୁଥିବା ଦେଖିବାକୁ ପାଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୋଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ  ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

"ଗାଡ଼ି ରେ କେମିତି ନିଆଁ ଲାଗିଲା ତାହା ଜଣା ପଡିନି। ଏମ.ଭି.ଆଇ ଆସି ତଦନ୍ତ କରିବା ପରେ ସ୍ପଷ୍ଟ ହୋଇପାରିବ। ସେହିପରି ଘଟଣା ବେଳେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି, ଚଳନ୍ତା ବାଇକରେ ପ୍ରଥମେ ନିଆଁ ଲାଗିଥିଲା। ପରେ ସେହି ନିଆଁ ଏତେ ଜୋରରେ ଜଳି ଉଠିଲା ଯାହାଫଳରେ ଅମ୍ବିକା ଦେହରେ ଲାଗି ଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଥିବାବେଳେ ପ୍ରତିଟି ଦିଗନେଇ ତଦନ୍ତ ଚାଲୁଥିବା," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ କହିଛନ୍ତି।

ମୃତ ଯୁବକଙ୍କ ଚିହ୍ନଟ ହୋଇ ସାରିଥିବା ବେଳେ ଏବେ ମୃତ୍ୟୁ ପଛର କାରଣ କ’ଣ ସେନେଇ ତନାଘନା ଚଳାଇଛି ପୋଲିସ।ଏହା ଏକ ଦୁର୍ଘଟଣା, ନା ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଛି ସେନେଇ ସସ୍‌ପେନ୍ସ ରହିଛି।
Published by:Soubhagya Mishra
First published: