ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ: ଯୋଗଦେଲେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ

ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ । ପ୍ରାୟ ୯୬୦ ବର୍ଷ ପୂର୍ବରୁ ଆସି ଦର୍ଶନ କରିଥିଲେ ଏବଂ ଆଜି ତାଙ୍କର ପ୍ରତମୂର୍ତ୍ତି ପୁରୀ ମାଟିରେ ପ୍ରତିଷ୍ଠା ଏକ ଗୌରବର କଥା ବୋଲି କହିଲେ ରାଜ୍ୟପାଳ ଶ୍ରୀଗଣେଶୀ ଲାଲ ।

ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ: ଯୋଗଦେଲେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ

ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ: ଯୋଗଦେଲେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ:  ତାଳବଣିଆ ସ୍ଥିତ ହେଲିପ୍ୟାଡ଼ ନିକଟ ITI ଛକ ନିକଟରେ ଷ୍ଟାଚ୍ୟୁ ଅଫ ସାଙ୍କଟିଟି (STATUE OF SANCTITY)ର ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଦେଶର ବିଭିନ୍ନ ସ୍ଥାନରେ ଧର୍ମଗୁରୁ ତଥା ଦାର୍ଶନିକ ରାମାନୁଯାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଭଳି ଏକ ପବିତ୍ର ଭୂମିରେ ଏହି ପ୍ରତିମୂର୍ତ୍ତିକୁ ଅନାବରଣ କରାଯାଇଛି । ଏହି ଅବସରରେ ଯଦୁଗିରି ଜଥିରାଜା ମଠ ତରଫରୁ ଛକ ଓ ଅଞ୍ଚଳକୁ ରାମାନୁଯାଚର୍ଯ୍ୟଙ୍କ ନାମରେ ନାମିତ କରାଯିବାକୁ ଦାବି କରାଯାଇଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରେ, ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ, ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କନ୍ୟାକୁମାରୀରେ ଏବଂ ଏବେ ପୁରୀରେ ଏହି ମୂର୍ତ୍ତିକୁ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ କରାଯାଇଛି । ଆଗକୁ ଗାନ୍ଧୀନଗରରେ ମଧ୍ୟ ଏହିଭଳି ମୂର୍ତ୍ତି ସ୍ଥାପନ କରାଯିବାର ଲକ୍ଷ୍ୟ ରହିଛି । ଏଥିସହିତ ମଠ ପକ୍ଷରୁ ପୁରୀରେ ଏକ ଶାଖା ସ୍ଥାପିତ କରାଯିବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି । ସେପଟେ ଏହି ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲିଖିତ ବାର୍ତ୍ତାକୁ ମଧ୍ୟ ପଠନ କରାଯାଇଛି । ପୁରୀ ଭଳି ଏକ ପବିତ୍ର ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ରାମନୁଯାଚାର୍ଯ୍ୟଙ୍କ ମୂର୍ତ୍ତି ସ୍ଥାପନ ହେବା ସମସ୍ତଙ୍କ ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଭକ୍ତିର ମାର୍ଗ ଦେଖାଇ ସମାଜକୁ ଦିଗଦର୍ଶନ ଦେଇଥିବା ଗୁରୁ ରାମନୁଯାଚାର୍ଯ୍ୟ ସମସ୍ତଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ଯୁବପିଢି ରାମନୁଯାଯାଚାର୍ଯ୍ୟଙ୍କ ଜୀବନୀ, ଶିକ୍ଷା, ଓ ଆଦର୍ଶରୁ ଅନେକ କିଛି ଶିକ୍ଷା ଲାଭ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ।

ତାଳବଣିଆ ସ୍ଥିତ ହେଲିପ୍ୟାଡ ନିକଟ ଛକଠାରେ ଆଜି ପୂର୍ବାହ୍ନରେ ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜିର ଦିବସ ଏକ ମହାନ ଦିବସ ଯେଉଁ ଦିବସରେ ପରମପୂଜ୍ୟ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଜଗନ୍ନାଥ ଧାମରେ ପ୍ରତିଷ୍ଠା ହୋଇଛି ବୋଲି କହିଥିଲେ । ପ୍ରେମ, ଭାଇଚାରା, ସମଦୃଷ୍ଟି ଓ ପାରସ୍ପରିକ ସଦଭାବନା ଆମ ସଂସ୍କୃତିର ମୂଳମନ୍ତ୍ର, ଯାହା ବହୁ ପୂର୍ବରୁ ପରମପୂଜ୍ୟ ରାମାନୁଜାଚାର୍ଯ୍ୟ ନିଜ ଜୀବନ ଓ କାର୍ଯ୍ୟରେ ପ୍ରତିପାଦିତ କରିଛନ୍ତି । ସମଗ୍ର ବିଶ୍ୱ ଯେତେବେଳେ ଅସ୍ଥିରତା ଓ ଶଙ୍କାଗ୍ରସ୍ତ ଭାବେ ରହିଛି, ଅନେକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଯୁଦ୍ଧାସ୍ତ୍ର, ମାରଣାସ୍ତ୍ର ପ୍ରଦାନ କରୁଛନ୍ତି ସେତେବେଳେ ବିଶ୍ୱଭାତୃତ୍ୱକୁ ଜାଗ୍ରତ କରୁଥିବା ଭାରତ କ୍ଷତିଗ୍ରସ୍ତ ରାଷ୍ଟ୍ରକୁ ଔଷଧ, ଖାଦ୍ୟ ପାନୀୟ ଓ ସହାୟତା ଯୋଗାଣ କରି ଶାନ୍ତି ଓ ପ୍ରେମର ବାର୍ତ୍ତା ଦେଉଛି ବୋଲି କହିଥିଲେ ।

ଏହି ଖବର ପଢ଼ନ୍ତୁ - http://ପିଏମ ମୋଦିଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ଆଣିଲେ ବଡ଼ ଅଭିଯୋଗ

ଶ୍ରୀ ଶ୍ରୀ ଯଦୁଗିରି ୟାଥିରାଜ ନାରାୟଣ ରାମାନୁଜ ସ୍ୱାମୀ ଏଥିରେ ଯୋଗ ଦେଇ ଜଗନ୍ନାଥ ଧାମକୁ ରାମାନୁଜାଚାର୍ଯ୍ୟ ପ୍ରାୟ ୯୬୦ ବର୍ଷ ପୂର୍ବରୁ ଆସି ଦର୍ଶନ କରିଥିଲେ ଏବଂ ଆଜି ତାଙ୍କର ପ୍ରତମୂର୍ତ୍ତି ପୁରୀ ମାଟିରେ ପ୍ରତିଷ୍ଠା ଏକ ଗୌରବର କଥା ବୋଲି କହିଥିଲେ । ରାମାନୁଜାଚାର୍ଯ୍ୟ ଥିଲେ ଜ୍ଞାନ ଓ ଭକ୍ତିର ପ୍ରତୀକ । ଚାରି ଧାମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ଗୁଜରାଟ ଗାନ୍ଧି ନଗରରେ ମଧ୍ୟ ପ୍ରତମୂର୍ତ୍ତି ସ୍ଥାପନ ବଡ ଖୁସିର କଥା । ପୁରୀରେ ଏକ ଗୋଶାଳା ନିର୍ମାଣର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେବାସହ ଏହି ଛକ ବା ରାସ୍ତାକୁ ରାମାନୁଜାଚାର୍ଯ୍ୟଙ୍କ ନାମରେ ନାମିତ ପାଇଁ ପରାମର୍ଶ ଦେଇଥିଲେ । ପରମପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ଜୀ ପ୍ରତିମୂର୍ତ୍ତି ଉନ୍ମୋଚନ କରି କେବଳ ଜ୍ଞାନ ଓ ଭକ୍ତିର ବିକାଶ ନୁହେଁ ଦେଶର ସଂହତି ଓ ଏକତା, ଶାନ୍ତି ଓ ମୈତ୍ରୀ ପାଇଁ ରାମାନୁଜାଚାର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
Published by:Soubhagya Mishra
First published: