ସାରା ଦେଶରେ ଜଲ୍ଦି ହେବାକୁ ଯାଉଛି ଅଣ-ମୌସୁମୀ ବର୍ଷା; ଏହି ରାଜ୍ୟଗୁଡିକ ପ୍ରଭାବିତ ହେବେ ...

ଏହି ଅଣ-ମୌସୁମୀ ବର୍ଷା ଦ୍ୱାରା ମଧ୍ୟ ପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡୁ ପ୍ରଭାବିତ ହେବ । ଏହି ସମସ୍ତ ରାଜ୍ୟରେ ୧୬ ରୁ ୨୦ ଫେବୃଆରୀ ମଧ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ।

ସାରା ଦେଶରେ ଜଲ୍ଦି ହେବାକୁ ଯାଉଛି ଅଣ-ମୌସୁମୀ ବର୍ଷା; ଏହି ରାଜ୍ୟଗୁଡିକ ପ୍ରଭାବିତ ହେବେ ...
ସାରା ଦେଶରେ ଜଲ୍ଦି ହେବାକୁ ଯାଉଛି ଅଣ-ମୌସୁମୀ ବର୍ଷା
  • News18 Odia
  • Last Updated: February 11, 2021, 1:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆଦିଲ୍ଲୀ: ସମଗ୍ର ଦେଶରେ ଥିବା ଶୁଖିଲା ପାଗରେ (Weather) ପରିବର୍ତ୍ତନ ଖୁବ ଶୀଘ୍ର ଦେଖିବାକୁ ମିଳିପାରେ । ଦେଶର ଅନେକ ରାଜ୍ୟରେ ଅଣ-ମୌସୁମୀ ବର୍ଷା (Rain) ଆରମ୍ଭ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ପାଣିପାଗର ଏହି ପରିବର୍ତ୍ତନ ଫେବୃଆରୀ ମାସର ଦ୍ୱିତୀୟ ଫର୍ଟନାଇଟ ଆରମ୍ଭରୁ ହେବ । ଯେଉଁଥିପାଇଁ ଅନେକ ରାଜ୍ୟ ମଧ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ।

ପାଣିପାଗ ପୂର୍ବାନୁମାନ କରୁଥିବା ଘରୋଇ ଏଜେନ୍ସି ସ୍କାଏମେଟର ମୁଖ୍ୟ ବୈଜ୍ଞାନିକ ମହେଶ ପାଲୱାଟ କହିଛନ୍ତି," ଫେବୃଆରୀ ୧୬ ରୁ ୨୦ ମଧ୍ୟରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆମେ ଏହାକୁ ଅଣ-ମୌସୁମୀ ବର୍ଷା ବୋଲି କହିବୁ ।"

ସେ କହିଛନ୍ତି ଯେ ଏହି ଅଣ-ମୌସୁମୀ ବର୍ଷା ଦ୍ୱାରା ମଧ୍ୟପ୍ରଦେଶ, ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡୁ ପ୍ରଭାବିତ ହେବ । ଏହି ସମସ୍ତ ରାଜ୍ୟରେ ୧୬ ରୁ ୨୦ ଫେବୃଆରୀ ମଧ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ।

ଏହି ଅଣ-ମୌସୁମୀ ବର୍ଷା ଆଗମନ ହେବାକୁ ଥିବା ମୌସୁମୀର ବର୍ଷା ନୁହେଁ । କାରଣ ତାପମାତ୍ରା ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ମୌସୁମୀ ବର୍ଷା ଆରମ୍ଭ ହୁଏ ।ସମ୍ପ୍ରତି ଅନେକ ରାଜ୍ୟରେ ପାରଦ ସ୍ୱାଭାବିକଠାରୁ କମ୍ ଚାଲିଛି ।

ସ୍କାଏମେଟ ପାଣିପାଗ ବିଜ୍ଞାନୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବ ମଧ୍ୟ ପ୍ରଦେଶ ତଥା ଛତିଶଗଡ଼ ଓ ବିଦର୍ଭକୁ ଲାଗି ଏକ ସାଇକ୍ଲୋନିକ୍ ତୁଫାନ ସୃଷ୍ଟି ହୋଇପାରେ ଓ ଏହା ଏହି ସିଷ୍ଟମରୁ ଦକ୍ଷିଣ ତାମିଲନାଡୁକୁ ତେଲେଙ୍ଗାନା ଦେଇ ବିସ୍ତାର କରାଯାଇଛି । ଏହି ଉଭୟ ଋତୁ ପ୍ରଣାଳୀ ଯୋଗୁଁ ଭାରତର ଉଭୟ ସମୁଦ୍ର ପାର୍ଶ୍ୱରେ ଥିବା ଆରବ ସାଗର ଓ ବଙ୍ଗୋପସାଗରର ଆର୍ଦ୍ରତା ଦେଶର ସ୍ଥଳଭାଗରେ ପହଞ୍ଚିବ। ଯେଉଁ କାରଣରୁ ପାଗ ଖରାପ ହେବ ଓ ବର୍ଷା ଦେଖାଯିବ ।
First published: February 11, 2021, 1:08 PM IST