unique wedding: ଚର୍ଚ୍ଚାରେ ନିଆରା ବିବାହ; ବରର ବୟସ ୭୪କୁ କନ୍ୟା ୭୦

unique wedding: ଚର୍ଚ୍ଚାରେ ନିଆରା ବିବାହ; ବରର ବୟସ ୭୪କୁ କନ୍ୟା ୭୦

unique wedding: ଚର୍ଚ୍ଚାରେ ନିଆରା ବିବାହ; ବରର ବୟସ ୭୪କୁ କନ୍ୟା ୭୦

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

କଳାହାଣ୍ଡି : ନିଆରା ବିବାହ, ଚର୍ଚ୍ଚାର ବିଷୟ ପାଲିଟିଛି ଏମିତିକା ବିବାହ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବରର ବୟସ ୭୪କୁ କନ୍ୟାର ବୟସ ୭୦ ବର୍ଷ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଧୁମ୍ ଧାମରେ ପାଳନ ହୋଇଛି ଏହି ବାହାଘର । ଘରେ ତିନି ଦିନ ଆଗରୁ ଚାଲିଥିଲା ମେହେନ୍ଦି,ହଳଦୀ,ତଥା ସଙ୍ଗୀତ କାର୍ଯ୍ୟକ୍ରମ । ଏହା ପରେ ସମ୍ବଲପୁରୀ ବ୍ୟାଣ୍ଡ ବାଜା ସହ ବାହାରିଥିଲା ବରଯାତ୍ରୀ । ପରେ ପଡ଼ିଲା ହସ୍ତ୍ ଗଣ୍ଠି ଓ ହୋମ ଯଜ୍ଞ ସହ ମଥାରେ ସିନ୍ଦୂର ସହ ବେକରେ ପଡ଼ିଥିଲା ବରଣମାଳା । ଏହା ପରେ ଆୟୋଜିତ ହୋଇଥିଲା ଏକ ଭବ୍ୟ ବିବାହ ଭୋଜି ।

ବର ପଡୋଶୀ ରାଜ୍ୟ ଛତିଶଗଡ଼ର ଭିଲାଇ ସହରର ହୋଇଥିବା ବେଳେ କନ୍ୟା ହେଉଛନ୍ତି କଳାହାଣ୍ଡି ଜିଲ୍ଲାର । ଆଉ ଏଥିରେ ସାମିଲ ହୋଇଥିଲେ ଉଭୟ ପକ୍ଷର ବହୁ ବନ୍ଧୁ ବାନ୍ଧବ ଓ ପରିଜନ । ତେବେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଏହା ଥିଲା ତାଙ୍କର ୫୦ ତମ ବିବାହ ବାର୍ଷିକ ଉତ୍ସବ । ବାହାଘର ଭଳି ପାଳନ ହୋଇଥିଲା ଏହି ଉତ୍ସବ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ନିକଟରେ ବାହାଘର ପାଇଁ ଶାଢ଼ୀରେ ସଜେଇ ହୋଇଥିଲା ପୂରା ଗାଁ (village)। କୋରାପୁଟ (koraput) ଜ଼ିଲ୍ଲା ନାରାୟଣପାଟଣା ବ୍ଲକ ମଙ୍ଗଳପୁର ଗାଁରୁ ଆସିଛି ଏଭଳି ଦୃଶ୍ୟ ଦେଖଇବାକୁ ମିଳିଥିଲା । ଗୋଟିଏ ଝିଅର ବାହାଘର ପାଇଁ ଲାଗି ପଡ଼ିଥିଲା ପୂରା ଗାଁ । ସବୁଠାରୁ ବଡ଼ କଥା ହେଉଛି, ଆଦିବାସୀ ଅଧୂଷିତ ଏହି ଗାଁରେ ଡେକୋରେସନ୍‌ (decoration) ପାଇଁ କୌଣସି ବ୍ୟବସ୍ଥା ନାହିଁ । ଆଉ ଡେକୋରେସନ ପାଇଁ ଅଟକି ନଥିଲା ବାହାଘର । ଯାହ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ମାସି ନାଚିକା ଓ ଟୀକା କେଂଦୃକାଙ୍କ ବାହାଘର ଆଦିବାସୀ ଜନଜାତିରେ ଥିବା ଏକତା ଓ ପାରମ୍ପରିକ ସୌହାର୍ଧ୍ୟର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ନାରାୟଣପାଟଣା ଠାରୁ ୨୫ କିଲୋମିଟର ଦୂରରେ ଥିବା ପାହାଡ଼ (hill) ଉପରେ ରହୁଛନ୍ତି ୩୬ଟି କନ୍ଧ ଜନଜାତିର ପରିବାର (family) । ଆଧୁନିକତାର ଚାକଚକ୍ୟଠାରୁ ବହୁ ଦୂରରେ ଏହି ଗାଁ । ଦୁଇ ଧାଡିରେ ଥିବା ଏହି ଗାଁର ଗୋଟିଏ ମୁଣ୍ଡରେ ରହୁଥିବା ଯୁବକ ସହିତ ଆରମୁଣ୍ଡରେ ରହୁଥିବା ଯୁବତୀର ବିବାହ (marriage) ସ୍ଥିର ହୋଇଥିଲା । ଆନନ୍ଦ ମୁଖରିତ ହୋଇଉଠିଥିଲା ପୂରା ଗାଁ । ବିବାହ ବେଦୀ, ଛାମୁଣ୍ଡିଆ, ତୋରଣ ସବୁକିଛିରେ ଆତ୍ମୀୟତାର ସ୍ପର୍ଶ ପରିଲକ୍ଷିତ ହୋଇଥିଲା । ପ୍ରତିଟି ପରିବାର ନିଜ ଘରେ ଥିବା ସର୍ବୋତ୍କୃଷ୍ଟ ଶାଢ଼ୀକୁ ଆଣି ମଣ୍ଡପରେ ଦେଇଦେବା ପରେ ଗାଁ ଝିଅମାନେ ସେଗୁଡିକୁ ନେଇ ଗାଁ ଦାଣ୍ଡ ସଜାଇଥିଲେ । ବାହାଘରରେ ହେବାକୁ ଥିବା ଖର୍ଚ୍ଚରେ ପରିବାରକୁ ସହଯୋଗ କରିବା ପାଇଁ ଗୁରୁବାର ଦିନ ନିଜେ ସାଇତି ରଖିଥିବା ଝାଡୁକୁ ବରଗି ବଜାରରେ ବିକ୍ରି (sale) କରିଥିଲେ । ଡିଜେ ମ୍ୟୁଜିକ୍‌ (dj music)ରେ ମସଗୁଲ ହେଉଥିବା ଯୁବପିଢି ମଧ୍ୟ ଏହି ଗ୍ରାମର ପାରମ୍ପରିକ ବାଦ୍ୟ ଓ ଢେମସା ନାଚ ମାଧ୍ୟମରେ ମନୋରଞ୍ଜନ (entertainment) କରିଥିଲେ । ସାମୁହିକ ଭାବେ ମିଳିମିଶି କାର୍ଯ୍ୟ କରିବା ଆଦିବାସୀ ଜନଜାତିର ଏକ ଅପୂର୍ବ ସାମର୍ଥ୍ୟ ।

ପଢନ୍ତୁ ଏହି ଖବର : Gold Price Update: କମିଲା ସୁନା ଦର... ୩୫ ହଜାର ଟଙ୍କାରେ କିଣନ୍ତୁ ୧୦ ଗ୍ରାମ ସୁନା !
Published by:Sujit Swain
First published: