ମାନବତାର ଅନନ୍ୟ ନିଦର୍ଶନ ଏମ୍ସ ଡ. ଦେବାଶିଷ ମିଶ୍ର; ପ୍ରସୂତିଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ

ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତିଙ୍କର ଜୀବନ ବିପଦରେ ପଡିଥାନ୍ତା । ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ ରକ୍ତଦାନ କରିଥିଲେ ଏମ୍ସ ଭୁବନେଶ୍ବର ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର;  କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତିଙ୍କର ଜୀବନ ବିପଦରେ ପଡିଥାନ୍ତା । ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ ରକ୍ତଦାନ କରିଥିଲେ ଏମ୍ସ ଭୁବନେଶ୍ବର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର । ଗୁରୁତର ଏକ୍ଟୋପିକ୍ ଗର୍ଭପୀଡ଼ା ଭୋଗୁଥିବା ଜଣେ ମହିଳାଙ୍କୁ ତୁରନ୍ତ ବି ନେଗେଟିଭ ଗ୍ରୁପର ରକ୍ତ ଆବଶ୍ୟକ ଥିବା ଜାଣିବାକୁ ପାଇଥିଲେ ଡ୍ୟୁଟିରେ ଥିବା ଏମ୍ସ ଭୁବନେଶ୍ବର ଡାକ୍ତର । ପ୍ରସୂତିଙ୍କୁ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ କିମ୍ବା ତତକ୍ଷଣାତ୍ ରକ୍ତ ଭଣ୍ଡାରରେ ବି ନେଗେଟିଭ ଗ୍ରୁପ ରକ୍ତ ମଧ୍ୟ ମହଜୁଦ୍ ନଥିଲା । ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଓ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତିଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା । ତେଣୁ ତାଙ୍କୁ ରକ୍ତ ଦେବାକୁ ଆଗେଇ ଆସିଥିଲେ ଡା. ମିଶ୍ର ।

ଯଦି ସେହି ସମୟରେ ଉକ୍ତ ମହିଳାଙ୍କୁ ରକ୍ତ ପ୍ରଦାନ କରାଯାଇ ନଥାନ୍ତା ତେବେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା ବୋଲି ଚିକିତ୍ସା କରିଥିବା ସ୍ତ୍ରୀରୋଗ ବିଶଷଜ୍ଞ ପ୍ରକାଶ କରିଛନ୍ତି । ସଠିକ୍ ସମୟରେ ରକ୍ତ ପ୍ରଦାନ କରାଯାଇଥିବାରୁ ପ୍ରସୂତିଙ୍କ ଜୀବନ ବଞ୍ଚାଯାଇ ପାରିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ଉକ୍ତ ପ୍ରସୂତିଙ୍କୁ ଏମ୍ସରେ କିଛିଦିନ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ପ୍ରସୂତି ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ୱାସ ଡ. ମିଶ୍ରଙ୍କ ଏପରି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି ପ୍ରକାଶ କରିଛନ୍ତି । ଡାକ୍ତରମାନେ କେବଳ ରୋଗୀଙ୍କର ଚିକିତ୍ସା କରନ୍ତି ନାହିଁ, ବରଂ ଅସହାୟ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥାଆନ୍ତି । ଏପରି କରି ଡକ୍ଟର ମିଶ୍ର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଡାକ୍ତର ବିଶ୍ୱାସ ମତବ୍ୟକ୍ତ କରିଛନ୍ତି । ଏମ୍ସ ଭୁବନେଶ୍ୱରର ଜଣେ ଡାକ୍ତରଙ୍କ ଏପରି ମାନବତାପୂର୍ଣ୍ଣ ଆଚରଣକୁ ସବୁଠି ପ୍ରଶଂସା କରାଯାଇଛି ।
Published by:Soubhagya Mishra
First published: