ଭାଉଜ ମଥାରେ ଦିଅର ସିନ୍ଦୁର; ଆରମ୍ଭ କଲେ ସୁଖ ସଂସାର

କର୍କଟ ରୋଗରେ ପଡି ସ୍ୱାମୀ ଆରପାରିକୁ ଚାଲିଯିବା ପରେ ୩ପିଲାଙ୍କ ସହ ବେସାହାରା ହୋଇଥିଲେ କାଜଲ । ମଥାରେ ସିନ୍ଦୁର ଦେଇ ଭାଉଜଙ୍କୁ ନିଜର କରିଲେ ଦିଅର ।

ଭାଉଜ ମଥାରେ ଦିଅର ସିନ୍ଦୁର; ଆରମ୍ଭ କଲେ ସୁଖ ସଂସାର

ଭାଉଜ ମଥାରେ ଦିଅର ସିନ୍ଦୁର; ଆରମ୍ଭ କଲେ ସୁଖ ସଂସାର

  • News18 Odia
  • Last Updated :
  • Kendrapara, India
  • Share this:
News 18 Odia Digital

କେନ୍ଦ୍ରାପଡା ; ଆଳି ବ୍ଲକ କୁମ୍ଭାରଟଙ୍କା ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ପରିବେଶ । ପ୍ରେମ ବିବାହ (Love marriage ) କରି ସୁଖରେ ଘର ସଂସାର ଆରମ୍ଭ କରିଥିଲେ କାଜଲ । ୩ଟି ପିଲା ମଧ୍ୟ ହୋଇଥିଲା ସ୍ୱାମୀଙ୍କ ଓୌରସରୁ । କିନ୍ତୁ ଭାଗ୍ୟର ବିଡମ୍ୱନା ଏମିତି ସ୍ୱାମୀଙ୍କୁ ଛଡାଇନେଲା ମହାମାରୀ କ୍ୟାନସର (Cancer) । ସ୍ୱାମୀ ଚାଲିଯିବା ପରେ ମାନସିକ ଯନ୍ତ୍ରଣାରେ ଥିଲେ କାଜଲଙ୍କ ସମେତ ପୂରା ପରିବାର । ୩ ପିଲାଙ୍କୁ ନେଇ କିପରି ଆଗକୁ ବଢିବେ ତାହା ଥିଲା ବଡ଼ ଚିନ୍ତା ।

କାଜଲଙ୍କ ସ୍ୱାମୀ ସୁନୀଲ ସେଠୀଙ୍କ ବାର୍ଷିକ ଶ୍ରାଦ୍ଧ ଦେବା ଅବସରରେ ଦିଅର ଅନୀଲ ମଧ୍ୟ ଘରକୁ ଆସିଥିଲେ । ଏହି ଅବସରରେ ପାରିବାରିକ ଆଲୋଚନା (Family discussion ) ହୋଇଥିଲା । ଅନୀଲଙ୍କୁ ବାପା ପୁରୁଷୋତ୍ତମ ସେଠୀ ଭାଉଜଙ୍କୁ ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ ଅନୀଲ ଅମଙ୍ଗ ଥିଲେ । କିନ୍ତୁ ପରେ ଅନେକ ଭାବିଚିନ୍ତି ହଁ ଭରିଲେ । ଆଖି ଆଗରେ ନିଜ ଭାଇର ପିଲାମାନେ ବେସାହାରା ହୋଇଯିବେ ଭାବି ଅନୀଲ ନିଜ ଭାଉଜଙ୍କୁ ବିବାହ କରିବା ପାଇଁ ରାଜି ହୋଇଗଲେ । ଭାଉଜ କାଜଲ ମଧ୍ୟ ପ୍ରଥମେ ଅମଙ୍ଗ ଥିଲେ ବିବାହ ପାଇଁ । କିନ୍ତୁ ତାଙ୍କ ଶାଶୂ ଅନେକ ବୁଝାସୁଝା କରିବା ପରେ କାଜଲ ମଧ୍ୟ ରାଜି ହୋଇଥିଲେ ବିବାହ ପାଇଁ । ଶେଷରେ ନିଜର ବନ୍ଧୁବାନ୍ଧବ ଓ ପିୟଜନଙ୍କ ନିକଟକୁ ଏହି ଖବର ପହଞ୍ଚାଯାଇଥିଲା । ସେମାନଙ୍କ ସମେତ ପଡୋଶୀ ଓ ଗାଁର ଲୋକମାନେ ପ୍ରସ୍ତାବଟିକୁ ସାଦରରେ ଗ୍ରହଣ କରିଥିଲେ । ସମସ୍ତଙ୍କ ଇଚ୍ଛାରେ ଭାଉଜ କାଜଲଙ୍କ ସହ ଦିଅର ଅନୀଲଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ନିକଟସ୍ଥ ଏକ ଜଗନ୍ନାଥ ମନ୍ଦିରରେ ପୂଜକ ଦୁହିଁଙ୍କର ବିବାହ କାର୍ଯ୍ୟ କରାଇଛନ୍ତି । ବିବାହ କାର୍ଯ୍ୟକ୍ରମରେ ସମସ୍ତ ପ୍ରିୟଜନ ଉପସ୍ଥିତ ରହିଥିଲେ । ବିଶେଷ କରି ଅନୀଲଙ୍କ ପରିବାର ସଦସ୍ୟ ଏହି ବିବାହରେ ଖୁବ ଖୁସି ଥିବା ଜଣାପଡିଛି । ଅନୀଲଙ୍କ ମାଆ କହିଛନ୍ତି ଯେ, ଘରର ବହୂ ଘରେ ରହିବ । ତେଣୁ ମୁଁ ଖୁବ ଭାବିଚିନ୍ତି ଏମାନଙ୍କ ବାହାଘର ପାଇଁ ନିସ୍ପତ୍ତି ନେଇଛି ।

ତେବେ ଅନୀଲଙ୍କ ଏପରି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗାଁର ଲୋକମାନେ ମଧ୍ୟ ଅନୀଲଙ୍କ ଏପରି ତ୍ୱାଗକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । କାରଣ ଅନୀଲ ରାଜ୍ୟ ବାହାରେ ଖୁବ ଭଲ ବେତନରେ ଚାକିରି କରନ୍ତି । ତାଙ୍କ ବିବାହ ପାଇଁ ଭଲ ଭଲ ସ୍ଥାନରୁ ଅନେକ ପ୍ରସ୍ତାବ ଆସିବାରେ ଲାଗିଥିଲା । କିନ୍ତୁ ସେସବୁରେ ଧ୍ୟାନ ନଦେଇ ଆଜି ଅନୀଲ ଏକ ମହତ କାର୍ଯ୍ୟ କରି ଅନ୍ୟ ପାଇଁ ପ୍ରେରଣାର ପାତ୍ର ପାଲଟିଯାଇଛନ୍ତି । ଅନୀଲଙ୍କ ପରି ତ୍ୟାଗ କରୁଥିବା ମଣିଷ ଦୁନିଆରେ ଖୁବ କ୍ୱଚିତ । ନିଜ ଭାଈଙ୍କ ପିଲାମାନେ କିପରି ଭବିଷ୍ୟତରେ ହଇରାଣ ନହେବେ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗକୁ ବଢିବେ ସେ ଦାୟୀତ୍ୱ ଅନୀଲ ବହନ କରିବେ । ଏଥିସହ କାଜଲଙ୍କ ଜୀବନରୁ ଲିଭିଯାଇଥିବା ଦୀପରେ ଆଲୋକ ଜାଳି ଆଉଥରେ ଆଲୋକିତ କରିବେ ।

http://SEBIକୁ ୧୨୭ଟି ଟ୍ରକ ଭର୍ତ୍ତି କାଗଜ ପଠାଇଥିଲା ସାହାରା; ତଥାପି ମିଳୁନି ନିବେଶକଙ୍କ ସୂଚନା
Published by:Soubhagya Mishra
First published: