ପ୍ରିୟଙ୍କାଙ୍କ ନିଆରା ଚିତ୍ର; ଗୋଲାପ ଫୁଲ ଉପରେ ପଣ୍ଡିତ ଜବାହରଲାଲ ନେହେରୁ

ଶିଶୁ ଦିବସ ଅବସରରେ ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଏକ ଗୋଲାପ ଫୁଲରେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ସୁନ୍ଦର ଚିତ୍ର ଆଙ୍କିଛନ୍ତି । ଏଥିସହ ସେ ଶିଶୁ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ପ୍ରିୟଙ୍କାଙ୍କ ନିଆରା ଚିତ୍ର; ଗୋଲାପ ଫୁଲ ଉପରେ ପଣ୍ଡିତ ଜବାହରଲାଲ ନେହେରୁ

ପ୍ରିୟଙ୍କାଙ୍କ ନିଆରା ଚିତ୍ର; ଗୋଲାପ ଫୁଲ ଉପରେ ପଣ୍ଡିତ ଜବାହରଲାଲ ନେହେରୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଶିଶୁ ଦିବସ ଅବସରରେ ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଏକ ଗୋଲାପ ଫୁଲରେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ସୁନ୍ଦର ଚିତ୍ର ଆଙ୍କିଛନ୍ତି । ଏଥିସହ ସେ ଶିଶୁ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଗୋଲାପ ଫୁଲରେ ଲେଖା ସାଙ୍ଗକୁ ପଣିତଜୀଙ୍କର ଛବି ଗୋଲାପର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଦେଇଛି ।

୧୯୪୭ ମସିହା ସ୍ୱାଧୀନତା ପରେ ପରେ ଏହି ଦିନରେ ବିଭିନ୍ନ ସଭା ଏବଂ ପିଲାଙ୍କ ପାଇଁ ବିଭିନ୍ନ ଖେଳର ଆୟୋଜନ କରାଯାଉଥିଲା କିନ୍ତୁ ସ୍ୱାଧୀନତାର ୧୦ ବର୍ଷ ପରେ ଅଥବା ୧୯୫୭ ମସିହା ପରଠାରୁ ଅନୁଷ୍ଠାନିକ ଭାବେ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।

ଗୋଲାପ ଫୁଲ ହେଉଛି ପ୍ରେମର ସଂକେତ । ନେହେରୁଜୀଙ୍କ ଛାତିରେ ଲାଗିଥିବା ଗୋଲାପ ଫୁଲ ତାଙ୍କର ଅତିପ୍ରିୟ ଏବଂ ତାଙ୍କ ଭଲ ପାଇବା ପ୍ରତି ସମ୍ମାନ ମଧ୍ୟ । ନେହେରୁଜୀଙ୍କ ଗୋଲାପ ଫୁଲ ବିଷୟରେ ଅନେକ କଥା ଚର୍ଚ୍ଚା ହୋଇଆସୁଛି ।
କେହି କେହି କୁହନ୍ତି ଜଣେ ବାଳିକା ନେହେରୁଙ୍କୁ ୧୯୫୦ ମସିହାରେ ଏକ ଗୋଲାପ ଫୁଲ ଭେଟି ଦେଇଥିଲେ । ତେବେ ସେହିଦିନ ପରଠାରୁ ସେ ଭଲ ପାଇବା ଏବଂ ସ୍ନେହର ପ୍ରତୀକ ଭାବରେ ପ୍ରତିଦିନ ନାଲି ଗୋଲାପ ତାଙ୍କ ପୋଷାକରେ ଲଗାଉଥିଲେ l ଆହୁରୀ ମଧ୍ୟ କଥା ଅଛି ଯେ, ଗୋଲାପ ହେଉଛି ଛୋଟ ପିଲାଙ୍କର ପ୍ରତୀକ - ଆଗାମୀ କାଲିର ଭବିଷ୍ୟତ । ଛୋଟ ପିଲାଙ୍କର ସରଳ ମନ ଥାଏ ଏବଂ ସେଇଠି ଭଗବାନ ବସବାସ କରନ୍ତି । ସେମିତି ଗୋଲାପ ମଧ୍ୟ୍ୟ ସରଳତା ଓ ପ୍ରେମର ପ୍ରତୀକ । ସେଥିପାଇଁ ସେ ଗୋଲାପ ଫୁଲ ନିଜ ପୋଷାକରେ ଲଗାଉଥିଲେ ।  ଅନ୍ୟ ଏକ କଥା ମଧ୍ୟ ଶୁଣିବାକୁ ମିଳେ ତାହା ହେଉଛି, ନେହେରୁଜୀ ତାଙ୍କ ପ୍ରିୟର ପତ୍ନୀ କମଳା ନେହେରୁଙ୍କ ତିରୋଧାନ ପରେ ପ୍ରତିଦିନ ଗୋଲାପ ତାଙ୍କ ଉଦ୍ଦେଶ୍ୟରେ ନିଜ ସାର୍ଟ ପକେଟରେ ଲଗାଉଥିଲେ l

Published by:Soubhagya Mishra
First published: