ସମାଜ ପାଇଁ ନିଆରା ବାର୍ତ୍ତା; ବର୍ଜ୍ୟବସ୍ତୁକୁ ଜୀବନ୍ତ କରି ଗଢ଼ି ତୋଳୁଛନ୍ତି ଶିଳ୍ପୀ ଶ୍ରୀକାନ୍ତ

ଅଦରକାରୀ ତଥା ବର୍ଜ୍ୟବସ୍ତୁ ଗୁଡ଼ିକୁ ଆମେ ଫିଙ୍ଗି ଦେଇଥାଉ । ଉମରକୋର୍ଟର ଶ୍ରୀକାନ୍ତ ନନ୍ଦ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସୁନ୍ଦର କଳାକୃତ୍ତି ନିର୍ମାଣ କରୁଛନ୍ତି ଯାହା ଦେଖିବାକୁ ଅତ୍ୟନ୍ତ ମନୋଲୋଭା । ଶ୍ରୀକାନ୍ତଙ୍କ ହାତର ସ୍ପର୍ଶ ଅଦରକାରୀ ଜିନିଷକୁ କରିପାରେ ବେସ୍ ଜୀବନ୍ତ ।

ସମାଜ ପାଇଁ ନିଆରା ବାର୍ତ୍ତା; ବର୍ଜ୍ୟବସ୍ତୁକୁ ଜୀବନ୍ତ କରି ଗଢ଼ି ତୋଳୁଛନ୍ତି ଶିଳ୍ପୀ ଶ୍ରୀକାନ୍ତ

ସମାଜ ପାଇଁ ନିଆରା ବାର୍ତ୍ତା; ବର୍ଜ୍ୟବସ୍ତୁକୁ ଜୀବନ୍ତ କରି ଗଢ଼ି ତୋଳୁଛନ୍ତି ଶିଳ୍ପୀ ଶ୍ରୀକାନ୍ତ

  • Share this:
News 18 Odia Digital

ନବରଙ୍ଗପୁର; ଅଦରକାରୀ ତଥା ବର୍ଜ୍ୟବସ୍ତୁ ଗୁଡ଼ିକୁ ଆମେ ଫିଙ୍ଗି ଦେଇଥାଉ । କିନ୍ତୁ ଉମରକୋର୍ଟର ଶ୍ରୀକାନ୍ତ ନନ୍ଦ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସୁନ୍ଦର କଳାକୃତ୍ତି ନିର୍ମାଣ କରୁଛନ୍ତି ଯାହା ଦେଖିବାକୁ ଅତ୍ୟନ୍ତ ମନୋଲୋଭା । ଶ୍ରୀକାନ୍ତଙ୍କ ହାତର ସ୍ପର୍ଶ ଅଦରକାରୀ ଜିନିଷକୁ କରିପାରେ ବେସ୍ ଜୀବନ୍ତ ।



ରୋଜଗାର ପନ୍ଥା ଭାବରେ ନିଜ ଅଞ୍ଚଳରେ ଏକ ମୋବାଇଲ୍ ଦୋକାନ କରିଛନ୍ତି ଶ୍ରୀକାନ୍ତ । କିନ୍ତୁ ଟିକିଏ ଫୁରସତ ପାଇଲେ ନିଜ ଭିତରର କଳାକୁ ଅତି ନିଖୁଣ ଭାବରେ ରଙ୍ଗ ତୁଳୀ ମାଧ୍ୟମରେ ଆଙ୍କି ସ୍ଥାନିୟ ଅଞ୍ଚଳରେ ବେସ୍ ପ୍ରସଂଶା ସାଉଣ୍ଟିଥାନ୍ତି । ଚିତ୍ର ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତିଭାବ ଖୁବ ସହଜରେ ବାରି ହୋଇପଡ଼େ । ମାଆ ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ଠାରୁ ପ୍ରେରଣା ପାଇ ପିଲାଟି ଦିନରୁ ଶ୍ରୀକାନ୍ତଙ୍କ ଏପରି ନିଆରା ଛବି ଆଙ୍କୁଥିବା କହିଛନ୍ତି ପରିବାର ଲୋକେ ।



ପ୍ରଥମେ ଶ୍ରୀକାନ୍ତ ମାଟିରେ ଏବଂ ସିମେଣ୍ଟରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଗଣେଶଙ୍କ ମୂର୍ତ୍ତୀ ତିଆରି କରୁଥିଲେ । କିନ୍ତୁ ଦିନକୁ ଦିନ ବାହାରେ ଫିଙ୍ଗା ଯାଉଥିବା ବୋତଲ ଓ ଅନ୍ୟ ବର୍ଜ୍ୟବସ୍ତୁକୁ ଦେଖି ସେଗୁଡିକୁ ପୁଣି ଜୀବନ୍ତ କରିବାକୁ ଚିନ୍ତା କରିଥିଲେ । ବିଭିନ୍ନ ଥଣ୍ଡା ପାନୀୟ ବୋତଲ, ତେଲ ବୋତଲ ଆଦିରେ ଖୁବ୍ ସୁନ୍ଦର ଜଗନ୍ନାଥ ପ୍ରତିମା ତିଆରି କରି ଲୋକଙ୍କୁ ମାଗଣାରେ ଯୋଗାଇ ଦେଇଛନ୍ତି ଶ୍ରୀକାନ୍ତ । ଏଥି ସହ ସେ ଚକ୍ ଖଡିରେ ମଧ୍ୟ ଜଗନ୍ନାଥ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଏହାକୁ ସେ ବୃତ୍ତି ଭାବରେ ଗ୍ରହଣ ନକରି ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତିଭାବକୁ ଦର୍ଶାଉଛନ୍ତି । କେବଳ ସେତିକି ନୁହେଁ ଛୋଟରୁ ଅତି ଛୋଟ ଜିନିଷରେ ଜଗନ୍ନାଥଙ୍କ ଚିତ୍ର ତିଆରି କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏଥି ସହ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ପିଲାଙ୍କୁ ଏହି ସବୁ କଳାକୃତିର ମାଗଣା ପ୍ରଶିକ୍ଷଣ ଦେବା ପାଇଁ ସେ ସ୍ଥିର କରିଛନ୍ତି ।

ଶ୍ରୀକାନ୍ତଙ୍କ ଏହି କଳାକୃତି ଏବେ ତାଙ୍କ ପାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ସ୍ଵତନ୍ତ୍ର ପରିଚୟ ଆଣି ଦେଇଥିବା ବେଳେ, ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ କଳାକୃତି ତିଆରି କରି ପାରିବେ ବୋଲି କହିଛନ୍ତି । ଶ୍ରୀକାନ୍ତଙ୍କ କଳା ପ୍ରତି ଆଗ୍ରହକୁ ଦେଖି ଜିଲ୍ଲା ଓରମାସ ତରଫରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ଜିଲ୍ଲା ଓରମାସ ଅଧିକାରୀ ଉମା ମହେଶ୍ୱର ସୂଚନା ଦେଇଛନ୍ତି ।
Published by:Soubhagya Mishra
First published: