କୁକୁର ମଣିଷ ବିବାହକୁ ନେଇ ଚର୍ଚ୍ଚା: ଭୋଜି ଭାତ ସହ ନାଚ,ଗୀତରେ ଝୁମିଲା ବାଲେଶ୍ୱର

୨ଟି କୁକୁରକୁ ବାହାହେଲେ ବାଲେଶ୍ୱରର ୨ଜଣ ! ନାଚ,ଗୀତରେ ଦୁଲୁକିଲା ସୋର ଅଞ୍ଚଳ । ଭୋଜି ଖାଇଲେ ମଉଜ କଲେ । ପଢ଼ନ୍ତୁ ପୂରା ଖବର ।

କୁକୁର ମଣିଷ ବିବାହକୁ ନେଇ ଚର୍ଚ୍ଚା: ଭୋଜି ଭାତ ସହ ନାଚ,ଗୀତରେ ଝୁମିଲା ବାଲେଶ୍ୱର

କୁକୁର ମଣିଷ ବିବାହକୁ ନେଇ ଚର୍ଚ୍ଚା: ଭୋଜି ଭାତ ସହ ନାଚ,ଗୀତରେ ଝୁମିଲା ବାଲେଶ୍ୱର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ବାଲେଶ୍ୱର: ସାହାଡା ଗଛ ସହ ମଣିଷର ବାହାଘର (marriage) ବିଷୟରେ ଆପଣମାନେ ନିଶ୍ଚିତ ଭାବରେ ଗପ ବହିରେ ପଢିଥିବେ । ପୂର୍ବରୁ ଅନେକ ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଆମେ ଦୂରେଇପାରିନାହାନ୍ତି । ଆଜି ମଧ୍ୟ ବିବାହକୁ ନେଇ ଅନେକ ଲୋକକଥା ରହିଛି । ମଣିଷ ୨୦୨୩ ମସିହାରେ ୬ଜି ଆସିବା କଥା ଚିନ୍ତା କରୁଥିବାବେଳେ ବର୍ତ୍ତମାନ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ କିଛି ସମୟ ଚିନ୍ତା କରିବାକୁ ବାଧ୍ୟ ହେବେ ।

କୌଣସି ବାହାର ଦେଶ କିମ୍ୱା ରାଜ୍ୟର ନୁହେଁ । ରାଜ୍ୟର ଏକ ବିକଶିତ ଜିଲ୍ଲା ବାବରେ ପରିଗଣିତ ହେଉଥିବା ବାଲେଶ୍ୱର (baleswar)ର ସୋର ଅଞ୍ଚଳରୁ ଆସିଛି ଏପରି କିଛି ଖବର । ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ମଣିଷର ହୋଇଛି ବାହାଘର । ଆହୁରି ଆଶ୍ଟର୍ଯ୍ୟର କଥା ହେଉଛି ବିବାହ କରିଛନ୍ତି ୨ଶିଶୁ । ପିଲା ଖେଳ ନୁହେଁ ବରଂ ପରିବାର ଲୋକ ଉପସ୍ଥିତ ରହି ନାଚ, ଗୀତ (dance and song) ସହ ସମ୍ପୂର୍ଣ୍ଣ ପାରମ୍ପାରିକ ରୀତିନୀତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । କୁନି ଝିଅକୁ ଅଣ୍ଡିରା କୁକୁର (male dog) ସହ ବାହାଘର କରାଯାଇଥିବା ବେଳେ କୁନି ପୁଅକୁ ମାଈ କୁକୁର (female dog) ସହ କରଯାଇଛି ବାହାଘର ।

ଏଭଳି ଅଜବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମରେ । ଗ୍ରାମର ଦରି ସିଂଙ୍କ ପୁଅ ସହିତ ଏକ ମାଈ କୁକୁର ଏବଂ ମଛୁଆ ସିଂଙ୍କ ଝିଅ ସହିତ ଏକ ଅଣ୍ଡିରା କୁରୁରର ବାହାଘର ହୋଇଛି। ଏହି ବାହାଘର ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ କରାଯାଇଛି। ଏମିତିକି ବାହାଘରରେ ବନ୍ଧୁ ବାନ୍ଧବଙ୍କୁ ଡକାଯିବା ସହ ଭୋଜିଭାତ (party)ର ମଧ୍ୟ ଆୟୋଜନ କରାଯାଇଛି । ଲୋକଙ୍କ ବିଶ୍ବାସ ଛୋଟ ପିଲାଙ୍କର ଯଦି ପ୍ରଥମେ ଉପର ଦାନ୍ତ ଉଠେ, ତେବେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଇଥାନ୍ତି। ତା'ର ରିଷ୍ଟ ଖଣ୍ଡନ ପାଇଁ ପିଲାଟିକୁ ସାହାଡ଼ା ଗଛ କିମ୍ବା କୁକୁର ସହ ବିବାହ କରାଇଦେଲେ ରିଷ୍ଟ ଖଣ୍ଡନ ହୁଏ । ଏମିତିକି ବିବାହ ପରେ କୁକୁରଟି ରୋଗଗ୍ରସ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ିଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି ।

ରିଷ୍ଟ ଖଣ୍ଡନ ପାଇଁ ଅଜବ ନୀତିକୁ ଗ୍ରହଣ କରିପାରୁନାହାନ୍ତି କିଛି ବ୍ୟକ୍ତି । କୁକୁର ସହ କୁନି ଶିଶୁର ଏପରି ବାହାଘରକୁ କେହି କେହି ଅନ୍ଧବିଶ୍ୱାସ ମଧ୍ୟ କହିଛନ୍ତି । ଏପରି ନୀତିନିୟମକୁ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଖବର ପଢ଼ନ୍ତୁ -  ସୁନ୍ଦରୀ ସାଇବର ଜାଲରେ ଯୁବପୀଢ଼ି: ମିଠା କଥା କହି ଆକାଉଣ୍ଟ ଖାଲି !
Published by:Soubhagya Mishra
First published: