'ମାଧ୍ୟମର' ନିଆରା ପ୍ରୟାସ; ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ

ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୧ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିଛି ।

'ମାଧ୍ୟମର' ନିଆରା ପ୍ରୟାସ; ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ

'ମାଧ୍ୟମର' ନିଆରା ପ୍ରୟାସ; ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଜାନୁୟାରୀ ମାସରେ ଭୁବନେଶ୍ୱର ସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ (DCP Office) କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୧ଟି ଅଭିଯୋଗ ପଞ୍ଜୀକରଣ (Registration) କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫ଟି ମାମଲାରେ ଆପୋଷ ବୁଝାମଣା (Mutual Understanding) ମାଧ୍ୟମରେ ସମାଧାନ କରାଯାଇପାରିଛି । ସେହିପରି ୪ଜଣ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି ଏବଂ ୨ଜଣଙ୍କ କ୍ଷେତ୍ରରେ ଥାନାରେ ମାମଲା ରୁଜୁ ଲାଗି ପରାମର୍ଶ ଦିଆଯାଇଛି ।

ଏହି ଖବର ପଢ଼ନ୍ତୁ - http://ରୋହିତ-ଜାଡେଜା ଭାରତକୁ କଲେ ମଜବୁତ; ଏମିତି ଥିଲା ଦ୍ଵିତୀୟ ଦିନ

୨୦୧୪ ମସିହା ସେପ୍ଟେମ୍ବର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା "ମାଧ୍ୟମ" ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମ୍ମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି ।

ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି। ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି "ମାଧ୍ୟମ" ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି ।

ଏହି ଖବର ପଢ଼ନ୍ତୁ- http://ଆଇଏଏସ୍ ଟିନା ଡାବିଙ୍କ ଠାରୁ ଆଇପିଏସ୍ ନବଜୋତଙ୍କ ପର୍ଯ୍ୟନ୍ତ; ଏହି ଅଧିକାରୀମାନେ କରିଛନ୍ତି ପ୍ରେମ ବିବାହ

ଏପରିକି "ମାଧ୍ୟମ"ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀମାନେ ପୀଡିତାମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଏବଂ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁ ବୁଝିଥିଲେ । ଏହି ସଂସ୍ଥା ଦ୍ଵାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ କେବଳ ସ୍ଵାମୀ କିମ୍ବା ସ୍ତ୍ରୀଙ୍କୁ ଡକାଇ କିମ୍ବା ଉଭୟଙ୍କୁ ଏକାଠି ବସାଇ, ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରୁଛି ।
Published by:Soubhagya Mishra
First published: