News18 Odia Digital
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର । ନୂଆ ନିଷ୍ପତ୍ତି ଜାତୀୟ ଶିକ୍ଷାନୀତି ଅନୁସାରେ ପିଲାଙ୍କୁ ମିଳିବ ଏଡୁ ଲକର । ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ପୁରା ରେକର୍ଡ ରହିବ । ସବୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡି ଲାଗୁହେବ । ଏହି ଆଇଡି ଜାଲ ନକଲି ସାର୍ଟିଫିକଟ ରୋକିବାରେ ସହାୟକ ହେବ ।
ଜାତୀୟ ଶିକ୍ଷାନୀତି ଅନୁସାରେ ଡିଜି ଲକର ଭଳି ତିନି ବର୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏଡୁ ଲକର
• ଡ଼ିଆଇସି, ଏନଆଇସି, ଏନଇଟିଏଫ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛି ।
• ଛାତ୍ରଛାତ୍ରୀଙ୍କ ଶିକ୍ଷାର ପୁରା ଯାତ୍ରାର ରହିବ ରେକର୍ଡ, ମିଳିବ ଆଇ କାର୍ଡ ।
• ଏଥିରେ ପିଲାଙ୍କ ନାମ, ଫୋନ ନମ୍ବର, ଯେତେସବୁ ଡିଗ୍ରୀ ପାଈଥିବେ ସେସବୁର ତଥ୍ୟ ସମସ୍ତ ତଥ୍ୟ ରହିବ ।
• ଏହା ଅଗଷ୍ଟ ସୁଦ୍ଧା ଏହା ଲଞ୍ଚ ହୋଇପାରେ
• ଗୋଟେ ସ୍କୁଲରୁ ଅନ୍ୟ ସ୍କୁଲ ଓ ଗୋଟେ ଶିକ୍ଷାନିଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ଗଲେ କୌଣସି ଫର୍ମ ଫିଲପ କରିବାକୁ ପଡ଼ିବନି ।
• ସାର୍ଟିଫିକେଟ ହଜିବାର ଭୟ ନାହିଁ
• ହାଇସ୍କୁଲରୁ କଲେଜ ଯିବା ଲାଗି ମଧ୍ୟ ଆଉ ଭରିବାକୁ ପଡ଼ିବନି ଫର୍ମ। ଛାତ୍ର ଛାତ୍ରୀଙ୍କ ଯାତ୍ରା ସୁଗମ ହେବ ।
• ସ୍କଲାରସିପଠାରୁ ଆରମ୍ଭ କରି ରିହାତି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ ।
• ଏହାର ଡ୍ରାଫ୍ଟ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି । ଲୋକଙ୍କ ରାୟ ନିଆଯାଉଛି ଆଉ କିଛି ପରିବର୍ତ୍ତନ ହୋଇପାରେ ।
• ମାଇଗ୍ରେସନ ସାର୍ଟିଫିକେଟ ପାଇଁ ଗୋଟେ କଲେଜରୁ ଅନ୍ୟ ଏକ କଲେଜକୁ ଯିବାକୁ ଦରକାର ପଡ଼ିବନି ।
• ଛାତ୍ରଛାତ୍ରୀ ସରକାରୀ ସୁବିଧା ପାଇବା ସହଜ ହେବ ।
• ଛାତ୍ରଛାତ୍ରୀଙ୍କୁ ଯେକୌଣସି ସ୍ଥାନରୁ ପାଠ ପଢିବା, ସ୍କିଲ, ଚାକିରୀ ପାଇବାର ସୁବିଧା ହୋଇପାରିବ ।
• ଏଥିରେ ଛାତ୍ର, ଶିକ୍ଷକ ଓ ଶିକ୍ଷା ଅନୁଷ୍ଠାନକୁ ମଧ୍ୟ ପଞ୍ଜିକରଣ କରିବାକୁ ପଡ଼ିବ ।
• ଶିକ୍ଷାନୁଷ୍ଠାନ ପ୍ରମାଣ ଦେଇଥାଏ, ଛାତ୍ର ତାଙ୍କ ଅନୁଷ୍ଠାନର ବୋଲି ଏହାଦ୍ୱାରା ଫେକ ସାର୍ଟିଫିକେଟ ବନ୍ଦ ହେବ, ସ୍ୱଚ୍ଛତା ଆସିବ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।