ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ସର ଟିଏମଟି ରିବାର ମିଲର ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ମିଲ୍‌ ବିଶ୍ବର ବୃହତମ ଓ ଅତ୍ୟାଧୁନିକ ରିବାର ମିଲ୍ସ ମଧ୍ୟରୁ ଅନ୍ୟତମ। ଅନୁଗୁଳ ଠାରେ ଇସ୍ପାତ ଉତ୍ପାଦନ ପାଇଁ ବିଶ୍ବର ପ୍ରଥମ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ। ପ୍ଲାଣ୍ଟରେ ବ୍ୟବହୃତ ହେଉଛି ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହାଇ ଆଶ୍‌ କୋଇଲା।

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ସର ଟିଏମଟି ରିବାର ମିଲର ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ସର ଟିଏମଟି ରିବାର ମିଲର ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

  • Share this:
News18 Odia Digital

ଭୁବନେଶ୍ବର: ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର ମିଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍‌ ଉଦଘାଟିତ ହୋଇଛି। ବାର୍ଷିକ ୧୪ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଏହି ଟିଏମଟି ରିବାର ମିଲ ବିଶ୍ବର ସର୍ବବୃହତ ତଥା ଅତ୍ୟାଧୁନିକ ରିବାର ମିଲ୍‌ ମଧ୍ୟରୁ ଅନ୍ୟତମ।

ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା ଓ ଇସ୍ପାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଡି.କେ. ରସ୍ତୋଗୀ ଏହି ଅବସରରେ ଉପସ୍ଥିତ ରହି ପ୍ଲାଣ୍ଟ ପରିସରରେ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରସିକା ଚୌବେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ସିଂ କହିଥିଲେ ଯେ, ବୃହତ ଅର୍ଥ ବ୍ୟବସ୍ଥାମାନଙ୍କୁ ପଛରେ ପକାଇ ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି।

ଓଡ଼ିଶାରୁ ସର୍ବାଧିକ ପରିମାଣର ଇସ୍ପାତ ଉତ୍ପାଦନ କରାଯାଉଛି। ଓଡ଼ିଶାରେ ଏପରି ସୁଦୃଶ୍ୟ ବିଶାଳ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ। ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବଢ଼ାଇବା ଲାଗି ଜେଏସପିର ଯୋଜନାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦେଶର ୧୦ ପ୍ରତିଶତ ଇସ୍ପାତ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଦ୍ବାରା ଅନୁଗୁଳରୁ ଉତ୍ପାଦିତ ହେବ । କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧର ଅଂଶବିଶେଷ ସ୍ବରୂପ, କୋଭିଡ-୧୯ ମହାମାରୀ ସମୟରେ ଦେଶର ବିଭିନ୍ନ ସ୍ଥାନକୁ ତରଳ ଚିକିତ୍ସକୀୟ ଅକ୍ସିଜେନ ଯୋଗାଇ ଦେବାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ।

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ସର ଟିଏମଟି ରିବାର ମିଲର ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ


ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରଥମ କୋଇଲା ବାଷ୍ପୀକରଣ କାରଖାନା (ସିଜିପି)କୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପରିଦର୍ଶନ କରିଥିଲେ। ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ବର ପ୍ରଥମ ସିନଗ୍ୟାସ ଆଧାରିତ ଡିଆରଆଇ ପ୍ଲାଣ୍ଟକୁ ସିନ୍ଥେଟିକ୍‌ ଗ୍ୟାସ ଯୋଗାଇ ଦେବା ପାଇଁ ଏହି କାରଖାନାରେ ହାଇ ଆଶ୍‌ ଓ ସ୍ଥାନୀୟ ସ୍ତରରେ ଉପଲବ୍ଧ ନନ-କୋକିଂ କୋଇଲା ବ୍ୟବହାର କରାଯାଉଛି।

ଏହି ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ଥିବା ପ୍ରଚୁର କୋଇଲା ଭଣ୍ଡାରକୁ ଉପଯୋଗ କରାଯାଇପାରିବ ଓ କୋଇଲା ଆବଶ୍ୟକତା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ। କୋକିଂ କୋଇଲା ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ମେଗା ଷ୍ଟିଲ୍‌ କମ୍ପ୍ଲେକ୍ସ ପରିସରରେ ଥିବା ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ, ସବୁଠୁ ଚଉଡ଼ା ପ୍ଲେଟ୍‌ ଉତ୍ପାଦନ କରୁଥିବା ପ୍ଲେଟ୍‌ ମିଲ୍‌ ଓ ଅନ୍ୟ ୟୁନିଟକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ବୁଲି ଦେଖିଥିଲେ। ଏହି ଅବସରରେ ନବୀନ ଜିନ୍ଦଲ କରିଥିଲେ ଯେ, ଅନୁଗୁଳ ଇସ୍ପାତ ଉତ୍ପାଦନ କାରଖାନା ଠାରେ ୧.୪ ଏମଟିପିଏ କ୍ଷମତା ବିଶିଷ୍ଟ ଟିଏମଟି ରିବାର ମିଲ୍‌ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବା ଖୁସିର ବିଷୟ। ଏହା ବିଶ୍ବର ସବୁଠୁ ଆଧୁନିକ ଓ ସର୍ବବୃହତ ରିବାର ମିଲ।

ଏଠାରେ ଉଚ୍ଚ ଗୁଣବତ୍ତା ଓ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟର ଟିଏମଟି ରିବାର ଉତ୍ପାଦନ କରାଯାଇ ପାରିବ ଯାହାକି ଉଚ୍ଚମାନର ଭିତ୍ତିଭୂମି ନିର୍ମାଣରେ ଉପଯୋଗ ହେବ। ଏହାଦ୍ବାରା ଲକ୍ଷ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କୋଇଲା ବାଷ୍ପୀକରଣ ଜ୍ଞାନକୌଶଳ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ଜିନ୍ଦଲ ବିଶେଷ ଭାବେ ପ୍ରଶଂସା କରିଥିଲେ। ସେ କହିଥିଲେ ଏହି ଜ୍ଞାନକୌଶଳ ଆଜି ବାସ୍ତବ ରୂପ ନେଇପାରିଛି। ସହଯୋଗ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଜେଏସପିର ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା କହିଥିଲେ ଯେ, ଜେଏସପି ଭବିଷ୍ୟତକୁ ଆଖି ଆଗରେ ରଖି ଅଗ୍ରଗତି କରିଥାଏ।

କମ୍ପାନୀ କୋଇଲା ବାଷ୍ପୀକରଣ ଜରିଆରେ ନିଜ କ୍ଷମତାର ପ୍ରାୟ ୫୦ ପ୍ରତିଶତ ଇସ୍ପାତ ଉତ୍ପାଦନ ଲାଗି ଲକ୍ଷ୍ୟ ରଖିଛି, କାରଣ ଏହାକୁ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଇସ୍ପାତ ଉତ୍ପାଦନ ପ୍ରଣାଳୀ ଭାବେ ଗ୍ରହଣ କରାଯାଉଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଲେଶ ଦେଓରେ, ଭାରତୀୟ ଇସ୍ପାତ ଗବେଷଣା ଓ ପ୍ରଯୁକ୍ତି ମିଶନର ନିର୍ଦ୍ଦେଶକ ଡକ୍ଟର ମୁକେଶ କୁମାର ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତ ଅବସରରେ ଉପସ୍ଥିତ ଥିଲେ।

ଜେଏସପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡି.କେ ରସ୍ତୋଗୀ ଗସ୍ତ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିନ୍ଦଳ ଷ୍ଟିଲ୍‌ ଆଣ୍ଡ ପାୱାର ଅନୁଗୁଳ ଠାରେ ଭାରତର ସବୁଠୁ ଆଧୁନିକ ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ସହ ସଫଳତା ପୂର୍ବକ ପରିଚାଳନା କରୁଛି। ଏହା ହେଉଛି ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା।
Published by:Lipina Das
First published: