ଓଡି଼ଶାର ବିକାଶକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ: ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

ପୂର୍ବ ଭାରତକୁ ପ୍ରାଥମିକତା ଦେଇ ଓଡିଶା ଭଳି ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ରର ମୋଦି ସରକାରଙ୍କ ୮ ବର୍ଷ ସଫଳତାର ହିସାବ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ।

ଓଡ଼ିଶା ଗସ୍ତରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ (ପ୍ରତୀକାତ୍ମକ ଛବି)

ଓଡ଼ିଶା ଗସ୍ତରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର : ଦେଶର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ପରଠୁ ପୂର୍ବ ଭାରତ ସବୁଠାରୁ ଅଧିକ ଅବହେଳିତ ହୋଇ ଆସୁଥିଲା । କିନ୍ତୁ ପୂର୍ବ ଭାରତକୁ ପ୍ରାଥମିକତା ଦେଇ ଓଡିଶା ଭଳି ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ରର ମୋଦି ସରକାରଙ୍କ ୮ ବର୍ଷ ସଫଳତାର ହିସାବ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ।

ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳକୁ ୮ ବର୍ଷ  ପୂରଣ ହୋଇଛି। ଏହି ୮ ବର୍ଷ ଭିତରେ ଅନେକ ଲୋକ କଲ୍ୟାଣ ଯୋଜନା ହାତକୁ ନେଇଛନ୍ତି ମୋଦି ସରକାର। ସେ ଭିତରେ ଅଛି କୃଷକଙ୍କଠାରୁ ଆରମ୍ଭ କରି ଯୁବପୀଢ଼ି, ମହିଳା, ଶିଶୁ, ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା।

ସେ ସ୍ପଷ୍ଟ କରିଛନ୍ତି ଯେ, ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷମାନ ଭାରତ ଯୋଜନା ଲାଗୁ ହୋଇଛି । ମାତ୍ର ଏହା ଦୁଃଖର ବିଷୟ ଯେ, ଓଡ଼ିଶାରେ ଗରିବ ପରିବାରକୁ କେନ୍ଦ୍ର  ସରକାର ଦେଉଥିବା ୫ ଲକ୍ଷ ଟଙ୍କାର ସହାୟତା ରାଶି ପହଞ୍ଚି ପାରୁନି। କାରଣ ଓଡିଶା ସରକାର ଏହାକୁ ଲାଗୁ କରିନାହଁନ୍ତି । କିନ୍ତୁ ହେଲଥ ଆଣ୍ଡ ୱେଲନେସ ସେଣ୍ଟର କ୍ଷେତ୍ରରେ ଓଡ଼ିଶାର ଲୋକେ ଉପକୃତ ହେଉଛନ୍ତି। ରାଜ୍ୟରେ ପାଞ୍ଚ ହଜାର ହେଲଥ ଆଣ୍ଡ ୱେଲନେସ ସେଣ୍ଟର କରିଛନ୍ତି କେନ୍ଦ୍ର ସରକାର ଯାହାଦ୍ୱାରା ଲୋକେ ଉପକୃତ ହେଉଛନ୍ତି। ସେହିଭଳି ଟେଲି ମେଡ଼ିସିନ କ୍ଷେତ୍ରରେ କେନ୍ଦ୍ରର କାର୍ଯ୍ୟକ୍ରମ ଦ୍ବାରା ଲୋକେ ମଧ୍ୟ ଉପକୃତ ହୋଇଛନ୍ତି"।

ସେ ଆହୁରି ମଧ୍ୟ କହିଛନ୍ତି,"ରାଜ୍ୟରେ କାର୍ଯ୍ୟକ୍ଷମ ୩୫୧ଟି ଜନ ଔଷଧୀ କେନ୍ଦ୍ର ଦ୍ୱାରା ଲୋକଙ୍କୁ ଶସ୍ଥାରେ ଔଷଧ ମିଳୁଛି। ସେହିଭଳି କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଗତ ୮ ବର୍ଷ ଭିତରେ ଓଡ଼ିଶାରେ ୬ ହଜାର କିମି ଜାତୀୟ ରାଜପଥ ନିର୍ମାଣ ହୋଇ ପାରିଛି। ଜଳ ଜୀବନ ମିଶନ  ଦ୍ୱାରା ରାଜ୍ୟରେ ୪୨ ଲକ୍ଷ ଘରକୁ ପାଇପ ଯୋଗେ ଜଳ ଯୋଗାଣ  ମଧ୍ୟ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ  ଯୋଜନା ଅଧୀନରେ ୧୭ ଲକ୍ଷ ଓ ସହରାଞ୍ଚଳରେ ୧ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ମହିଳାମାନଙ୍କୁ ମାଗଣା ୫୨ ଲକ୍ଷ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି ଯାହାଦ୍ୱାରା ସେମାନଙ୍କ ଜୀଵନ ଧାରଣର ମାନରେ ଉନ୍ନତି ଆସିଛି"।

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି। ସମସ୍ତ ଓଡିଶା ବାସୀ ଓ ଏଠାକାର ମାଆ ମାନଙ୍କୁ ରଜ ପର୍ବର ଶୁଭେଚ୍ଛା ଓ ଶୁଭ କାମନା । ୩ ଦିନ ଧରି କିପରି ଧରିତ୍ରୀ ଓ ମାତୃ ଶକ୍ତିକୁ ପୂଜା କରାଯାଏ ତାହା ଓଡିଶାରେ ହିଁ ଦେଖିବାକୁ ମିଳେ । ଏହି ପରମ୍ପରା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ନିଆରା।
Published by:Soumya Das
First published: