News 18 Odia Digital
ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (union minister dharmendra pradhan) । ସେ ଟ୍ବିଟ୍ କରି ପରୋକ୍ଷ ସମାଲୋଚନା କରିଛନ୍ତି । ଏଥିଲାଗି ସେ ସମ୍ରାଟ ଅପହରଣ ଓ ହତ୍ଯା ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏ ସଂପର୍କିତ ତ୍ରୁଟିକୁ ଲୋକେ ବୁଝିବା ଦରକାର । ଦିନ ଦ୍ବିପ୍ରହରେ ମନ୍ତ୍ରୀ ନବ ଦାସ (naba das)ଙ୍କ ହତ୍ୟାର ଦୁଇ ମାସ ଭିତରେ ସମର୍ଥଙ୍କ ହତ୍ୟା ଆଇନ ଶୃଙ୍ଖଳାକୁ ନେଇ ଦାବିକୁ ପଦାରେ ପକାଇଛି । ନାଗରିକ ହୁଅନ୍ତୁ ବା ଲୋକ ପର୍ତିନିଧି କେହି ବି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି । ଏପରି ଜଘନ୍ୟ ଘଟଣାମାନ ନିୟମିତ ଘଟି ଚାଲିଛି । ଖାସ୍ କରି ଝାରସୁଗୁଡ଼ାରେ ଏପରି ଘଟଣାଗୁଡ଼ିକ ଲୋକଙ୍କୁ ଚକିତ କରିଛି । ସେମାନଙ୍କ ବିଶ୍ବାସକୁ ଦୋହଲାଇ ଦେଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ବିଟର (twitter)ରେ ଲେଖିଛନ୍ତି ।
ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ରଖିଛି ବିଜେଡି (bjd) । ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ଅବସ୍ଥା କଣ ଅଛି । ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣ ହତ୍ୟା କରିବା ହେଉ, ସେଗୁଡିକ କେଉଁ ଶୃଙ୍ଖଳା । କେଉଁ ଆଇନରେ ଏହା ଲେଖା ହୋଇଛି । ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ, ତାକୁ କେମିତି ସୁଧାର ଆସିବ ସେ ନେଇ ଗଠନ ମୂଳକ ପରାମର୍ଶ ଦେଲେ ଭଲହେବ ।
ସେହିପରି ବିଜେଡି ସାଂସଦ ସସ୍ମିତ୍ ପାତ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ‘ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ’ । ଆପଣ ଓଡ଼ିଶାର ଆଇନଶୃଙ୍ଖଳା ଓ ଅପରାଧ ନେଇ ଅବଗତ ନାହାନ୍ତି । ସ୍ପର୍ଶକାତରତା ଘଟଣାରେ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ । ‘ଓଡ଼ିଶା ଅପେକ୍ଷା BJP ଶାସିତ ରାଜ୍ୟରେ ଅଧିକ ଅପରାଧ ଘଟୁଛି । ୨୦୨୧ NCRB ଅନୁସାରେ BJP ଶାସିତ ରାଜ୍ୟରେ ବେଶୀ ଅପରାଧ ହୋଇଛି । ଧର୍ଷଣ, ହତ୍ୟା ମାମଲାରେ ଓଡ଼ିଶାଠୁ UP, MPରେ ଅଧିକ । ଅପରାଧିକ ମାମଲାରେ ଓଡ଼ିଶାଠାରୁ ଆସାମ, ହରିଆଣା ଆଗରେ ଅଛନ୍ତି ବୋଲି ସସ୍ମିତ କହିଛନ୍ତି ।
ଏହି ଖବର ପଢ଼ନ୍ତୁ -
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଟ୍ରେନରେ ଯାତ୍ରା ସମୟରେ ମିଳିବ ମାଗଣା ଖାଦ୍ୟ ସହ ଥଣ୍ଡା ପାନୀୟ ।Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।