• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୟୁକ୍ରେନ ଫେରନ୍ତା ଛାତ୍ର; ଜଣାଇଲେ ସେମାନଙ୍କ ଚିନ୍ତା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୟୁକ୍ରେନ ଫେରନ୍ତା ଛାତ୍ର; ଜଣାଇଲେ ସେମାନଙ୍କ ଚିନ୍ତା

ୟୁକ୍ରେନ ଫେରନ୍ତା ଓଡ଼ିଆ ମେଡ଼ିକାଲ ଛାତ୍ରଛାତ୍ରୀମାନେ ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ସେମାନଙ୍କ କ୍ୟାରିୟର ପ୍ରଭାବିତ ହେବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇ ଯାଇଛି ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୟୁକ୍ରେନ ଫେରନ୍ତା ଛାତ୍ର (ପ୍ରତିକାତ୍ମକ ଛବି)

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୟୁକ୍ରେନ ଫେରନ୍ତା ଛାତ୍ର (ପ୍ରତିକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧ ଲମ୍ବା ଚାଲିଲେ ବି ଆମର ମେଡ଼ିକାଲ କ୍ୟାରିୟର ପ୍ରଭାବିତ ହେବ ନାହିଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ଏଭଳି ଆଶାବ୍ୟକ୍ତ କରି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ ଫେରନ୍ତା କିଛି ଓଡ଼ିଆ ମେଡ଼ିକାଲ ଛାତ୍ର ଓ ସେମାନଙ୍କ ଅଭିଭାବକ। ଏ ଦିଗରେ କେନ୍ଦ୍ର ସରକାର ଠିକଣା ସମୟରେ ପଦକ୍ଷେପ ନେବେ ବୋଲି ଛାତ୍ରଛାତ୍ରୀମାନେ ଆଶା ପ୍ରକଟ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଘଟଣାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଜରିଆରେ ନିବେଦନ କରିଥିଲେ।

ୟୁକ୍ରେନ ଫେରନ୍ତା ଓଡ଼ିଆ ମେଡ଼ିକାଲ ଛାତ୍ରଛାତ୍ରୀମାନେ ନିକଟରେ ରାଜ୍ୟ  ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ । ବିଶେଷ କରି ୟୁକ୍ରେନ ଓ ଋଷ ଭିତରେ ଯୁଦ୍ଧ କାରଣରୁ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇ ଯାଇଛି ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ତେଣୁ ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଥିଲେ।

ଋଷ ଓ ୟୁକ୍ରେନ ଭିତରେ ଗତ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏହା ଭିତରେ ଦୁଇ ମାସ ବିତିବାକୁ ବସିଲାଣି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଧନ ଓ ଜୀବନ ନଷ୍ଟ ହେବାରେ ଲାଗିଛି। ଏହା ସହିତ ଯୁଦ୍ଧର ଗତି ମଧ୍ୟ ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି। ଏଭଳି ସମୟରେ ଭାରତ ସମେତ ବିଶ୍ବର ଏକାଧିକ ରାଷ୍ଟ୍ରର ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଭୟଙ୍କର ଯୁଦ୍ଧରେ ୟୁକ୍ରେନ ଧ୍ୱସ୍ତ ସ୍ତୁପରେ ପରିଣତ ହୋଇଥିଲା ବେଳେ ଏଭଳି ହଜାର ହଜାର ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତେଣୁ ଛାତ୍ରଛାତ୍ରୀଙ୍କ କ୍ୟାରିଅର ପାଇଁ ସରକାରୀ ସହଯୋଗ ଲୋଡ଼ା ବୋଲି ସେମାନେ ଅନୁରୋଧ କରିଥିଲେ।

ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସେମାନଙ୍କୁ  ଭାରତରେ ମେଡ଼ିକାଲ ଶିକ୍ଷା ଶେଷ ସହ ସେମାନେ ଯେଭଳି ମେଡ଼ିକାଲ ସାର୍ଟିଫିକେଟ ପାଇବେ ସେ ନେଇ ବ୍ୟବସ୍ଥା କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଥିଲେ। ବିଶେଷ କରି ଏହି ବିଦେଶୀ ଫେରନ୍ତା ମେଡ଼ିକାଲ ଛାତ୍ରଛାତ୍ରୀମାନେ ଯେଭଳି ଭାରତୀୟ ମେଡ଼ିକାଲ ପାଠ୍ୟକ୍ରମରେ ଆଇନ ଅନୁଯାୟୀ ସାମିଲ ହୋଇପାରିବେ ସେ ନେଇ ସେମାନେ ଅନୁରୋଧକୁ ଦୋହରାଇ ଥିଲେ।

ୟୁକ୍ରେନ ଫେରନ୍ତା ୫ମ ବର୍ଷୀୟ ମେଡ଼ିକାଲ ଛାତ୍ରୀ ତାଲତ ଯାହାନ କହିଛନ୍ତି ଯେ ସେମାନଙ୍କ ଆଗରେ ଅନେକ ଅନିଶ୍ଚିତତା। ସେହିଭଳି ଆଉ ଜଣେ ୟୁକ୍ରେନ ଫେରନ୍ତା ମେଡ଼ିକାଲ ଛାତ୍ର ଶେଖ ଆସିଫ କହିଛନ୍ତି,"ଏ ଯୁଦ୍ଧ କେତେ ଲମ୍ବା ଚାଲିବ ତାହା ଆକଳନ କରିବା ମୁସ୍କିଲ। ଏହି କାରଣରୁ ଆମମାନଙ୍କ ମେଡ଼ିକାଲ କ୍ୟାରିୟର ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି"।

ସେହିଭଳି ଆଉ ଜଣେ ଓଡ଼ିଆ ମେଡ଼ିକାଲ ଛାତ୍ର ପ୍ରତୀକ ଧଳ କହିଛନ୍ତି,"ସରକାର ଏ ଦିଗରେ ହସ୍ତକ୍ଷେପ ନକଲେ ଆମ ମାନଙ୍କ କ୍ୟାରିୟର ନଷ୍ଟ ହୋଇଯିବ"।
Published by:Soumya Das
First published: