ଗଣତନ୍ତ୍ରରେ କାହାର ଅହଙ୍କାର ରହିନି; ଧାମନଗରରୁ ପରିବର୍ତ୍ତନ ଆରମ୍ଭ: ଧର୍ମେନ୍ଦ୍ର ପ୍ରଧାନ

ଶାସକ ଦଳ ସରକାରୀ କଳ ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଥିବା ବେଳେ ଅହଙ୍କାର ଭାଙ୍ଗିବ। ଲୋକେ ଅତିଷ୍ଠ ହୋଇଥିବା ବେଳେ ପରିବର୍ତ୍ତନ ମୁହାଁ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଧାମନଗର ପ୍ରଚାର ସମୟର ଦୃଶ୍ୟ (ପ୍ରତୀକାତ୍ମକ ଛବି)

ଧାମନଗର ପ୍ରଚାର ସମୟର ଦୃଶ୍ୟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: କମ୍ପୁଛି ଧାମନଗର ପ୍ରଚାର ମଇଦାନ। ଦୁଇଦିନ ଧରି ମାରାଥନ ପ୍ରଚାର କରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଠାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିବା ସହ ବିଜେପିର ଉପନିର୍ବାଚନ ଜୟଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଦୁଇ ଦିନ ପ୍ରଚାର ସମୟରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ  କହିଛନ୍ତି,"ଭାରତୀୟ ଜନତା ପାର୍ଟି ପ୍ରତି ଓ ମୋଦୀଙ୍କ ପ୍ରତି ଆସ୍ଥା ଓ ବିଷ୍ଣୁ ସେଠୀଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ରହିଛି। ଶାସକ ଦଳ ପ୍ରତି ଜନ ସମର୍ଥନ ନାହିଁ। ଟଙ୍କା, ପ୍ରଶାସନ ଓ ପୋଲିସର ଭୟ ଦେଖାଇ ନିର୍ବାଚନକୁ ପ୍ରଭାବିତ କରିବାର ଅପଚେଷ୍ଟା କରୁଛନ୍ତି।ଧାମନଗର ସ୍ବାଭିମାନର ପ୍ରସଙ୍ଗ ହୋଇଛି।  ଧାମନଗର ରାଜନୈତିକ ସଚେତନ ଅଞ୍ଚଳ ହୋଇଥିବା ବେଳେ ସ୍ବାଭିମାନର ପ୍ରଶ୍ନକୁ ନେଇ ଶାସକ ଦଳ ଭିତରେ ବିଦ୍ରୋହ ହୋଇଛି। ଏହାକୁ ସଦା ସର୍ବଦା ପ୍ରସଙ୍ଗ କରିବା ସହ ଧାମନଗର ବିକାଶ, ସ୍ବାଭିମାନ,ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ବିଜେପି ପ୍ରସଙ୍ଗ କରିଛି। ୨୦୧୪ ନିର୍ବାଚନର କୌଣସି ଅସ୍ପଷ୍ଟତା ନାହିଁ"।

ପ୍ରଥମ ଦିନରେ ଧାମନଗର ଏନଏସିରେ ପ୍ରଚାର କରିଥିବା ବେଳେ ଦ୍ଵିତୀୟ ଦିନରେ ତିହିଡି ବ୍ଲକର କଣ୍ଟିମଙ୍ଗଲା ମନ୍ଦିରରୁ ପୂଜାର୍ଚ୍ଚନା କରି ଆରମ୍ଭ କରିଥିଲେ ପ୍ରଚାର। ପାଳିଆ ବିନ୍ଧା ,ଦୋଳସାହି, କୁବେରା, ବିଲନା ଓ ବୋଡକ ଆଦି ଅଞ୍ଚଳରେ ସୂର୍ଯ୍ୟବଂଶୀଙ୍କୁ ସାଥିରେ ଧରି ରୋଡ ସୋ ସହ ପଦଯାତ୍ରା କରିଥିଲେ। ବାଟରେ ସାମନ୍ତଣଶୁଣି ମନ୍ଦିର, ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନ କରିବା ସହ ରାସ୍ତାରେ ବିଭିନ୍ନ ସ୍ଥାନରେ ଓହ୍ଲାଇ ଲୋକଙ୍କୁ ସମ୍ବୋଧିତ କରିଥିଲେ।

ଶାସକ ଦଳ ସରକାରୀ କଳ ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଥିବା ବେଳେ ଅହଙ୍କାର ଭାଙ୍ଗିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଲୋକେ ଅତିଷ୍ଠ ହୋଇଥିବା ବେଳେ ପରିବର୍ତ୍ତନ ମୁହାଁ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଦିନେ ଇଂରେଜ ଶାସନ କରୁଥିଲେ। ସେ ବି ଭାବୁଥିଲେ ସବୁଦିନ ପାଇଁ ଶାସନ କରିବେ। ଗଣତନ୍ତ୍ରରେ କାହାରି ଅହଙ୍କାର ରହିନାହିଁ। ଏଇଠୁ ହିଁ ପରିବର୍ତ୍ତନର ଆରମ୍ଭ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
Published by:Soumya Das
First published: