• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଯଜ୍ଞର ପୂର୍ଣ୍ଣାହୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶ୍ରୀଜଗନ୍ନାଥ ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ନାମକରଣ

ଯଜ୍ଞର ପୂର୍ଣ୍ଣାହୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶ୍ରୀଜଗନ୍ନାଥ ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ନାମକରଣ

ସଂସ୍କୃତ ଭାଷାକୁ ବିଶ୍ୱବ୍ୟାପି ପରିବ୍ୟାପ୍ତ କରିବା ପାଇଁ ଲୋକାର୍ପିତ ହୋଇଛି ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଓ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ଆଧୁନିକ କୌଶଳ ମାଧ୍ୟମରେ ରାଷ୍ଟ୍ରିୟ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଧାର୍ମିକ ଶିକ୍ଷା ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି ।

ଯଜ୍ଞର ପୂର୍ଣ୍ଣାହୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶ୍ରୀଜଗନ୍ନାଥ ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ନାମକରଣ

ଯଜ୍ଞର ପୂର୍ଣ୍ଣାହୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶ୍ରୀଜଗନ୍ନାଥ ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ନାମକରଣ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀଏଣିକି ସଂସ୍କୃତ ପାଠ୍ୟକ୍ରମ ସହ ବିଦ୍ୟାର୍ଥୀମାନେ ବୈଦିକ ଗଣିତ, ଯୋଗ ବିଜ୍ଞାନ, ଇଂରାଜୀ ଆଦି ଶିକ୍ଷା ପାଇବେ । ଶ୍ରୀକ୍ଷେତ୍ରରେ ପ୍ରଥମେ ଆରମ୍ଭ ହୋଇଥିବାରୁ ବିଦ୍ୟାଳୟର ନାମ ଶ୍ରୀଜଗନ୍ନାଥ ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ବୋଲି ନାମ କରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ କେବଳ ଭାରତ ନୁହେଁ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇ ସୁବିଧା ପାଇପାରିବେ । ସେପଟେ ହିନ୍ଦୁ ଷ୍ଟଡିଜ ପାଇଁ ୪୦ଟି ସିଟର ବ୍ୟବସ୍ଥା କରାଯାଇଥିବା ବେଳେ ବେଦବିଦ୍ୟାଳୟ ପାଇଁ ରାଷ୍ଟ୍ରିୟ ଶିକ୍ଷାନିତି ଅନୁସାରେ ମହର୍ଷି ସନ୍ଦିପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟନୀର ବୋର୍ଡ ଅଧିନରେ ଶିକ୍ଷା ବର୍ଷ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ଶିଳ୍ପୀତତ୍ୱ ହେଉ ଅବା ଆମ କଳା ସ୍ଥାପତ୍ୟ । ସେସବୁ ସଂସ୍କୃତରୁ ସୃଷ୍ଟି । ୪ ବେଦ ଶ୍ରୀକ୍ଷେତ୍ରରୁ ସୃଷ୍ଟି । ପୃଥିବୀର ପ୍ରାଚୀନ ଭାଷା ହେଉଛି ସଂସ୍କୃତ । ଜାତୀୟ ଶିକ୍ଷାନୀତିରେ ସଂସ୍କୃତର ପୁନରୁଦ୍ଧାର ହେଉଛି ମୂଳ ଲକ୍ଷ୍ୟ । ବେଦ ଓ ଗାଣିତିକ ଶାସ୍ତ୍ର ଯୋଗୁଁ ଆଜି ଆମେ ସ୍ପେସ ସାଇନ୍ସ ଭଳି ସଫଳତା ପାଇଛୁ । ପୁରୀରେ ଆଦର୍ଶ ବେଦ ବିଦ୍ୟାଳୟର ନାଁକୁ ଶ୍ରୀଜଗନ୍ନାଥ ଆଦର୍ଶ ବେଦ ବିଦ୍ୟାଳୟ ନାଁରେ ପରିଚିତ ହେବ । ପୂର୍ବ ଭାରତରେ ୩ଶହ ବର୍ଷ ହେବ ସଂସ୍କୃତ ଲୁକ୍କାୟିତ ହୋଇଥିବା ବେଳେ ଏବେ ଆରମ୍ଭ ହେଲା ଅଭୁଦୟ । ପୁରୀ ଶ୍ରୀମନ୍ଦିର ହେଉଛି ସମସ୍ତ ଭାଷାର ଭଣ୍ଡାର । ସେବାୟତମାନେ ଏଠି ସବୁ ଭାଷାର ପାରଙ୍ଗମ । ଆମ ସଭ୍ୟତାକୁ ପୁନର୍ଜିବିତ କରିବା ଆମର ପ୍ରୟାଶ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଓ ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ ଅବସରରେ ମତବ୍ୟକ୍ତ କରିଛନ୍ତି । ହିନ୍ଦୁ ଷ୍ଟଡିଜରେ ୪୦ଟି ସିଟ ରହିଥିବା ବେଳେ ବେଦବିଦ୍ୟାଳୟର ସିଟ ସଂଖ୍ୟା ଏଯାବତ ଚୁଡାନ୍ତ ହୋଇନାହିଁ। କିନ୍ତୁ ମହର୍ଷି ସନ୍ଦିପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀରେ ଥିବା ବୋର୍ଡ ଆଧାରରେ ଏଠିମଧ୍ୟ ସେହି ପାଠ୍ୟକ୍ରମ କରାଯିବ। ଏହି ହିନ୍ଦୁ ଅଧ୍ୟୟନ କେନ୍ଦ୍ରରେ ଦେଶୀ ଓ ବିଦେଶୀ ସମସ୍ତେ ବିନା ବୟସସିମାରେ ନାମ ଲେଖାଇ ପଢିପାରିବେ । ଆଧୁନିକ କୌଶଳ ମାଧ୍ୟମରେ ଧାର୍ମିକ ଶିକ୍ଷା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।



ନୂତନ ଜାତୀୟ ଶିକ୍ଷାନିତି ୨୦-୨୦ ଅନୁସାରେ ଆଜିର ଯୁବପିଢ଼ୀକୁ ଆଧୁନିକ ସିକୃତି ସହ ପଢିବାର ବ୍ୟବସ୍ଥା କରାଯିବ। ଉଜ୍ଜୟନୀ ପରେ ଦେଶର ଚାରିଧାମ ପୁରୀ ଦ୍ୱାରିକା ବଦ୍ରିନାଥ, ଶୃଙ୍ଗେରୀ ଓ ଉତ୍ତରପୂର୍ବ ରାଜ୍ୟ ଗୌହାଟିରେ ସମୁଦାୟ ୫ଟି ରାଷ୍ଟ୍ରିୟ ଆଦର୍ଶ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ପ୍ରଥମେ ପୂର୍ବ ଭାରତ ଶ୍ରୀକ୍ଷେତ୍ରରୁ ଆଜି ବିଜୟାଦଶମୀ ତିଥିରେ ଏହାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିଷରରେ ଯୋଗଦେଇ ଯଜ୍ଞର ପୂର୍ଣ୍ଣାହୁତି ଦେଇଥିଲେ ।



ଏହାପରେ କ୍ୟାମ୍ପସ ପରିସରରେ ପଣ୍ଡିତ ହରିହର ଦାସ ଗ୍ରନ୍ଥାଳୟ, ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ରାଷ୍ଟ୍ରିୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କରିଛନ୍ତି । ଆଉ ଏହି ପାଠ୍ୟକ୍ରମରେ ପିଲାମାନେ ସଂସ୍କୃତ ସହିତ ହିନ୍ଦୁ ପରମ୍ପରା, ଚଳଣି, ସନାତନ ଧର୍ମ ଯୋଗ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପଠନ କରିବେ । ବେଦଶାସ୍ତ୍ର ସହ ଆମ ହିନ୍ଦୁତ୍ୱ ପରିପ୍ରକାଶ ଏଇଠୁ ହିଁ ଆରମ୍ଭ ହେବ । ଭାରତୀୟ ଜ୍ଞାନ ପରମ୍ପରା ଓ ଜୀବନ ପଦ୍ଧତି ଏହି ପାଠ୍ୟକ୍ରମରେ ସ୍ଥାନ ପାଇବ । ଆଗକୁ ସ୍ଥାୟୀ କୋଠାରେ ଛାତ୍ରଛାତ୍ରୀ ବେଦବିଦ୍ୟାଳୟରେ ଅଧ୍ୟୟନର ସୁଯୋଗ ପାଇବେ ବୋଲି ଦାୟିତ୍ୱରେ ଥିବା କୁଳପତି ଅତୁଲ ନନ୍ଦ ସୂଚନା ଦେଇଛନ୍ତି ।
Published by:Soubhagya Mishra
First published: