• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପିପିଲି ଉପନିର୍ବାଚନ: ପିପିଲିବାସୀ ପରିବର୍ତ୍ତନ ଆଡ଼କୁ ମନ ବଳାଉଛନ୍ତି: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପିପିଲି ଉପନିର୍ବାଚନ: ପିପିଲିବାସୀ ପରିବର୍ତ୍ତନ ଆଡ଼କୁ ମନ ବଳାଉଛନ୍ତି: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପିପିଲିରେ ଲୋକମାନେ ପରିବର୍ତ୍ତନ ଆଡ଼କୁ ମନ ବଲାଇଲେଣି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କଲାବେଳେ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲିରେ ଯୋଗ ଦେଇଥିଲେ (ପ୍ରତୀକାତ୍ମକ ଛବି)

ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲିରେ ଯୋଗ ଦେଇଥିଲେ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ନେଇ ପିପିଲି ସହ ସମଗ୍ର ରାଜ୍ୟ ସରଗରମ ହୋଇ ଉଠିଛି। ପିପିଲିରେ ଲୋକମାନେ ପରିବର୍ତ୍ତନ ଆଡ଼କୁ ମନ ବଲାଇଲେଣି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କଲାବେଳେ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିପିଲି ଉପନିର୍ବାଚନ ପାଇଁ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜନେତାମାନେ ପିପିଲିକୁ ଗସ୍ତ କରିଛନ୍ତି। ନିକଟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ରାଲିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ପିପିଲିର ଜନତାଙ୍କ ସହ ମିଶିଥିଲେ ଓ ସେଠାକାର ଦୁର୍ଦ୍ଦଶାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ,  "ଓଡ଼ିଶାରେ ଗତ ଦ୍ବି ବର୍ଷ ତଳେ ଫନି ମହାବାତ୍ୟା ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଘର ଭାଙ୍ଗିବା ଓ ନୂଆ ଘର ପାଇଁ ସାହାଯ୍ୟ ଓ ଅନ୍ୟାନ୍ୟ ବିକାଶ ପାଇଁ ସାହାଯ୍ୟ ପଠାଇଥିଲେ। ଦଳୀୟ ଭିତ୍ତିରେ ପେଶି ହୋଇ ଶାସନ ଦଳ ନିଜ କର୍ମୀଙ୍କୁ ସମର୍ଥକମାନଙ୍କୁ ମଧ୍ୟସ୍ତି ଜରିଆରେ ଦେବାକୁ ଷଡ଼ଯନ୍ତ୍ର କଲେ। ଲୋକ ବିରୋଧ କରିଥିବା କାରଣରୁ ସେ ଗୁଡ଼ିକ କ୍ରିୟାନୟନ ହୋଇପାରୁନାହିଁ। ଏଇଟା  ଆଜି ପିପିଲିର ମୂଳ ପ୍ରସଙ୍ଗ।"

ଭୋଟ ଭିକ୍ଷା କରୁଛନ୍ତି କେନ୍ଦ୍ର ମନ୍ତ୍ରୀ (ପ୍ରତୀକାତ୍ମକ ଛବି)


"କେନ୍ଦ୍ରରୁ ଆସୁଥିବା ସହାୟତାକୁ ବାଟ ମାରଣ କରିବା ଅପାରଗତାର ଏହା ନିଦର୍ଶନ। ଏହା ବିରୋଧରେ ପିପିଲି ଜନମତ ଦେବ। ଏ ଅଞ୍ଚଳ ବିକାଶ ପାଇଁ ପିପିଲିବାସୀ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଧାନସଭାକୁ ଆଶ୍ରିତ ପଟ୍ଟନାୟକ ଙ୍କୁ ପିପିଲି ବାସୀ ପଠାଇବେ। ଏଠିକାର ନାଗରିକ ଭୋଟ ଦେବେ। ମୋଦି ଟଙ୍କା ପଠାଇବା ପରେ ଲୋକଙ୍କ ପାଖରେ ନପହଞ୍ଚିବା ପଛରେ ଯେଉଁମାନେ ଦୋଷୀ ଅଭିଯୁକ୍ତ ସେମାନଙ୍କ ପିପିଲି ବାସୀ ହରାଇବେ। ମୁଁ ଅନୁଭବ କରୁଛି ପିପିଲିରେ ଏଥର ପରିବର୍ତ୍ତନ ହେବ," କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନିଜ ଦଳର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭୀକ୍ଷା କରିଛନ୍ତି। ଉତ୍ତରାଛକରୁ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଧରି ରୋଡ ସୋ ଜରିଆରେ ପ୍ରଚାର କରିଥିଲେ ଧର୍ମେନ୍ଦ୍ର।ପିପିଲି ଓ ଡେଲାଙ୍ଗ ବ୍ଲକରେ ରୋଡ଼ ସୋ କରିଛନ୍ତି। ଉତରାଛକରୁ ବାହାରିଥିବା ରୋଡ଼ ସୋ ମଧୁପୁର ଦେଇ, ପୁବା ଶାସନ,ଚନ୍ଦ୍ରଦେଇପୁର ପଞ୍ଚାୟତ ଦେଇ ପିପିଲି ବ୍ଲକ , ରୁପଦେଇପୁର, ଡେଲାଙ୍ଗ ବ୍ଲକ ଆଦି ଅଞ୍ଚଳରେ ହୋଇଥିଲା। କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପି ବିଧାୟକ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରଚାର କାର୍ୟକ୍ରମରେ ସାମିଲ ହୋଇଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଲୋକମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ପିପିଲିରେ ଛାତ୍ର ସମାବେଶ କରୁଛି ବିଜେଡ଼ି (ପ୍ରତୀକାତ୍ମକ ଛବି)


ସେହିପରି ବିଜେଡ଼ି ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଇଛି।ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ସଞ୍ଜୀବ ମଲ୍ଲିକ, ସୁଧୀର ସାମଲ, ରାଜେନ୍ଦ୍ର ସାହୁ ପିପିଲିଠାରେ ଆୟୋଜିତ ଛାତ୍ର ସମାବେଶରେ ଯୋଗ ଦେଇଥିଲେ। ମନ୍ତ୍ରୀ ସମୀର ଦାସ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଘରକୁ ଘର ବୁଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ପିସିସି ସଭାପତି ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ନିବେଦନ କରି କହିଛନ୍ତି, "ପିପିଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମା, ଭଉଣୀ ଓ ଜନସାଧାରଣଙ୍କୁ ମୋର ନିବେଦନ"।
Published by:Soumya Das
First published: