ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ କଟକ ଗସ୍ତ; ସରଗରମ ରାଜନୈତିକ ବାତାବରଣ

କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପାଇଁ କମ୍ପନ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଛି । ଉଭୟ ବିଜେପି ଓ ବିଜେଡି ପକ୍ଷରୁ ବ୍ୟାନର ଏବଂ ହୋଡିଂ ଜରିଆରେ ସହରରେ ପ୍ରଚାର ଯୁଦ୍ଧ ଆରମ୍ଭ ହୋଇଯାଇଛି । ରାସ୍ତାଘାଟ ଛକ ବଜାର ସବୁଠି ଗୃହମନ୍ତ୍ରୀ ଅମିତ ଶାହା ଓ ନବୀନ ପଟ୍ଟନାୟକଙ୍କ ହୋଡିଂ ଦେଖିବାକୁ ମିଳୁଛି ।

କଟକରେ ବିଜେଡି ଓ ବିଜେପି ପୋଷ୍ଟର ଯୁଦ୍ଧ

କଟକରେ ବିଜେଡି ଓ ବିଜେପି ପୋଷ୍ଟର ଯୁଦ୍ଧ

  • Share this:
News 18 Odia Digital

କଟକ; ସୋମବାର କଟକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହା । ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଦୈନିକ ପ୍ରଜାତନ୍ତ୍ରର ଏହି ପ୍ରତିଷ୍ଠା ଉତ୍ସବ ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏହି ଉତ୍ସବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ରାଜନୈତିକ କମ୍ପନ ସୃଷ୍ଟି କରିଛି ।

ବିଶେଷ କରି କଟକ ସହରରେ ଏହି କମ୍ପନ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଛି । ଉଭୟ ବିଜେପି ଓ ବିଜେଡି ପକ୍ଷରୁ ବ୍ୟାନର ଏବଂ ହୋଡିଂ ଜରିଆରେ ସହରରେ ପ୍ରଚାର ଯୁଦ୍ଧ ଆରମ୍ଭ ହୋଇଯାଇଛି । ରାସ୍ତାଘାଟ ଛକ ବଜାର ସବୁଠି ଗୃହମନ୍ତ୍ରୀ ଅମିତ ଶାହା ଓ ନବୀନ ପଟ୍ଟନାୟକଙ୍କ ହୋଡିଂ ଦେଖିବାକୁ ମିଳୁଛି । ବିଜେପି କର୍ମୀମାନେ ନିଜ ଦଳର ନେତାଙ୍କୁ ସ୍ବାଗତ କରିବା ପାଇଁ ରୋଡ 'ସୋ' ଆୟୋଜନ କରିଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହେଲିପ୍ୟାଡରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଅଞ୍ଚଳରେ ବ୍ୟାପକ ଆୟୋଜନ କରିଛି ।

ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ


ଉଭୟ ବିଜେଡି ଓ ବିଜେପି ଦଳକୁ ଏହି ଉତ୍ସବ ଫାଇଦା ଦେବା ସହ ଉଭୟଙ୍କୁ ସ୍ୱାଗତ କରିବୁ ବୋଲି କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଅମିତ ଶାହା ଯେଉଁ ରାଜ୍ୟର ଯେଉଁ ଅଞ୍ଚଳକୁ ଯାଉଛନ୍ତି ସେଠାରେ ରାଜନୈତିକ କମ୍ପନ ସୃଷ୍ଟି ହେଉଛି । ପୂର୍ବଭାରତର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଜ୍ଞାଦ୍ଧ । ଏବଂ ଏହାର ମୂଳଦୁଆ ପକାଇବା ପାଇଁ ଅମିତ ଶାହା ଓଡ଼ିଶା ଆସୁଛନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ତାର ରଣନିତିକୁ ବ୍ୟାପକ କରିବ" କହିଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲି ।

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେଏହି କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅମିତ ଶାହା ଭୁବନେଶ୍ୱରରୁ କଟକ ସିଧାସଳଖ ସଡ଼କ ପଥରେ ଆସିବେ। ଏହି ଗସ୍ତ ସମୟରେ ବିଜେପି ପକ୍ଷରୁ ବିଭିନ୍ନ ଛକରେ ଶାହାଙ୍କୁ ଭବ୍ୟ ସ୍ଵାଗତ କରାଯିବ । ଅମିତ ଶାହା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ପରେ ଇଣ୍ଡୋର ଷ୍ଟାଡିୟମରେ ପହଁଚିବେ । କେନ୍ଦ୍ରଗୃହ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳୀର ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିସନର ଓ ଅନ୍ୟ ଅଧିକାରୀ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୋଟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
Published by:Soubhagya Mishra
First published: