ରାଉରକେଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
News 18 Odia Digital
ରାଉରକେଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଗସ୍ତ କରିଛନ୍ତି । ଆଜି ସକାଳେ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଜିଲ୍ଲା ସଭାନେତ୍ରୀ ଲତିକା ପଟନାୟକ, ଧୀରେନ ସେନାପତି ଓ ନିହାର ରାୟ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ବାଇକରାଲିରେ ରାଉରକେଲା ହାଉସ ପ୍ରର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ରାଉରକେଲା ରେଲୱେ ଷ୍ଟେସନରେ ହର ଘର ତ୍ରିରଙ୍ଗା ପ୍ରଦର୍ଶନୀକୁ ଉଦଘାଟନ କରିବା ପରେ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ରାଉରକେଲାରେ ଆଜି ଅନେକ କାର୍ଯ୍ୟକ୍ରମ ରହିଛି । ଦେଶ ପାଳନ କରୁଛି ଆଜାଦିକା ଅମୃତ ଉତ୍ସବ । ଏହା ସହିତ ହର ଘର ତ୍ରିରଙ୍ଗା ଅଭିଯାନକୁ ଦେଶବାସୀ ଧୁମ୍ ଧାମରେ ପାଳନ କରୁଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାହ୍ନ ୧୧ଟା ୩୦ ପରେ ବିର୍ସାମୁଣ୍ଡା ଛକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେବେ । ପାଖାପାଖି ୩ ହଜାର ବାଇକ ରାଲିରେ ସାମିଲ ହେବ । ଶୋଭାଯାତ୍ରା ରାଉରକେଲା ମୁଖ୍ୟ ମାର୍ଗ ଦେଇ ପାନପୋଷସ୍ଥିତ ଦ୍ୱିତୀୟ ବ୍ରାହ୍ମଣୀ ପୋଲ ନିକଟରେ ଶେଷ ହେବ । ଏହା ପରେ ଅପରାହ୍ନ ୨ଟା ୪୫ ମିନିଟରେ କେନ୍ଦ୍ରମନ୍ତ୍ରୀ ରାଉରକେଲା ବଣିକ ସଂଘର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନ ୪ଟା ୧୫ ମିନିଟରେ ସୁନ୍ଦରଗଡ଼ରେ ଆୟୋଜିତ ତ୍ରିରଙ୍ଗା ରାଲିରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଅଭିମୁଖେ ବାହାରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।