ଆଜି ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଓଡ଼ିଶାକୁ ମିଳିପାରେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ

Union cabinet expansion this evening, Odisha likely to get one more minister | ନରେନ୍ଦ୍ର ମୋଦି ସରକାରର ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏହି କ୍ୟାବିନେଟ୍ ସମ୍ପ୍ରସାରଣ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିପାରିବେ । ଏବେ ମାତ୍ର ୫୩ ଜଣ ଥିବାରୁ ୨୮ ଜଣ ନେତାଙ୍କୁ ନୂଆ ମନ୍ତ୍ରୀ କରାଯାଇପାରେ ।

ଆଜି ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଓଡ଼ିଶାକୁ ମିଳିପାରେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ
ମନ୍ତ୍ରୀ ହେବା ସମ୍ଭାବନା ଥିବା ତିନି ଜଣ – ସିନ୍ଧିଆ, ବୈଷ୍ଣବ ଓ ସୋନୋୱାଲ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗଲା କିଛି ଦିନ ହେବ ଚର୍ଚ୍ଚାରେ ଥିବା କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ (Union cabinet expansion) ବାସ୍ତବ ରୂପ ନେବାକୁ ଯାଉଛି । ବୁଧବାର ସନ୍ଧ୍ୟାରେ କ୍ୟାବିନେଟରେ ଏକ ବଡ଼ ଧରଣର ସମ୍ପ୍ରସାରଣ ହୋଇପାରେ ବୋଲି ସୂଚନା ମିଳିଛି । ନରେନ୍ଦ୍ର ମୋଦି (PM Narendra Modi) ସରକାରର ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ହେବ ଏହି କ୍ୟାବିନେଟ୍ ସମ୍ପ୍ରସାରଣ ।

ଯେଉଁମାନେ ଏ ଥର ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଲ୍ଲୀରେ ପହଞ୍ଚି ସାରିଛନ୍ତି । ୨୦୨୨ରେ ପାଞ୍ଚଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ହେବାକୁ ଥିବାରୁ ତାକୁ ଦୃଷ୍ଟିରେ ରଖି ଏଥର ସମ୍ପ୍ରସାରଣରେ ଏନ୍‌.ଡି.ଏ.ର ସହଯୋଗୀ ଦଳଗୁଡ଼ିକ ଉପରେ ଫୋକସ୍ ରଖାଯାଇଛି ।

ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଆଦିବାସୀ ଯୁବକ

ବର୍ତ୍ତମାନର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିବା କଥା । ହେଲେ ଏବେ ଅଛନ୍ତି ୫୩ ଜଣ । ତେଣୁ ସମ୍ପ୍ରସାରଣରେ ୨୮ ଜଣ ନୂଆ ମନ୍ତ୍ରୀଙ୍କୁ ନିଆଯାଇପାରେ । ଅନୁମାନ କରାଯାଉଛି ଯେ ଆଗାମୀ ବିଧାନ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସମ୍ପ୍ରସାରଣ ଅନିବାର୍ଯ୍ୟ ହୋଇପଡ଼ିଛି । ଏ ଥର ସଂପ୍ରସାରଣରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ମହାରାଷ୍ଟ୍ରର ବହୁ ବିଜେପି ନେତା କ୍ୟାବିନେଟରେ ସାମିଲ୍ ହେବାର ସମ୍ଭାବନା ରହିଛି।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (ଫାଇଲ୍‌ ଫଟୋ)


ଯେଉଁମାନଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି, ସେହି ନେତାମାନଙ୍କୁ ଦିଲ୍ଲୀ ଡକାଯାଇଥିବା ସୂଚନା ମିଳିଛି । ମଧ୍ୟ ପ୍ରଦେଶର ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହା ପୂର୍ବରୁ ସେ ଉଜ୍ଜୟିନୀ ଯାଇ ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ । ଆସାମର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ (Sarbananda Sonowal) ବି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି  । ମହାରାଷ୍ଟ୍ରର ବରିଷ୍ଠ ନେତା ନାରାୟଣ ରାଣେ (Narayan rane) ବି ଦିଲ୍ଲୀରେ ପହଞ୍ଚିଥିବା ବେଳେ ଅପନା ଦଳ୍‌ର ଅନୁପ୍ରିୟା ପଟେଲଙ୍କୁ (Anupriya Patel) ମଧ୍ୟ ଦିଲ୍ଲୀ ଡକାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥ

ସୂଚନା ଅନୁଯାୟୀ ନିକଟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) ଓ ବି.ଏଲ୍. ସନ୍ତୋଷଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ନୂଆ ମନ୍ତ୍ରୀମାନଙ୍କ ଚୂଡ଼ାନ୍ତ ତାଲିକା ଅନୁମୋଦନ କରାଯାଇଥିଲା । ରୀତା ବହୁଗୁଣା ଯୋଶୀ, ପିଲିଭିଟ୍ ସାଂସଦ ବରୁଣ ଗାନ୍ଧି, ବଲିଆରୁ ରାଜ୍ୟ ସଭା ସାଂସଦ ସକଲଦୀପ ରାଜବୀର ଓ ଆଗ୍ରା ସାଂସଦ ଏସ୍‌.ପି. ସିଂହ ବାଘେଲଙ୍କ ନାମକୁ ନେଇ ଚର୍ଚ୍ଚା ଜୋରଦାର୍‌ ହୋଇଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାର ଭୂମିହୀନ ଚାଷୀମାନେ ପାଇଲେ କୋଭିଡ ସହାୟତା; ୧୮ ଲକ୍ଷ ପରିବାରକୁ ମିଳିଲା୩୮୬ କୋଟି

ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ୍ ହେବାର ସମ୍ଭାବନା ବି ରହିଛି । ମହାରାଷ୍ଟ୍ର ସାଂସଦ ପ୍ରୀତମ ମୁଣ୍ଡେ, ପଙ୍କଜ ଚୌଧୁରୀ ଏବଂ ଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

ବିହାରରେ ଏଲ୍‌.ଜେ.ପି.ରେ କକା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ବିବାଦ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ ପଶୁପତି କୁମାର ପାରସ (Paspati Kumar paras) କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଯାଉଥିବାର ସୂଚନା ମିଳିଛି । ଏହା ବ୍ୟତୀତ ରାଜ୍ୟ ରାଜନୀତିରୁ ଦୂରେଇ ଯାଉଥିବା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି (sushil Kumar Modi) ମଧ୍ୟ ନୂଆ ମନ୍ତ୍ରୀ ଭାବେ ସ୍ଥାନ ପାଇବା ସମ୍ଭାବନା ରହିଛି ।



ବିହାର ଜେ.ଡି.ୟୁ.ର ନେତା ରାଜୀବ ରଂଜନ ସିଂହ ଓରଫ ଲଲନ ସିଂହ, ଆରସିପି ସିଂହ, ରାମନାଥ ଠାକୁର, ଚନ୍ଦ୍ରଶେଖର ପ୍ରସାଦ ଚନ୍ଦ୍ରବଂଶୀ, ଦିଲେଶ୍ୱର କାମାତ ଓ ସନ୍ତୋଷ କୁଶୱାଙ୍କ ସମେତ ଅନେକ ନେତାଙ୍କ ନାମ ମଧ୍ୟ ଏହି ଆଞ୍ଚଳିକ ଦଳର କୋଟାରୁ ଆଲୋଚନା ହୋଇଛି । ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡି଼ ବିଜେପିରେ ଯୋଗ ଦେଇଥିବା ଦୀନେଶ ତ୍ରିବେଦୀଙ୍କୁ (Dinesh Trivedi) ବଡ଼ ଦାୟିତ୍ବ ମିଳିପାରେ ।
Published by: Anand ST Das
First published: July 7, 2021, 6:28 AM IST