‘ଆତ୍ମନିର୍ଭରଶୀଳତା ବନାମ ଆତ୍ମପ୍ରଚାର’; କେନ୍ଦ୍ର ବଜେଟ ଉପରେ ରାଜ୍ୟରେ ରାଜନୈତିକ ବିତର୍କ ବଢ଼ୁଛି

କଂଗ୍ରେସ କହିଛି ଯେ କେନ୍ଦ୍ରର ଆତ୍ମନିର୍ଭରଶୀଳତା ସ୍ଲୋଗାନ୍ ଆଗରେ ରାଜ୍ୟ ସରକାର ଆତ୍ମସମର୍ପଣ କରିଛନ୍ତି । ହେଲେ ବିଜେଡି କହିଛି ଯେ ରାଜ୍ୟ କ୍ଷତିଗ୍ରସ୍ଥ ହେଲେ ମଧ୍ୟ ନବୀନ ସରକାର ନିଜସ୍ୱ ଉଦ୍ୟମରେ ଲୋକଙ୍କ ବିକାଶ ପାଇଁ ସବୁ ପ୍ରୟାସ ଜାରି ରଖିଛନ୍ତି ।

‘ଆତ୍ମନିର୍ଭରଶୀଳତା ବନାମ ଆତ୍ମପ୍ରଚାର’; କେନ୍ଦ୍ର ବଜେଟ ଉପରେ ରାଜ୍ୟରେ ରାଜନୈତିକ ବିତର୍କ ବଢ଼ୁଛି
(ବାମରୁ ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ନିର୍ମଳା ସୀତାରମଣ ଓ ନବୀନ ପଟ୍ଟନାୟକ
  • News18 Odia
  • Last Updated: February 3, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ରାଜ୍ୟ ପ୍ରତି କମିଥିବା ଅନୁଦାନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ । କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ମିଳିଲା କ’ଣ ଓ ରାଜ୍ୟ ହରାଇବ କ’ଣ ତାକୁ ନେଇ ରାଜନୈତିକ ମହଲଠୁ ଅର୍ଥନୀତିଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତେ ଅଙ୍କ କଷୁଛନ୍ତି ଓ ବିବୃତି ଦେଉଛନ୍ତି ।

ବିରୋଧୀ ଦଳ କଂଗ୍ରେସ କହିଛି ଯେ କେନ୍ଦ୍ରର ଆତ୍ମନିର୍ଭରଶୀଳତା ସ୍ଲୋଗାନ୍‌ ଆଗରେ ରାଜ୍ୟ ସରକାର ଆତ୍ମସମର୍ପଣ କରି ନିଜ ପିଠି ନିଜେ ଥାପୁଡ଼େଇ ଖୁସି ହେଉଛନ୍ତି । ଶାସକ ଦଳ ବିଜେଡି କହିଛି ଯେ ରାଜ୍ୟ କ୍ଷତିଗ୍ରସ୍ଥ ହେଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ନିଜସ୍ୱ ଉଦ୍ୟମରେ ଲୋକଙ୍କ ବିକାଶ ପାଇଁ ସବୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ବିଜେପି କହିଛି ଯେ ଭାରତ ବର୍ଷର ବିକାଶ ହେଲେ ଓଡି଼ଶାର ବି ବିକାଶ ହେବ ।

ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ନିର୍ମଳା ସୀତାରମଣଙ୍କ ବଜେଟରେ ଦେଶ ପାଇଁ ବିକାଶର ଦ୍ୱାର ଉନ୍ମୁକ୍ତ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି । କିନ୍ତୁ ପ୍ରକୃତ ପକ୍ଷେ ଓଡି଼ଶାକୁ ସମୟର ଆବଶ୍ୟକତା ଠାରୁ କମ୍‌ ମିଳିଛି ବୋଲି ଚର୍ଚ୍ଚା ହେଉଛି । ଏହି ବଜେଟ ଓଡି଼ଶାକୁ ସମୃଦ୍ଧ କରିବ କି ନାହିଁ ତାକୁ ନେଇ ରାଜନୈତିକ ସ୍ତରରେ ଆରମ୍ଭ ହୋଇଛି ବିତର୍କ ।

ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଡିଜେଲ୍‌; ମଦ ବି ମହଙ୍ଗା ହେବ

‘‘ଏ ବର୍ଷର ବଜେଟରେ ରାଜ୍ୟରେ ଚାଲୁ ରହିଥିବା ୩୩ଟି କେନ୍ଦ୍ର-ପ୍ରବର୍ତ୍ତିତ ଯୋଜନାର କାଣ୍ଟଛାଟ ହେବାର କାରଣକୁ ନେଇ ସନ୍ଦେହ ହେଉଛି । ପୂର୍ବରୁ କେନ୍ଦ୍ର-ପ୍ରବର୍ତ୍ତିତ ଆଠଟି ଯୋଜନାକୁ ବନ୍ଦ କରିଦେଇଥିଲେ କେନ୍ଦ୍ର ସରକରା । ସେହିଭଳି ଖାଦ୍ୟ ବାବଦରେ ମିଳୁଥିବା ସବସିଡି ବି କଟିବ । ଏହାର ପ୍ରଭାବ ଟଙ୍କିକିଆ ଚାଉଳ ଉପରେ ବି ପଡି଼ବ । ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଜନା ଚାଲୁ ରଖିବା ପାଇଁ ଚାହିଁଲେ ତାଙ୍କୁ ନିଜ ହାତରୁ ୭ରୁ ୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡି଼ବ,’’ କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ।

ଏହା ବି ପଢ଼ନ୍ତୁ | Budget 2021: ରାହୁଲ ଗାନ୍ଧୀଙ୍କପୁଞ୍ଜିପତିଙ୍କୁ ସାହାଯ୍ୟବିବୃତି ଉପରେ ପ୍ରହାର କଲେ ନିର୍ମଳା

ଲାଗୁ ହେବାକୁ ଥିବା ନୂଆ ସ୍କିମରେ ଓଡି଼ଶାକୁ କେନ୍ଦ୍ର ସରକାର ରଖି ନ ଥିବାରୁ ଏହା ‘‘ଆତ୍ମନିର୍ଭରଶୀଳତା ନୁହେଁ ବରଂ ଆତ୍ମପ୍ରଚାର’’ ବଜେଟ୍‌ ବୋଲି କହିଛନ୍ତି କାନୁନଗୋ । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି, ‘‘କେନ୍ଦ୍ରର ଆତ୍ନନିର୍ଭରଶୀଳତା ସ୍ଲୋଗାନ୍‌ ଆଗରେ ରାଜ୍ୟ ସରକାର ଆତ୍ମ ସମର୍ପଣ କରିଛନ୍ତି’’ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି: ‘‘କେନ୍ଦ୍ରୀୟ ବଜେଟେରେ ରାଜ୍ୟର ଅନୁଦାନ କସିବା ଦ୍ୱାରା ରାଜ୍ୟ କ୍ଷତିଗ୍ରସ୍ଥ ହେବ । କିନ୍ତୁ ରାଜ୍ୟ ସରକରାଙ୍କ ନିଜସ୍ବ ଉଦ୍ୟମ ରହିବ ରାଜ୍ୟର ଆର୍ଥିକ ସମ୍ବଳକୁ ସୁଦୃଢ କରିବା ପାଇଁ ।’’ ବିଧାନ ସଭାରେ ବିରୋଧୀ ଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ ଦେଶର ବିକାଶ ହେଲେ ରାଜ୍ୟର ବିକାଶ ହେବ ।

ଏହା ବି ପଢ଼ନ୍ତୁ | ସରକାର ଟ୍ୱିଟର୍କୁ ଚେତାବନୀ ଦେଲେ: ‘ବିବାଦିତ ହ୍ୟାସ୍ଟ୍ୟାଗ୍ ହଟାଅ, ନହେଲେ ଦଣ୍ଡ ମିଳିବ

ଆସନ୍ତା ୨୨ ତାରିଖରେ ଆସିବ ରାଜ୍ୟ ବଜେଟ । କେନ୍ଦ୍ରୀୟ ବଜେଟରେ କମିଥିବା ଅନୁଦାନକୁ ରାଜ୍ୟ ସରକରା ନିଜ ବଜେଟରେ ଭରଣା କରିବେ ବୋଲି କୁହାଯାଉଛି । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ଭରଣା ପାଇଁ ଖଣି କ୍ଷେତ୍ର ହିଁ ଭରସା ।



ମୁଖ୍ୟ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଅନ୍ୟ ରାଜ୍ୟ ଭଳି ଯେଉଁ ଯୋଜନା ରେଳ ଓ ରାଜପଥ ବିକାଶ ପାଇଁ କରାଯାଇଛି ଓଡିଶା ପାଇଁ ମଧ୍ୟ ତା’ର ଆବଶ୍ୟକତା ଥିଲା । ସାମାଜିକ ସହାୟତା କାର୍ଯ୍ୟକ୍ରମ ପାଇଁ ଅଧିକ ବ୍ୟୟ ବରାଦ କରାଯିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: February 3, 2021, 11:59 PM IST