ଆଜି ଆସୁଛି Budget 2021: ରାଜ୍ୟର ବିଭିନ୍ନ ବର୍ଗର ହିତାଧିକାରୀ ଓ ଏକ୍ସପର୍ଟଙ୍କ ମନରେ ଅନେକ ଆଶା
ମହିଳାମାନଙ୍କ ଆୟ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ ବ୍ୟବସାୟ, କୃଷି ଓ MSME କ୍ଷେତ୍ର ଉପରେ କେନ୍ଦ୍ର ସରକାର ବଜେଟରେ ଗୁରୁତ୍ୱ ଦେବେ ବୋଲି ଆଶାକରାଯାଉଛି ।

ଭୁବନେଶ୍ୱର ଉପକଣ୍ଠରେ ଏକ କ୍ଷୁଦ୍ର ଶିଳ୍ପ କାରଖାନାରେ କାର୍ଯ୍ୟରତ ଜଣେ ଶ୍ରମିକ
- News18 Odia
- Last Updated: February 1, 2021, 12:07 AM IST
ଭୁବନେଶ୍ୱର: ଫେବୃଆରୀ ପହିଲାରେ ଆସୁଛି ୨୦୨୧-୨୦୨୨ ବର୍ଷ ପାଇଁ କେନ୍ଦ୍ର ବଜେଟ। କ’ଣ ହେବ ଏଥର କେନ୍ଦ୍ରୀୟ ବଜେଟର ରୂପରେଖ ତାକୁ ନେଇ ଆକଳନ ଓ ଚର୍ଚ୍ଚାରେ ପୂର୍ଣଛେଦ ପଡ଼ିବାକୁ ଯାଉଛି । ଚର୍ଚ୍ଚା ଜୋର ଥିଲା ଯେ ପୂର୍ବ ବର୍ଷ ତୁଳନାରେ ଏ ଥର କେତେ ରହିବ ମୋଟ ବଜେଟର ପରିମାଣ ଓ ମୁଖ୍ୟତଃ କେଉଁ କେଉଁ କ୍ଷେତ୍ରକୁ ଫୋକସରେ ରଖିବେ କେନ୍ଦ୍ର ସରକାର । କେଉଁ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ କେନ୍ଦ୍ର ସରକାର? ଏ ନେଇ ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ଚର୍ଚ୍ଚା ଥିବା ବେଳେ ଅର୍ଥନୀତିଜ୍ଞମାନଙ୍କ ମତରେ ଏ ଥରର ବଜେଟ ପୂର୍ବ ବଜେଟ ତୁଳନାରେ କିଛି ଭିନ୍ନ ହେବ।
ଭୁବନେଶ୍ୱରର ଟ୍ରାଭେଲ ପ୍ଲାନର ବ୍ୟବସାୟୀ ପ୍ରଭାସ କୁମାର ଚୌଧୁରୀ କହିଛନ୍ତି ଯେ କୋଭିଡ ମହାମାରୀର ପ୍ରଭାବ କାରଣରୁ ଗତ ୧୦ ମାସ ହେଲା ତାଙ୍କର ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଥିଲା । ‘‘ଏବେ ବି ନିୟମିତ ବ୍ୟବସାୟର ୪୦ ପ୍ରତିଶତ ବି ହେଉ ନାହିଁ । ଧୀରେ ଧୀରେ ଟ୍ରାକକୁ ଏହି ବ୍ୟବସାୟ ଫେରୁଛି ସତ, ହେଲେ ଦରକାର ସରକାରଙ୍କ ସ୍ୱତନ୍ତ୍ର ଧ୍ୟାନ,’’ କହିଛନ୍ତି ଚୌଧୁରୀ, ଯିଏ ଟ୍ରାଭେଲ ଏଜେଣ୍ଟ ଆସୋସିଏସନର ସଦସ୍ୟ ଅଛନ୍ତି ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ
‘‘ଲୋକଙ୍କ କ୍ରୟ ଶକ୍ତି କମି ଥିବାରୁ ବ୍ୟବସାୟ ପୂରା ମାନ୍ଦା ରହିଛି । ଏ ଭଳି ସ୍ଥିତିରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହୁଏତ କେନ୍ଦ୍ର ବଜେଟରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହେବାର ଆବଶ୍ୟକତା ଅଛି । ନହେଲେ ସ୍ଥିତି ବିଗିଡି ଯିବ,’’ କହିଛନ୍ତି ବେହେରା ।
ଏହା ବି ଦେଖନ୍ତୁ | ବିକିନି ଜାଗାରେ କେବଳ ଫୁଲ… ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା ଅଭିନେତ୍ରୀମାନଙ୍କର କେତେକ ଫଟୋ
ରିୟଲ ଇଷ୍ଟେଟ ବ୍ୟବସାୟୀ ଠାରୁ ଆରମ୍ଭ କରି ଏମ୍.ଏସ୍.ଏମ୍.ଇ. କ୍ଷେତ୍ର, କୃଷି କ୍ଷେତ୍ର ଓ ଷ୍ଟାର୍ଟ୍-ଅପ୍ ଆଦି କ୍ଷେତ୍ର ଉପରେ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ମହିଳାମାନେ ମଧ୍ୟ ବଜେଟରେ ସ୍ୱତନ୍ତ୍ର ଭାବେ ଧ୍ୟାନ ପାଆନ୍ତୁ ବୋଲି ଆଶା କରୁଛନ୍ତି ।
‘‘କୋଭିଡ ପ୍ରଭାବ କାରଣରୁ ବିଭିନ୍ନ ବର୍ଗର ମହିଳାଙ୍କ ଆୟ ପ୍ରଭାବିତ ହୋଇଛି । ଏହା ଉପରେ ସରକାର ଆସନ୍ତା ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର,’’ କହିଛନ୍ତି ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ମୁକ୍ତିଲତା ।
ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା
ବଜେଟ ସମ୍ବନ୍ଧରେ ମିଳିଥିବା ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ମୋ’ଟ ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ଗତ ଆର୍ଥିକ ବର୍ଷର ବଜେଟରେ ଆୟର ପରିମାଣ ଆକଳନ ଥିଲା ୨୬ ଲକ୍ଷ ୪୫ କୋଟି ଟଙ୍କାରୁ ଅଧିକ । ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଗତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଥିଲା ପ୍ରାୟ ୧୨.୭% ପ୍ରତିଶତ ଅଧିକ ବ୍ୟୟବରାଦ। ତେଣୁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ବଢ଼ିପାରେ ବଜେଟର ଆକାର ।
୨୦୨୦-୨୧ କେନ୍ଦ୍ର ବଜେଟରେ ସ୍ୱତନ୍ତ୍ର ଭାବେ କେବଳ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ମୋଟ ୩୦ ହଜାର କୋଟିର ବ୍ୟୟ ବରାଦ ହୋଇଥିଲା । ଏହି ବଜେଟର ପରିମାଣ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୪ ପ୍ରତିଶତରୁ ଅଧିକ ଥିଲା । ଏ ଥର ସେ ପରିମାଣ ବଢ଼ିପାରେ ବୋଲି ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା
‘‘ଉଭୟ କୃଷି ଓ ଏ୍ମ୍.ଏସ୍.ଏମ୍.ଇ. କ୍ଷେତ୍ର ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା ଗତ ବଜେଟରେ । ଆବଶ୍ୟକତା ଆଧାରରେ ଏ ଥର ବଜେଟରେ ବ୍ୟୟ ପରିମାଣ ବୃଦ୍ଧି କରିବା ସହିତ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ରଖିପାରନ୍ତି ସରକାର,’’ କହିଛନ୍ତି ଅର୍ଥନୀତିଜ୍ଞ ପ୍ରଦୀପ ସାହୁ ।
ଉତ୍କଳ ଚ୍ୟାମ୍ବର ଅଫ କମର୍ସର ସଭାପତି ଡ଼ଃ ବ୍ରହ୍ମା ମିଶ୍ର କହିଛନ୍ତି, ‘‘ଏ ଥର ବଜେଟରେ ଅଧିକ କର୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଠି ଉପରେ ସରକାର ଗୁରୁତ୍ୱ ଦେବା ଉଚିତ । ତାହା ହିଁ ଏହି ସମୟର ମୁଖ୍ୟ ଦାବି ।’’
ମୋ’ଟ ଉପରେ କୋଭିଡ ମହାମାରୀର ପ୍ରଭାବ ଏବେ ବି ଥମି ନ ଥିବା ଯୋଗୁଁ ଏ ଭଳି ସ୍ଥିତିରେ ବଜେଟୀୟ ପ୍ରାବଧାନରେ ଲୋକଙ୍କ ଜୀବନ ଓ ଜୀବିକାରେ ସରଳତା ଓ ସମୃଦ୍ଧି ଆଣିବା ଉପରେ ଅଧିକ ଗୁରୁତ୍ୱ ସରକାର ଦେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।