ପିଉଛନ୍ତି କି ରଙ୍ଗ ମିଶା ପାନୀୟ? ସାବଧାନ; ଶରୀର ପାଇଁ କ୍ଷତିକାରକ

Unhealthy Cold Drinks: ତାତି ବଢ଼ିବା ସହ ବଢୁଛି ଥଣ୍ଡା ପାନୀୟ ବେପାର। ସରବତ, ଲସି, ଚୁସ୍‌କି, କୋଲ ଡ୍ରିଙ୍କ୍ସ ଦୋକାନ ଆଗରେ ଲାଗୁଛି ଲୋକଙ୍କ ଗହଳି। ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ କ୍ଷତିକାରକ।

ପିଉଛନ୍ତି କି ରଙ୍ଗ ମିଶା ପାନୀୟ? ସାବଧାନ

ପିଉଛନ୍ତି କି ରଙ୍ଗ ମିଶା ପାନୀୟ? ସାବଧାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Unhealthy Cold Drinks: ବଜାରରେ ଖୋଲା ବିକ୍ରି ହେଉଥିବା ରଙ୍ଗ ମିଶା ଥଣ୍ଡା ପାନୀୟକୁ (Unhealty Cold Drinks) ନେଇ ସାବଧାନ। କେମିକାଲ ମିଶା ଏହି ପାନୀୟ ଶରୀର ପାଇଁ କ୍ଷତିକାରକ।

ରାଜ୍ୟରେ ଗ୍ରୀଷ୍ମ (Summer) ପ୍ରବାହ ଜାରି ରହିଥିବା ବେଳେ ଶୋଷ ମେଣ୍ଟାଇବା ଲାଗି ଭୁବନେଶ୍ବର (Bhubaneswar) ସମେତ ବିଭିନ୍ନ ସହରରେ ଲୋକେ ବିଭିନ୍ନ ଫ୍ଲେଭରରେ ମିଳୁଥିବା ରଙ୍ଗ ମିଶା ଥଣ୍ଡା ପାନୀୟ (Unhealty Cold Drinks) କିଣି ପିଉଛନ୍ତି। ଏହି ବରଫ ଓ କେମିକାଲ ଆସୁଛି କେଉଁଠୁ, ଏହା ଶରୀର ପାଇଁ କେତେ କ୍ଷତିକାରକ ତାହାର ହେଉନି ଆଦୌ ଯାଞ୍ଚ।

ତାତି ବଢ଼ିବା (Heatwave) ସହ ବଢୁଛି ଥଣ୍ଡା ପାନୀୟ ବେପାର। ସରବତ, ଲସି, ଚୁସ୍‌କି, କୋଲ ଡ୍ରିଙ୍କ୍ସ ଦୋକାନ ଆଗରେ ଲାଗୁଛି ଲୋକଙ୍କ ଗହଳି। ମାର୍କେଟରେ ବିକ୍ରି ହେଉଥିବା ଏହି ଚୁସ୍‌କି ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ତାହା ଜାଣୁନାହାଁନ୍ତି ଲୋକେ।

ଆଖିକୁ ସୁନ୍ଦର ଏବଂ ଶରୀର ପାଇଁ କ୍ଷତିକାରକ ହୋଇଥିଲେ ବି ଏହାକୁ ଖାଇବାକୁ ଲୋକଙ୍କ ଭିତରେ ଆଗ୍ରହ ବେଶ୍ ଦେଖିବାକୁ ମିଳୁଛି। ବରଫରେ ବିଭିନ୍ନ ଫ୍ଲେଭରର କେମିକାଲ ମିଶା ରଙ୍ଗ ବେରଙ୍ଗ ପାଣି ମିଶାଇ ଲୋକଙ୍କୁ ବିକ୍ରି କରୁଛନ୍ତି ଦୋକାନୀ। ଶୋଷ ମେଣ୍ଟାଇବା ପାଇଁ ଗ୍ରାହକଙ୍କୁ ଦିଆଯାଉଥିବା ଏହି କେମିକାଲ ମିଶା ପାଣି କେଉଁଠୁ ଆସୁଛି। ଏହା କେତେ ମାରାତ୍ମକ ତାହାର କିଏ ଅବା କରୁଛି ଯାଞ୍ଚ।

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନାଲି ନେଳି ହଳିଦିଆ ରଙ୍ଗ ମିଶା ପାଣି ବୋତଲରେ ରଖାଯାଇଛି। ଏକ ପେଟିରେ ରଖାଯାଇଥିବା ବରଫକୁ ଭାଙ୍ଗି ଏହି ପାଣି ମିଶାଇ ଦିଆୟାଉଛି। ଗ୍ଲାସ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

ଥଣ୍ଡା ପାନୀୟରେ ବ୍ୟବହାର ହେଉଥିବା ବରଫକୁ ଦେଖିଲେ ଏହା ଦେହ ପାଇଁ କେତେ କ୍ଷତିକାରକ ତାହା ବେଶ ଜଣାପଡୁଛି। ଖରାରେ ଶୋଷ ମେଣ୍ଟାଇବା ପାଇଁ ଛୋଟ ପିଲାଙ୍କ ଠାରୁ ବଡ଼ମାନେ ଏହାକୁ ଆଗ୍ରହର ସହ ପିଉଛନ୍ତି।

ପଢ଼ନ୍ତୁ ଏହି ଖବର:  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ଗ୍ରାହକଙ୍କ କହିବା କଥା, ଏହା ଶରୀର ପାଇଁ ଖରାପ ବୋଲି ଜାଣିଛୁ। ହେଲେ ଖରା ହେଉଥିବାରୁ ପିଇବାକୁ ବାଧ୍ୟ ହେଉଛୁ। ବଜାରରେ କେମିକାଲ ମିଶା ଏଭଳି ଥଣ୍ଡା ପାନୀୟ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ଏକଥା ବିଏମସି ଏବଂ ଫୁଡ୍‌ ସେଫ୍‌ଟି ଅଧିକାରୀ ଜାଣିଛନ୍ତି ତ? ଯାହାକୁ ନେଇ ଏବେ ସମସ୍ତେ ମନରେ ପ୍ରଶ୍ନ ଉଙ୍କି ମାରୁଛି।
Published by:Lipina Das
First published: