ସୁନ୍ଦରଗଡରେ ଅବାବନୀୟ ଘଟଣା; ଛେଳି ପାଇଁ ପିତୃହତ୍ୟା

କଥାରେ ଅଛି, 'ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପନ୍ତେ ପ୍ରିୟନ୍ତେ ସର୍ବଦେବତା' । ସମସ୍ତଙ୍କ ପାଇଁ ପିତାଙ୍କର ସ୍ଥାନ ସ୍ୱତନ୍ତ୍ର । କିନ୍ତୁ ଆଜିର ଚିତ୍ର ଖୁବ ଭିନ୍ନ । ଜଣେ ପୁଅ ନିଜ ବାପାର ହତ୍ୟାକାରୀ ସାଜିଛି ବୋଲି ଅଭିଯୋଗ ଆସିଛି ।

ସୁନ୍ଦରଗଡରେ ଅବାବନୀୟ ଘଟଣା; ଛେଳି ପାଇଁ ପିତୃହତ୍ୟା

ସୁନ୍ଦରଗଡରେ ଅବାବନୀୟ ଘଟଣା; ଛେଳି ପାଇଁ ପିତୃହତ୍ୟା

  • News18 Odia
  • Last Updated :
  • Sundargarh (Sundergarh), India
  • Share this:
News 18 Odia Digital

ସୁନ୍ଦରଗଡ; କଥାରେ ଅଛି, 'ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପନ୍ତେ ପ୍ରିୟନ୍ତେ ସର୍ବଦେବତା' । ସମସ୍ତଙ୍କ ପାଇଁ ପିତାଙ୍କର ସ୍ଥାନ ସ୍ୱତନ୍ତ୍ର । ଜୀବନର ସବୁ ଭାରକୁ କାନ୍ଧରେ ବୋହିନେଇ , ସବୁ ଦୁଖ କଷ୍ଟକୁ ଯିଏ ଛାତିରେ ଚାପି ରଖି ପିଲାଙ୍କ ଅଭାବକୁ ଦୂର କରେ ସିଏ ବାପା । କିନ୍ତୁ ଆଜିର ଚିତ୍ର ଖୁବ ଭିନ୍ନ । ଜଣେ ପୁଅ ନିଜ ବାପାର ହତ୍ୟାକାରୀ ସାଜିଛି ବୋଲି ଅଭିଯୋଗ ଆସିଛି ।

ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଗଣିଘସା ଗାଁରେ । ଜଙ୍ଗଲରେ ଏକ ଛେଳି ହଜିଯିବାକୁ କଥାକୁ ନେଇ ପୁଅ ରାଗରେ ବାପାକୁ ପିଟିପିଟି ହତ୍ୟା କରିଛି । ମୃତ ବ୍ୟକ୍ତିଙ୍କ ନାମ ଭୁବନ ମୁଣ୍ଡା । ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ପଚରାଉଚରା କରୁଛି ।

ସୂଚନା ମୁତାବକ, ଗଣିଘସା ଗାଁର ଭୁବନ ମୁଣ୍ଡାଙ୍କ ପୁଅ ଆକାଶ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଛେଳି ପଲ ଚରାଇବାକୁ ଯାଇଥିଲା। କିନ୍ତୁ ଫେରିବା ସମୟରେ ଗୋଟିଏ ଛେଳି ପଲରୁ ଅଲଗା ହୋଇ କେଉଁଆଡେ ଚାଲିଯାଇଥିଲା । ସେହି ହଜି ଯାଇଥିବା ଛେଳିକୁ ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା । ଅଧିକ ରାଗିଯାଇ ପୁଅ ଆକାଶ ନିଜ ବାପାଙ୍କ ଉପରେ ଆକ୍ରମଣ କରିଥିଲା । ପରେ ଗୁରୁତର ଅବସ୍ଥାରେ ଭୁବନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା ।
Published by:Soubhagya Mishra
First published: