News18 Odia Digital
ବାଲେଶ୍ବର : ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ବର । ବାଲେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଭି ଥିବାର ସୂଚନା ମିଳିଛି । ଆକାଶରେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ହୋଇ ଘର ବାହାରକୁ ମଧ୍ୟ ପଳେଇ ଆସିଥିଲେ । ଏହି ଶବ୍ଦ ମିସାଇଲ ପରୀକ୍ଷଣର ନା ଅନ୍ୟ କିଛି ଅସ୍ପଷ୍ଟ ରହିଛି । ଅନ୍ୟ ପକ୍ଷରେ ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼ରେ ବି ଶୁଭିଛି ଏଭଳି ଶଦ୍ଦ ।
ସୂଚନାମୁତାବକ ଏଭଳି ଘଟଣା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ଘଟିଛି । ବାରମ୍ବର ଏଭଳି ଘଟଣା ଘଟୁଥିବା ଲୋକ କହୁଥିବା ବେଳେ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ ମଧ୍ୟ । ଏହା ପୂର୍ବରୁ ବାଲେଶ୍ୱର ଓ ବାରିପଦାରେ ପୁଣି ଥରେ ପ୍ରଚଣ୍ଡ ଶବ୍ଦ ଶୁଭିଥିବାର ସୂଚନା ମିଳିଥିଲା । ଯାହାଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହାପୂର୍ବରୁ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ଏହା ଫଳରେ ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିଲେ ।
ପଢନ୍ତୁ ଏହି ଖବର :
http://ବସ୍ ଚକ ଫାଟି ଯିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୦ରୁ ଅଧିକ ଯାତ୍ରୀ ଆହତତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକମାନେ ମଧ୍ୟ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ତେବେ ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏଥି ସହିତ ବାଲେଶ୍ବର କ୍ଷେପଣାସ୍ତ୍ର ଘାଟିରୁ କୌଣସି ପରୀକ୍ଷା କରାଯାଇଛି କି ନାହିଁ ତାହାକୁ ନେଇ ମଧ୍ୟ ଆଶଂଙ୍କା ପ୍ରକାଶ ପାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।