୨୦୨୩ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା; ପଠାଯିବ ରଥଯାତ୍ରାର ସମ୍ପୂର୍ଣ୍ଣ ଚିଠା

ପୁରୀ ରଥଯାତ୍ରା ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇବ । ଏଥିପାଇଁ ନାମାଙ୍କନ ଦାଖଲ କରିବାକୁ ଏକ ପରାମର୍ଶ କମିଟି ଗଠନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ହୋଇଛି ।

୨୦୨୩ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା; ପଠାଯିବ ରଥଯାତ୍ରାର ସମ୍ପୂର୍ଣ୍ଣ ଚିଠା

୨୦୨୩ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା; ପଠାଯିବ ରଥଯାତ୍ରାର ସମ୍ପୂର୍ଣ୍ଣ ଚିଠା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପୁରୀ ରଥଯାତ୍ରା ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇବ । ଏଥିପାଇଁ ନାମାଙ୍କନ ଦାଖଲ କରିବାକୁ ଏକ ପରାମର୍ଶ କମିଟି ଗଠନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ହୋଇଛି । ଆଉ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ଗତବର୍ଷଠାରୁ ସମସ୍ତ ତଥ୍ୟ ପ୍ରମାଣ ପ୍ରସ୍ତୁତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ସେପଟେ ପୁରୀ ରଥଯାତ୍ରାକୁ ନେଇ ସାରା ବିଶ୍ୱରେ ଶ୍ରୀମନ୍ଦିର ଆଦ୍ୟପୀଠର ନୀତିକାନ୍ତି ନେଇ ବିଶ୍ୱର ଅନେକ ଦେଶରେ ରଥଯାତ୍ରା ପାଳନ କରାଯାଉଛି । ବିଶ୍ୱର ସର୍ବଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ଯେଉଁଠି ସର୍ବଧର୍ମର ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି ଏବଂ ମହାପ୍ରଭୁ ନିଜେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରୁ ବାହାରକୁ ଆସିଥାନ୍ତି । ତେଣୁ ଏସବୁକୁ ବିଚାର କଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ।



"ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇବ ବିଶ୍ୱ ଐତିହ୍ୟ ଯାତ୍ରାର ମାନ୍ୟତା । ୨୦୨୩ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଞ୍ଜିବଲ ହେରିଟେଜ ମାନ୍ୟତା ମିଳିବ । ଗତବର୍ଷ ପୁରୀ ଜିଲା ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗ ଜରିଆରେ ୟୁନେସ୍କୋକୁ ଚିଠି ଲେଖିଥିଲେ । ଆଉ ୨୦୨୩ ବର୍ଷର ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଉ ନାମାଙ୍କନ ଦାଖଲ ନେଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ତେବେ ରାଜ୍ୟ ସଂସ୍କୃତି ବିଭାଗକୁ ଅକ୍ଟୋବର ୧୮ରେ ନାମାଙ୍କନ ଦାଖଲ ନେଇ ପଠାଯାଇଥିବା ଚିଠି ଅନୁସାରେ ନଭେମ୍ବର ୪ରେ ଶ୍ରୀମନ୍ଦିର ପ୍ରଶାସନକୁ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଦେଇଛନ୍ତି ଚିଠି । ସେହି ଚିଠି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ନାମାଙ୍କନ ଦାଖଲ ନେଇ ଚିଠା ପ୍ରସ୍ତୁତ କରିବେ । ଆଉ ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ୩ ଜଣ ସଦସ୍ୟ ଓ ୨ ଜଣ ମଠାଧୀଶଙ୍କୁ ନେଇ ଗଠନ କରାଯିବ ପରାମର୍ଶ କମିଟି । ହେଲେ ଏଥିରେ ସଂଶୋଧନ କରି ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧିଙ୍କ ସହ ଦୁଇ ଜଣ ମଠାଧୀଶଙ୍କୁ ନେଇ କମିଟି ଗଠନ କରାଯିବାନେଇ ଶ୍ରୀମନ୍ଦିର ପ୍ରଶାସନର ଏକ ବୈଠକରେ ନିଷ୍ପତି ହୋଇଛି ।

ଗତବର୍ଷର ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା , ଅଣସର , ରଥଯାତ୍ରା ଓ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସହ ଭିଡିଓ ଫୁଟେଜ ମଧ୍ୟ ଦାଖଲ କରାଯିବ । ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ଏନେଇ କରାଯାଇଥିବା ପ୍ରୟାସ ବେଶ ସ୍ୱାଗତଯୋଗ୍ୟ । ସେପଟେ ଶ୍ରୀମନ୍ଦିର ପରମ୍ପରା ସର୍ବ ପୂରାତନ ଓ ଏହି ରଥଯାତ୍ରାର ସ୍ୱତନ୍ତ୍ରତା ରହୁଥିବାରୁ ପିଢ଼ି ପରେ ପିଢ଼ି ଧରି ସେବାୟତ ମାନେ ଏହାକୁ ଜୀବିତ ରଖିଛନ୍ତି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏଥିରେ ସାମିଲ ହୋଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଥାନ୍ତି । ତେଣୁ ଏହାକୁ ଜାତୀୟ ପର୍ବ ଭାବେ ମାନ୍ୟତା ମିଳୁ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ କର "।

"କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ସମସ୍ତ ପର୍ବପର୍ବାଣୀ ଉପରେ ଅଙ୍କୁଶ ଲାଗିଥିଲା, କିନ୍ତୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସେବାୟତଙ୍କ ଦ୍ୱାରା କରାଗଲା । ସ୍କନ୍ଦପୁରାଣରେ ମହାପ୍ରଭୁଙ୍କ ରଥଯାତ୍ରା ବିଷୟରେ ବର୍ଣ୍ଣିତ ରହିଛି । ତେଣୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରାରେ ୨୫ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେଉଥିବାରୁ ଏହି ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି ଐତିହ୍ୟ ଯାତ୍ରା ୟୁନେସ୍କୋର ସମସ୍ତ ନିୟମାବଳି ଅନୁପାଳନ କରୁଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋକୁ ଚିଠି ଲେଖାଯାଇଛି । ଶ୍ରୀଜଗନ୍ନାଥଙ୍କ ପରମ୍ପରା ପୌରାଣିକ କିମ୍ବଦନ୍ତୀରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ତଥ୍ୟ ଭିତ୍ତିକ ଓ ପ୍ରାମାଣିକ । ମହାପ୍ରଭୁଙ୍କ ରଥଯାତ୍ରା ସର୍ବଧର୍ମ ସମ୍ମନୟର ଯାତ୍ରା ହୋଇଥିବା ବେଳେ ମହାପ୍ରଭୁ ବର୍ଷକୁ ଥରେ ନିଜ ଭାଇ ଭଉଣିକୁ ଧରି ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି । ତେବେ ହଜାର ହଜାର ବର୍ଷର ଶ୍ରୀମନ୍ଦିର ପରମ୍ପରେ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଚାଲି ଆସିଥିବା ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ଆବଶ୍ୟକ ଓ ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ବେଶ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ସେବାୟତ ତଥା ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର"।

"ୟୁନେସ୍କୋ ମାନ୍ୟତା ମିଳିଲେ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା"।

ବିଶ୍ୱରେ ୪୦ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ ମାନ୍ୟତା ଦେଇଥିବା ବେଳେ ଭାରତର ହିମାଚଳ ପ୍ରଦେଶର ରମ୍ମନ ଓ କେରଳର ଏକ ପର୍ବକୁ ଏହି ଦୁଇଟି ଫେଷ୍ଟିଭାଲକୁ ମାନ୍ୟତା ମିଳିଛି । ଆଉ ଏହି ତାଲିକାରେ ଆଗକୁ ଯୋଡି ହେବାକୁ ଯାଉଛି ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ହେଉଛି ବିଶ୍ୱ ଐତିହ୍ୟ କୀର୍ତ୍ତିରାଜି । ଶ୍ରୀକ୍ଷେତ୍ର ହେବାକୁ ଯାଉଛି ବିଶ୍ୱର ଅନ୍ତର୍ଜାତୀୟ ଐତିହ୍ୟ କୀର୍ତ୍ତିରାଜି ସହର ଆଉ ରଥଯାତ୍ରାକୁ ଐତିହ୍ୟ ମାନ୍ୟତା ମିଳିଲେ ଏହା ଆଉ ଏକ ଫର୍ଦ୍ଦ ଯୋଡି ହୋଇଯିବ ।
Published by:Soubhagya Mishra
First published: