ପୁରୀରେ ପ୍ରାକୃତିକ ଗ୍ୟାସ ଚିହ୍ନଟ; ଚାଷୀଙ୍କ ଠାରୁ ଜମି ନେଲା OIL India

ବର୍ଷେ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ବର୍ଷେ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଗୋପ ବ୍ଲକରେ ବାହାରିଥିବା ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।

ପୁରୀରେ ପ୍ରାକୃତିକ ଗ୍ୟାସ  ଚିହ୍ନଟ

ପୁରୀରେ ପ୍ରାକୃତିକ ଗ୍ୟାସ ଚିହ୍ନଟ

  • Share this:
News 18 Odia Digital

ପୁରୀ: ବର୍ଷେ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ବର୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ବର୍ଷେ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଗୋପ ବ୍ଲକରେ ବାହାରିଥିବା ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା। ସଂସ୍ଥାର ଜେନେରାଲ ମ୍ୟାନେଜର ଓ ଦଶ ଜଣିଆ ଟିମି ପହଁଚି ଗୋପରେ ୩୭ ହିତାଧିକାରୀଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରିଛନ୍ତି। ତିନି କୋଟି ୪୦ ଲକ୍ଷ ଟଙ୍କା ଚେକ ପ୍ରଦାନ କରଛନ୍ତି। ଯେଉଁ ଅଞ୍ଚଳରେ ସର୍ଭେ ଜାରି ରହିଥିଲା ସେହି ଅଞ୍ଚଳର ଆଠ ଏକର ଜମିରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି oil Indiaର ଜେନେରାଲ ମ୍ୟାନେଜର।

ଏହି ଅଞ୍ଚରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ଏକ ବର୍ଷ ତଳେ ପ୍ରାଥମିକ ତଦନ୍ତରୁ ଜଣାଯିବା ପରେ ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳ ର ପ୍ରାୟ ୩୭ ଜଣ ଚାଷୀଙ୍କ ଆଠ ଏକର ଜମିକୁ ତିନି ବର୍ଷ ପାଇଁ oil India କମ୍ପାନୀ ଚାଷୀଙ୍କ ଠାରୁ ଲିଜରେ ନେଇଛନ୍ତି। ପ୍ରତ୍ୟକ ଚାଷୀଙ୍କୁ ଗୁଣ୍ଠ ପିଛା ୧୭,୦୦୦ଟଙ୍କା ହିସାବରେ ତିନି ବର୍ଷ ପାଇଁ ଟଙ୍କା ଦିଆଯାଇଛି। ଯଦି ସର୍ଭେରେ ଉକ୍ତ ଅଞ୍ଚଳରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ବାହାରେ, ତେବେ ପୁରୀ ଜିଲ୍ଲାରେ ଆର୍ଥିକ ଅଗ୍ରଗତି ହେବା ସହ ଗୋପ ଅଞ୍ଚଳ ମଧ୍ୟ ଉନ୍ନତି କରିବ।

"ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଗୋପ ଅଞ୍ଚଳରେ  ଏହା ଖନନ କରାଗଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ସହ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ। ପୁଣି ଏହା ସହିତ ଗୋପ ଅଞ୍ଚଳର ବ୍ୟାପକ ବିକାଶ ହେବ ତାହା ନୁହେଁ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ଗେମ-ଚେଞ୍ଜର ଭାବେ ଉଭା ହେବ । ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ। ଏହାସହ ଓଡ଼ିଶା ଉର୍ଜା, ଏଲଏନଜି, ତୈଳ ତଥା ଗ୍ୟାସ କ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ହେବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି,’’  କହିଛନ୍ତି ଗୋପ ଅଞ୍ଚଳର ବିଧ୍ୟାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ସେପଟେ ଆଜି ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ ୧୦ ଜଣିଆ ଟିମ୍ ପହଞ୍ଚି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ମୌଜାର ୩୭ ଜଣ ହିତାଧିକାରୀଙ୍କୁ ମୋଟ ଆଠ ଏକର ଜମିକୁ ଗୁଣ୍ଠ ପିଛା ବା ଅଢେ଼ଇ ଡ଼ିସିମିଲକୁ ୧୭ ହଜାର ହିସାବରେ ଦିଆଯାଇଛି ୩ କୋଟି ୪୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ତେବେ ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଥିଲା। ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି। ସେହିପରି ମହଲପଡ଼ା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ଚିହ୍ନଟ ହୋଇଥିବା ସ୍ଥାନରେ ଅଏଲ ଇଣ୍ଡିଆ କର୍ତୃପକ୍ଷ ଖନନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡ଼ିବା ପରେ ଗୋପ ଅଞ୍ଚଳରେ ନାହିଁ ନଥିବା ଖୁସି ।  ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ଓଡ଼ିଶା ମଧ୍ୟ ଇନ୍ଧନ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିପାରିବ ।

ଗତ ବର୍ଷ ପାଞ୍ଚଟି ଉପକୂଳବର୍ତ୍ତୀ ବ୍ଲକ ଓ ଆଠଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଠାରେ ୧୨୪୮ କୋଟି ଟଙ୍କା ବିନିଯୋଗରେ ୨୨୨୦ କୋଟି ଟଙ୍କା ବିନିଯୋଗରେ ବ୍ୟାପକ ଅନୁସନ୍ଧାନ କରାଯାଇଥିଲା।।
Published by:Soumyashree Mishra
First published: