ଭୁବନେଶ୍ୱର ବିମାନ ବନ୍ଦରରେ ଏକ ବିଲ୍‌ଡିଂର ଛାତ ଭୁଷୁଡ଼ିଲା; ୧ ମୃତ, ୧ ଆହତ; କିଛି ଲୋକ ଫସି ରହିଥିବା ସନ୍ଦେହ

ଏ ପର୍ଯ୍ୟନ୍ତ ମିଳିଥିବା ସୂଚ଼ନା ଅନୁଯାୟୀ ଏ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ଅଛି । ହତାହତ ହୋଇଥିବା ଲୋକଙ୍କୁ ଖୋଜା ଚ଼ାଲିଛି ।

ଭୁବନେଶ୍ୱର ବିମାନ ବନ୍ଦରରେ ଏକ ବିଲ୍‌ଡିଂର ଛାତ ଭୁଷୁଡ଼ିଲା; ୧ ମୃତ, ୧ ଆହତ; କିଛି ଲୋକ ଫସି ରହିଥିବା ସନ୍ଦେହ
ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବାହାରକୁ ଅଣାଯାଉଛି ।
  • News18 Odia
  • Last Updated: January 25, 2020, 2:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶୁକ୍ରବାର-ଶନିବାରର ମଧ୍ୟରାତ୍ରିରେ ହଠାତ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ନିର୍ମାଣାଧୀନ ଲିଙ୍କ୍‌ ବିଲ୍‌ଡିଂର ଛାତ ଭୁଷୁଡ଼ିପଡ଼ିଛି । ଜଣେ ଶ୍ରମିକର ମୃତ୍ୟୁ ଘଟିଛି ଓ ଜଣେ ଡ୍ରାଇଭର ଗୁରିତର ଆହତ ହୋଇଛନ୍ତି । ଭୁଷୁଡ଼ିପଡ଼ିଥିବା ବିଲ୍‌ଡିଂର ଛାତ ତଳେ କିଛି କାର୍ଯ୍ୟରତ ଶ୍ରମିକ ଫସି ରହିଥିବା ସନ୍ଦେହ କରାଯାଉଛି ।

ଏ ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭର ଜଣକ ଚ଼ିକିତ୍ସିତ ହେଉଛନ୍ତି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଓ ହତାହତ ହୋଇଥିବା ଲୋକଙ୍କ ବିଷୟରେ ସବିଶେଷ ବିବରଣୀ ମିଳିବାକୁ ଅପେକ୍ଷା କରାଯାଉଛି ।

ଭୁଷୁଡ଼ିଥିବା ବିଲ୍‌ଡିଂ


ଅଗ୍ନିଶମ ବିଭାଗର ଓ ଓଡ୍ରାଫ (ODRAF) କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବିମାନ ବନ୍ଦରର କର୍ତ୍ତୃପକ୍ଷ ଏନ୍‌ଡିଆର୍‌ଏଫ୍‌ (NDRF)ର ସହାୟତା ଲୋଡ଼ିବା ପରେ ସେମାନେ ଆସି ପହଁଚ଼ିଥିଲେ ଓ ଉଦ୍ଧାର କାର୍ଯକୁ ତ୍ୱରାନ୍ୱିତ କରିଥିଲେ ।

ମୃତ ଶ୍ରମିକ ଜଣଙ୍କ ନାଁ ଅନ୍ତର୍ଯ୍ୟାମୀ ଗୁରୁ ଓ ସେ କଟକ ଜିଲ୍ଲାର ବଡ଼ମ୍ବାର ବାସିନ୍ଦା ବୋଲି କହିଛନ୍ତି ଜଣେ ଅଧିକାରୀ । ଉଦ୍ଧାରକାରୀ ଦଳ ଗୁରୁଙ୍କୁ ପାଖରେ ପାଖାପାଖି ଦେଢ଼ ଘଣ୍ଟାର ଖୋଜାଖୋଜି ପରେ ପହଞ୍ଚିଥିଲେ । ସେ ପର୍ଯ୍ୟନ୍ତ ସେ ସେହି ଭୁଷୁଡ଼ି ପଡ଼ିଥିବା ଛାତର ଭଗ୍ନାବଶେଷ ତଳେ ଦବି ହୋଇ ରହିଥିଲେ ।

ଆହତ ହୋଇଥିବା ଡ୍ରାଇଭର ଜଣଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କର ଟ୍ରିଟମେଣ୍ଟ ଆରମ୍ଭ ହୋଇଛି ।ତାଙ୍କ ନାମ ନବ କିଶୋର ଓ ସେ ଢେଙ୍କାନାଳର ମୂଳ ବାସିନ୍ଦା ବୋଲି ଜଣା ପଡ଼ିଛି ।

ଦୁର୍ଘଟଣା ସ୍ଥଳର ଦୃଶ୍ୟ


ମନ୍ତ୍ରୀ ଅଶୋକ ପଣ୍ଡା ଓ ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।

ବିମାନ ବନ୍ଦରରେ ଏହି ଭୁଷୁଡ଼ି ପଡ଼ିଥିବା ବିଲ୍‌ଡିଂଟି ଟର୍ମିନାଲ ୧କୁ ଟର୍ମିନାଲ ୨ ସହ ଯୋଡ଼ିବା ପାଇଁ ତିଆରି ହେଉଥିଲା । ଏହାର ଭିତ୍ତି ପ୍ରସ୍ତର ଗତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ ।
First published: January 25, 2020, 12:52 AM IST
corona virus btn
corona virus btn
Loading