ମଞ୍ଚେଶ୍ୱର ଗଡ଼ାରେ ନିର୍ମାଣ ହେବ ଅଣ୍ଡର ବାଇପାସ; ଉପକୃତ ହେବେ ୪ପଞ୍ଚାୟତ ବାସିନ୍ଦା

ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ଏହି  ଅଣ୍ଡର ବାଇପାସର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

ମଞ୍ଚେଶ୍ୱର ଗଡ଼ାରେ ନିର୍ମାଣ ହେବ ଅଣ୍ଡର ବାଇପାସ; ଉପକୃତ ହେବେ ୪ ପଞ୍ଚାୟତ ବାସିନ୍ଦା

ମଞ୍ଚେଶ୍ୱର ଗଡ଼ାରେ ନିର୍ମାଣ ହେବ ଅଣ୍ଡର ବାଇପାସ; ଉପକୃତ ହେବେ ୪ ପଞ୍ଚାୟତ ବାସିନ୍ଦା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଉତ୍ତର ନିର୍ବାଚନ ମଣ୍ଡଳୀର ପାଞ୍ଚ ପଞ୍ଚାୟତ ବରିମୁଣ୍ଡ, କଲ୍ୟାଣପୁର, ରଘୁନାଥପୁର, ଇଂଜଣା ଓ ଦାଢ଼ା ସହିତ ଭୁବନେଶ୍ୱର ମହାନଗର ନିଗମର ୪ଟି ୱାର୍ଡରେ ବସବାସ କରୁଥିବା ହଜାର ହଜାର ଜନସାଧାରଣଙ୍କର ଦୀର୍ଘଦିନର ଆବଶ୍ୟକତା ପୂରଣ ହେଲା । କାରଣ ବହୁ ପ୍ରତିକ୍ଷିତ କାନପୁର ନଦୀବନ୍ଧ ରାସ୍ତାରୁ ହାଇଟେକ ରାସ୍ତା ଭାୟା କୁଆଖାଇ ପୋଲ ଅଣ୍ଡର ବାଇପାସ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ଏହି ବାଇପାସର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ବାଇପାସ ରାସ୍ତା ନିର୍ମାଣ ଦ୍ୱାରା ସ୍କୁଲ ପିଲାମାନେ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ । ଏହା ସହିତ ବିନା ପ୍ରତିବନ୍ଧକରେ ରୋଗୀମାନଙ୍କ ଆମ୍ବୁଲାନ୍ସ ସେବା ଏବଂ ସର୍ବସାଧାରଣଙ୍କ ପାଇଁ ଏହା ସହାୟକ ହେବା ସହିତ ବହୁ ମୂଲ୍ୟବାନ ଜୀବନ ସୁରକ୍ଷିତ ହୋଇପାରିବ ବୋଲି  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ କୁମାର ରାଉତ  କହିଥିଲେ ।

ସ୍ଥାନୀୟ ଅଂଚଳରେ ଏହି ଅଣ୍ଡର ବାଇପାସ ରାସ୍ତା ନିର୍ମାଣ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ସମେତ ବରିଷ୍ଠ ମୁରବି ଓ  ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଇଥିଲେ।  ସ୍ଥାନୀୟ ଲୋକଙ୍କ ମତରେ ଏହା ଦୀର୍ଘ ଦିନର ଆବଶ୍ୟକତା ଥିଲା। କାରଣ ନିତିଦିନିଆ କାର୍ଯ୍ୟରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରୁଥିଲା । ଅନେକ ସମୟରେ ଏହା ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହିତ ଧନଜୀବନ ହାନିର କାରଣ ସାଜିଥିଲା । ତେଣୁ ବିଳମ୍ବରେ ହେଲେ ବି ଏହି ଉଦ୍ୟମ ସ୍ୱାଗତଯୋଗ୍ୟ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା  ସୁବାସ ଚନ୍ଦ୍ର ପାତ୍ର, ସ୍ଥାନୀୟ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ, ସରପଞ୍ଚ ଦେବରାଜ ଭୋଇ, ହେମନ୍ତ ପରିଡା , ସମିତି ସଭ୍ୟ ନିହାରକାନ୍ତ ପଢ଼ିହାରୀ , ଭୁବନେଶ୍ୱର ମହାନଗର ନିଗମର ସମସ୍ତ କର୍ପୋରେଟର, ବରିଷ୍ଠ ମୁରବି  ଅନ୍ତର୍ଯ୍ୟାମୀ କୁଅଁର, ନୃସିଂହ ଖାଡଙ୍ଗା , ପବିତ୍ର ସ୍ୱାଇଁ, ବସନ୍ତ ରଥ, ରାଜେନ୍ଦ୍ର ସ୍ୱାଇଁ, ଗୋପୀନାଥ ଦାସ, ବ୍ରଜ ସ୍ୱାଇଁ, ବ୍ରହ୍ମାନନ୍ଦ ଖୁଣ୍ଟିଆ, ଅଶିଳ କୁମାର ବ୍ରହ୍ମ , ଯୁବନେତା କୁନାଲ ରାଉତ , ଅନୁ ଖୁଣ୍ଟିଆ, ଆଦିକନ୍ଦ ରାଉତ , ନିର୍ମଳ ରାଉତ, ସନ୍ତୋଷ ନାଥ ଏବଂ ମଞ୍ଚେଶ୍ୱର ଗ୍ରାମ ଓ ଆଖ ପାଖ ଅଂଚଳର ବରିଷ୍ଠ ମୁରବି, ମାଆ, ଭଉଣୀ, ଯୁବକ ଛାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।
Published by:Soubhagya Mishra
First published: