ଓଡ଼ିଶାରେ ଲାଗୁ ହେବ କି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା? ଏବେ ବି ଅନିଶ୍ଚିତତା ରହିଛି

ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆରମ୍ଭରୁ ଟଣା ଓଟରା ଲାଗି ରହିଛି । ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ନେଇ କେନ୍ଦ୍ର ନିକଟରେ କିଛି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର ।

ଓଡ଼ିଶାରେ ଲାଗୁ ହେବ କି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା? ଏବେ ବି ଅନିଶ୍ଚିତତା ରହିଛି
ନବୀନ ପଟ୍ଟନାୟକ ଓ (ଡାହାଣ) ଧର୍ମେନ୍ଦ୍ର ପ୍ରଧାନ
  • News18 Odia
  • Last Updated: September 13, 2020, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ନେଇ ପୁଣି ଦାବି ଉଠିଛି । ରାଜ୍ୟରେ ଏହି ଯୋଜନା ଲାଗୁ କରିବାକୁ ନେଇ ସୁପ୍ରିମ କୋର୍ଟରେ ମାମଲା ପହଞ୍ଚିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଯୋଜନା ଆପଣେଇବାକୁ ଅନୁରୋଧ କରିଛନ୍ତି । ଏହା ଫଳରେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆରମ୍ଭରୁ ଟଣା ଓଟରା ଲାଗି ରହିଛି । ଏହି ଦୁଇ ଯୋଜନାକୁ ନେଇ ଆରମ୍ଭରୁ ରାଜ୍ୟର ବିଜେପି ଓ ଶାସକ ଦଳ ବିଜେଡି ମଧ୍ୟରେ ତୁ ତୁ ମେ ମେ ଲାଗି ରହିଥିବା ବେଳେ ଏବେ ବି ବିବାଦ ଛିଡୁନି । ଏପରିକି କୋଭିଡ ସ୍ଥିତିରେ ଲୋକେ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ପାଉ ନ ଥିବା ନେଇ ପ୍ରଶ୍ନ ଉଠିବା ସହ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବାକୁ ଦାବି କରି ସୁପ୍ରିମ କୋର୍ଟରେ ଏକ ମାମଲା ପହଞ୍ଚିଛି । ଓଡ଼ିଶା ସମେତ ଚାରିଟି ରାଜ୍ୟକୁ ନୋଟିସ ଦେଇଛନ୍ତି ସୁପ୍ରିମ କୋର୍ଟ ।

ଏପରି ସ୍ଥଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଯୋଜନାକୁ ଆପଣେଇବାକୁ ଅନୁରୋଧ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସହ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ଓଡ଼ିଶାରେ ଲାଗୁ କରିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଯୋଜନା ଲାଗୁ ହେବା ଫଳରେ ରାଜ୍ୟରେ ୬୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି ।

ବିଜେପି ଚାହୁଁଛି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେଉ ।


ଏହି ଦୁଇ ଯୋଜନା ରାଜ୍ୟ ଆପଣେଇଲେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀଙ୍କ ସହ ଦୁର୍ଗମ ଅଞ୍ଚଳର ଲୋକ ସ୍ୱାସ୍ଥ୍ୟ ସେବା ପାଇ ପାରିବେଓ ସଠିକ୍ ସମୟରେ କମ୍ ମୂଲ୍ୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି କହକିଛନ୍ତି ପ୍ରଧାନ । ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଆଇଡି ଦ୍ୱାରା ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ମିଳିପାରିବ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନଙ୍କ ଚିଠି ପରେ ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ଭାବେ ଫେଲ ହୋଇଛି । ‘‘ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପୂର୍ଣ ବିଫଳ ହୋଇଛି । ଏପରି ସ୍ଥିତିରେ ରାଜ୍ୟ ସରକାର ଅହଂକାର ଭୁଲି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ । ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସରକାର ସକରାତ୍ମକ ପଦକ୍ଷେପ ନିଅନ୍ତୁ,’’ କହିଛନ୍ତି ଗୋଲକ ମହାପାତ୍ର ।

ମିଳିଥିବା ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ନେଇ କେନ୍ଦ୍ର ନିକଟରେ କିଛି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଯୋଜନାରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବାରୁ ବିନା ପରିଚୟ ପତ୍ରରେ ସେବା ଯୋଗାଇବାକୁ ସର୍ତ୍ତ ରଖିଛି ରାଜ୍ୟ । ପ୍ରାଇଭେଟ ହସ୍ପିଟାଲରେ ପରିଚୟ ପତ୍ରରେ କୌଣସି ଅସୁବିଧା ନ ଥିଲେ ବି ସରକାରୀ ହସ୍ପିଟାଲ ପାଇଁ ନିୟମ କୋହଳ କରିବାକୁ ସର୍ତ୍ତ ରହିଛି ରାଜ୍ୟ । କେନ୍ଦ୍ର ଯୋଜନାରେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀ ଉପକୃତ ହେବାକୁ ଥିବା ବେଳେ ୭୦ ଲକ୍ଷ ପରିବାରକୁ  ସାମିଲ କରିବାକୁ ବି ସର୍ତ୍ତ ରଖିଛି ରାଜ୍ୟ।

‘‘ଆୟୁଷ୍ମାନ ଭାରତ ଯୋଜନା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲା ରାଜ୍ୟ । ଏଥିରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସହ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ଯାଏଁ ରହିଛି ମାଗଣା ସ୍ୱାସ୍ଥ୍ୟ ସେବା ସୁବିଧା। ଏଭଳି ବିଭିନ୍ନ ଦିଗକୁ ଦେଖି ସରକାର ବିଚାର ବିମର୍ଷ ଜାରି ରଖିଛନ୍ତି । ଯେଉଁଟା ରାଜ୍ୟ ପାଇଁ ସୁବିଧାଜନକ ହେବ ରାଜ୍ୟ ସରକାର ପଦକ୍ଷେପ ନେବେ,’’ କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

କଂଗ୍ରେସ ଉଭୟଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ଏଆଇସିସି ସଦସ୍ୟ ଭକ୍ତ ଦାସ କହିଛନ୍ତି, ‘‘କେନ୍ଦ୍ର ଓ ରାଜ୍ୟର କୌଣସି ଯୋଜନା ଫଳପ୍ରଦ ହେଉନି। ଉଭୟ ବିଜେପି ଓ ବିଜେଡି କେବଳ ପବ୍ଲିସିଟି ରେ ବ୍ୟସ୍ତ ରହିଛନ୍ତି ।’’

ଏହା ବି ପଢ଼ନ୍ତୁବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ଏହା ବି ପଢ଼ନ୍ତୁ ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା

୨୦୧୯ ନିର୍ବାଚନ ପୁର୍ବରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ଜଲ୍ୟାଣ ଯୋଜନା ଲାଗୁ କରିଥିଲେ ସରକାର । ଏହା ପରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିବା ବେଳେ ରାଜ୍ୟ ଏଥିରେ ସାମିଲ ହୋଇ ନ ଥିଲା । ସେବେ ଠାରୁ ଆରମ୍ଭରୁ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଲାଗିରହିଛି ଦ୍ଵନ୍ଦ୍ୱ ।



ପ୍ରଧାନ ମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଆପଣେଇବାକୁ ଦାବି କରିଥିବା ବେଳେ  ରାଜ୍ୟର ବିଜେପି ସାଂସଦ ବି ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଯୋଜନା ଲାଗୁ କରିବାକୁ ଦାବି କରିଥିଲେ । ଗତ ବର୍ଷ ଜୁନରେ ରାଜ୍ୟ ସରକାରଙ୍କ ସହ ଏକ କେନ୍ଦ୍ରୀୟ ଟିମ୍‌ ଆଲୋଚନା କରିଥିବା ବେଳେ ରାଜ୍ୟ କିଛି ସର୍ତ୍ତ ରଖିଥିଲା । ଏବେ ସୁପ୍ରିମ କୋର୍ଟରେ ମାମଲା ଆସିବା ପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Published by: Anand Shankar Thankur Das
First published: September 13, 2020, 7:23 PM IST
corona virus btn
corona virus btn
Loading